Posted inଜାତୀୟ

ରାହୁଲଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସମର୍ଥନ

ନୂଆଦିଲ୍ଲୀ,୯ା୭:ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ଚାଲିଥିବାବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ଆକ୍ରମଣାତ୍ମକ ଭାଷଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ହିନ୍ଦୁମାନେ କେବେ ହିଂସ୍ର ହୋଇ ନ ପାରନ୍ତି। କିନ୍ତୁ ନିଜକୁ ହିନ୍ଦୁ ବୋଲି ଦାବି କରୁଥିବା ଭାଜପା ଓ ଆର୍‌ଏସ୍‌ଏସ୍‌ ଲୋକମାନେ ସବୁବେଳେ ହିଂସାରେ ଲିପ୍ତ ରହୁଥିବା ରାହୁଲ କହିଥିଲେ। ସମ୍ପ୍ରଦାୟ ଆଧାରରେ ଭାଜପା ନେତାମାନେ ଲୋକଙ୍କୁ ଭାଗଭାଗ କରୁଥିବା ସେ ଅଭିଯୋଗ କରିଥିଲେ। ରାହୁଲ ସମୁଦାୟ ହିନ୍ଦୁ ସମ୍ପ୍ରଦାୟକୁ ହିଂସ୍ର କହିଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣକୁ ନିନ୍ଦା କରିଥିଲେ। ଏହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ଓ ବାଚସ୍ପତି ରାହୁଲଙ୍କ ଭାଷଣର ଅଧିକାଂଶ ମନ୍ତବ୍ୟକୁ ରେକର୍ଡରୁ ହଟାଇଦେଇଥିଲେ। ଜ୍ୟୋତିର୍ମଠର ୪୬ତମ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ରାହୁଲଙ୍କ ସମର୍ଥନରେ ବାହାରିଛନ୍ତି। ସେ କଂଗ୍ରେସ ନେତାଙ୍କ ଭାଷଣକୁ ଭିନ୍ନ ଦୃଷ୍ଟିକୋଣ ଦେଇଛନ୍ତି। ସେ କହିଛନ୍ତି, ଆମେ ରାହୁଲଙ୍କ ସମ୍ପୂର୍ଣ୍ଣ ଭାଷଣ ଶୁଣିଛୁ। ହିନ୍ଦୁତ୍ୱବାଦ ହିଂସାକୁ ପ୍ରତ୍ୟାଖ୍ୟାନ କରେ ବୋଲି ସେ ସ୍ପଷ୍ଟ ଭାବେ କହିଥିଲେ। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଭିଡିଓରେ ରାହୁଲଙ୍କ ଭାଷଣର ନିର୍ଦ୍ଦିଷ୍ଟ ଅଂଶକୁ ପ୍ରଚାର କରାଯାଇଥିବାରୁ ଶଙ୍କରାଚାର୍ଯ୍ୟ ଏହାକୁ ନିନ୍ଦା କରିଛନ୍ତି। ଭାଷଣର ପ୍ରକୃତ ତଥ୍ୟକୁ ବଦଳାଇଦେଇଥିବା ଲୋକଙ୍କୁ ଉତ୍ତରଦାୟୀ ହେବା ଲାଗି ସେ ଆହ୍ବାନ ଦେଇଛନ୍ତି। ବକ୍ତବ୍ୟର କେବଳ କିଛି ଅଂଶକୁ ଉପସ୍ଥାପନ କରିବା ବିଭ୍ରାନ୍ତିକର ଏବଂ ଅନୈତିକ। ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ ବୋଲି ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଧରିତ୍ରୀ କର୍ମଚାରୀ ମୃତ

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା):ସଡ଼କ ଦୁର୍ଘଟଣାରେ ଧରିତ୍ରୀ ରାୟଗଡ଼ା ସଂସ୍କରଣର ପ୍ରିଣ୍ଟ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ରବିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ମୃତକ ହେଲେ ରାୟଗଡା ସଦର…

ଭାରତ-ନାମିବିଆ ମ୍ୟାଚ ପୂର୍ବରୁ ବଡ଼ ଅପଡେଟ, ଟିମ ଇଣ୍ଡିଆର ପ୍ଲେଇଂ XIରେ ହେବ ଏହି ପରିବର୍ତ୍ତନ

ନୂଆଦିଲ୍ଲୀ,୯।୨: ଭାରତ ୨୦୨୬ ଟି୨୦ ବିଶ୍ୱକପରେ ବିଜୟ ସହିତ ଖାତା ଖୋଲିଥିଲା। ତଥାପି, ପ୍ରଥମ ମ୍ୟାଚ ଏହା ମଧ୍ୟ ଦେଖାଇଥିଲା ଯେ ଦଳକୁ ଏବେ ମଧ୍ୟ କିଛି…

ହଠାତ୍‌ ପାରଦ ତଳମୁହାଁ: ରାତିରେ ଖସୁଛି, ଦିନରେ ତାତି

ଭୁବନେଶ୍ୱର, ୯ା୨ (ବନ୍ଦନା ସେଠୀ):ରାଜ୍ୟରେ ହଠାତ୍‌ ପାରଦ ତଳମୁହାଁ ହୋଇଛି। ଫଳରେ ଏବେ ରାତିରେ ଶୀତ ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର…

IND vs PAK ମ୍ୟାଚ ବୟକଟ ଶେଷ କରିବାକୁ ICC ସାମ୍ନାରେ ୩ଟି ବଡ଼ ଦାବି ରଖିଲା ପାକିସ୍ତାନ, ଏହାକୁ ମାନିବ କି ଭାରତ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୯।୨: ICC ପୁରୁଷ T20 ବିଶ୍ୱକପ 2026 ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଉପରେ କଳାବାଦଲ ଘୋଡ଼ାଇ ହୋଇ ରହିଛି। ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ…

ମିଠା ପ୍ରସ୍ତୁତ ମେଶିନରେ ପଶିଗଲା ନାବାଳକଙ୍କ ହାତ, ଆଉ ତା’ ପରେ…

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରେଡ୍ଡୀ ସାହିରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ରେଡ୍ଡୀ ସାହିରେ ଥିବା ସିଙ୍ଗପୁର ଗ୍ରାମର…

ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ବ୍ୟବଚ୍ଛେଦ କରା ନ ଯିବାରୁ…

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ.ସନ୍ତୋଷ ରେଡ୍ଡୀ(୩୨) ନାମକ ଜଣେ ଦାଦନ ଶ୍ରମିକଙ୍କ ଚେନ୍ନାଇରେ ସନ୍ଦେହଜନକ ମୃତ୍ୟୁ…

ଠିକାଦାରଙ୍କ ମନମାନି: ଜଙ୍ଗଲ କାଟି ରାସ୍ତା ତିଆରି, ସ୍ଥାୟିତ୍ୱ ନେଇ ପ୍ରଶ୍ନ

ମହାକାଳପଡ଼ା,୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ସୁରକ୍ଷା ପାଇଁ ତଟ ବନ୍ଧ ବିଭାଗ ପକ୍ଷରୁ ଖରିନାସୀ- ବାରନମ୍ବର ଘେରିବନ୍ଧ ପ୍ରଶସ୍ତୀକରଣରେ ଉଚ୍ଚ,…

୨୦୨୬ ଟି-୨୦ ବିଶ୍ୱକପ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ! ପ୍ରଥମ ମ୍ୟାଚ ପରେ ୱେଷ୍ଟଇଣ୍ଡିଜ ନମ୍ବର ୧, ଭାରତର ସ୍ଥାନ କେଉଁଠି ଜାଣନ୍ତୁ

ନୂଆଦିଲ୍ଲୀ,୯।୨: ୨୦୨୬ ଟି-୨୦ ବିଶ୍ୱକପ ଆରମ୍ଭ ଆଶାଠାରୁ ଅଧିକ ରୋମାଞ୍ଚକର ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ଦିନ କୌଣସି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିନଥିଲେ ମଧ୍ୟ, ସହଯୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri