Posted inଖେଳ

ଶାନ୍ତନୁ ମିଶ୍ରଙ୍କ ଅପରାଜିତ ଶତକ

ଭୁବନେଶ୍ୱର,୧୮।୧(ସ୍ପୋଟର୍‌ସ ବ୍ୟୁରୋ): ମିରଟର ଭିକ୍ଟୋରିଆ ପାର୍କରେ ଉତ୍ତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ଶତକ ହାସଲ କରିଛନ୍ତି ଓଡ଼ିଶା ଓପନର ଶାନ୍ତନୁ ମିଶ୍ର। ଶାନ୍ତନୁଙ୍କ ଅପରାଜିତ ଶତକ ବଳରେ ଓଡ଼ିଶା ଷ୍ଟମ୍ପ ଅପସାରଣ ବେଳକୁ ଓଡ଼ିଶା ୫ ଉଇକେଟ ହରାଇ ୨୨୨ ରନ୍‌ ସଂଗ୍ରହ କରିଛି। ଶାନ୍ତନୁ ୧୦୭ ଓ ଅଭିଷେକ ରାଉତ ୪୩ ରନରେ ବ୍ୟାଟିଂ କରୁଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓଡ଼ିଶା ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କୁନାଲ ଯାଦବ ଓ କାର୍ତ୍ତିକେୟ ଜୟସ୍ବାଲ ୨ଟି ଲେଖାଏ ଉଇକେଟ ନେବାରୁ ଓଡ଼ିଶା ମାତ୍ର ୨୦ ରନ୍‌ରେ ଟପ୍‌ ୪ ବ୍ୟାଟରଙ୍କୁ ହରାଇଥିଲା। ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି ଖାତା ଖୋଲିବାରେ ସମର୍ଥ ହୋଇ ନ ଥିବା ବେଳେ ଅନୁରାଗ ଷଡଙ୍ଗୀ ୩ ଓ କାର୍ତ୍ତିକ ବିଶ୍ୱାଳ ୪ ରନ୍‌ କରିଥିଲେ। ଓଡ଼ିଶା ସଙ୍କଟରେ ରହିଥିବା ବେଳେ ଶତକୀୟ ଭାଗୀଦାରି ସହିତ ସଙ୍କଟରୁ ଉଦ୍ଧାର କରିଥିଲେ ଶାନ୍ତନୁ ଓ ଉଇକେଟ କିପର ରାଜେଶ ଧୂପର(୬୨)। ଉଭୟ ୫ମ ଉଇକେଟରେ ୧୨୬ ରନ୍‌ ଯୋଗ କରିଥିଲେ। ଶାନ୍ତନୁ ୨୧୮ ବଲ୍‌ ଖେଳି ୧୪ ଚୌକା ସହିତ ଏକ ଧୈର୍ଯ୍ୟପୂର୍ଣ୍ଣ ଶତକ ହାସଲ କରିଥିଲେ। ୨୯ ତମ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳୁଥିବା ଶାନ୍ତନୁଙ୍କ ଏହା ଚତୁର୍ଥ ଶତକ। ଅନ୍ୟପକ୍ଷରେ ଉଇକେଟ କିପର ରାଜେଶ ଧୂପର ୧୬୫ ବଲ୍‌ ଖେଳି ୯ ଚୌକା ମାରିଥିଲେ। ଦଳୀୟ ସ୍କୋର ୧୪୬ରେ ସୌରଭ କୁମାରଙ୍କ ବଲରେ ରାଜେଶ ପ୍ୟାଭିଲିୟନ ଫେରିବା ପରେ ଯୋଗ ଦେଇଥିଲେ ଅଭିଷେକ ରାଉତ। ଖେଳ ଶେଷ ଯାଏ ଅଭିଷେକ ୪୩ ରନରେ ଅପରାଜିତ ରହିଥିବା ବେଳେ ଶାନ୍ତନୁଙ୍କ ସହିତ ଯୋଡିଥିଲେ ଅବିଭାଜିତ ୭୬ ରନ୍‌। ଉତ୍ତରପ୍ରଦେଶ ପକ୍ଷରୁ କୁନାଲ ଯାଦବ ଓ କାର୍ତ୍ତିକେୟ ଜୟସ୍ବାଲ ପ୍ରତ୍ୟେକ ଦୁଇଟି ଏବଂ ସୌରଭ କୁମାର ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri