ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜର ଅଧ୍ୟକ୍ଷ ମେଜର୍ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କୁ ତାଙ୍କର ଦୀର୍ଘ ଓ ଗୌରବମୟ ଶିକ୍ଷାସେବା ପାଇଁ ଏକ ଭାବପୂର୍ଣ୍ଣ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଧ୍ୟାପକ ଡ. କୈଳାଶ ଚନ୍ଦ୍ର ସ୍ବାଇଁଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନୂତନ କଲେଜ ଅଧ୍ୟକ୍ଷ ଅଶ୍ବିନୀ କୁମାର ରଥ ସଭାପତିତ୍ୱ କରିଥିଲେ। ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ସୁଲଳିତ କଣ୍ଠରେ ସଙ୍ଗୀତ ପରିବେଷଣ କରିଥିଲେ। କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ବିଦାୟୀ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ, ଉପହାର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା, ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଜିବାନନ୍ଦ ତ୍ରିପାଠୀ, ଡ. ଅଭୟ କେଶରୀ ପଟ୍ଟନାୟକ ଏବଂ ଅଧ୍ୟାପିକା ଡ. ନନ୍ଦିତା ଦାଶ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ।
ଅଧ୍ୟକ୍ଷ ମହୋଦୟ କେବଳ ଜଣେ ସୁପ୍ରଶାସକ ନୁହଁନ୍ତି ସେ ଜଣେ ଦକ୍ଷ ଶିକ୍ଷାବିତ୍, ମାର୍ଗଦର୍ଶକ ଏବଂ ଛାତ୍ରୀଛାତ୍ରଙ୍କ ପ୍ରେରଣାର ଉତ୍ସ ଥିଲେ। ତାଙ୍କର କାର୍ଯ୍ୟକାଳ ମଧ୍ୟରେ କଲେଜର ଶିକ୍ଷା ବ୍ୟବସ୍ଥା, ଶୃଙ୍ଖଳା ରକ୍ଷା, ପରୀକ୍ଷାଫଳ ଏବଂ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିଲା। ତାଙ୍କ ନେତୃତ୍ୱ, ସରଳତା ଓ ଛାତ୍ରକୈନ୍ଦ୍ରିକ ଦୃଷ୍ଟିଭଙ୍ଗୀ କଲେଜରେ ଏକ ସ୍ଥାୟୀ ଛାପ ଛାଡ଼ିଯାଇଛି। ଅଧ୍ୟାପିକା,ଅଧ୍ୟାପକ ଓ କର୍ମଚାରୀ ସର୍ବୋପରି ଛାତ୍ରୀଛାତ୍ରଙ୍କ ସହ ତାଙ୍କର ଆନ୍ତରିକ ସମ୍ପର୍କ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ବକ୍ତା ବୃନ୍ଦ ସଭାରେ ମତ ପ୍ରକାଶ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ନିଜ କାର୍ଯ୍ୟଜୀବନର ଅନୁଭୁତି ବାଣ୍ଟିବା ସହ ସହକର୍ମୀମାନଙ୍କ ସହଯୋଗ ଓ ସ୍ନେହ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। କଲେଜର ପ୍ରଗତି ଓ ଛାତ୍ରୀଛାତ୍ରଙ୍କ ସଫଳତା ହିଁ ତାଙ୍କର ସବୁଠାର
ସବୁଠାରୁ ବଡ଼ପ୍ରାପ୍ତି ବୋଲି ସେ ତାଙ୍କ ଉଦବୋଧନରେ କହିଥିଲେ। ଶେଷରେ ଅଧ୍ୟାପକ ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।