ଶନି ଗ୍ରହଙ୍କ ଚଳନ ରାଶିଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରିଥାଏ । କୁହାଯାଏ ଯେ ଯେଉଁମାନଙ୍କର କୁଣ୍ଡଳୀରେ ଶନିଙ୍କ ସ୍ଥିତି ଦୃଢ଼ ରହିଥାଏ, ସେମାନେ ଜୀବନରେ ବହୁତ ସଫଳତା ପାଆନ୍ତି। କିନ୍ତୁ ଯେଉଁମାନଙ୍କର କୁଣ୍ଡଳୀରେ ଶନି ଦଶା ଚାଲିଥାଏ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।
ଆରମ୍ଭ ହୋଇଛି ବର୍ଷ ୨୦୨୬ । ନୂଆ ବର୍ଷ ଆରମ୍ଭ ସହିତ ଶନିଙ୍କ ଗତି ପରିବର୍ତ୍ତନ ହେବାକୁ ଯାଉଛି, ଯାହା ତିନୋଟି ରାଶିର ଭାଗ୍ୟକୁ ଉଜ୍ଜ୍ୱଳ କରିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ଜାନୁଆରୀ ୨୦ରେ ଶନି ଦେବ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ।
ମେଷ: ଶନିଙ୍କ ସୁପ୍ରଭାବ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ଏହା ପ୍ରଭାବ ଆପଣଙ୍କ କ୍ୟାରିୟରରେ ଉପରେ ପଡିବ । ଆପଣ ପଦୋନ୍ନତି ଏବଂ ସଫଳତା ପାଇବେ । ଏହା ବ୍ୟତୀତ ଆପଣ ସହକର୍ମୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ମଧ୍ୟ ପାଇବେ । ଆକସ୍ମିକ ଭାବେ ଧନ ଲାଭ ହେବାର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଶୁଭ ହେବ ।
ବୃଷ : ଶନିଙ୍କ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଫିଟିବାକୁ ଯାଉଛି । କ୍ୟାରିୟର ଦୃଷ୍ଟିକୋଣରୁ, ଏହି ସମୟ ଏହି ରାଶି ପାଇଁ ବହୁତ ଭଲ ରହିବ । ଏହି ରାଶିର ବ୍ୟକ୍ତି ବିଶେଷ ଯେଉଁମାନେ ବ୍ୟବସାୟ କରନ୍ତି ସେମାନେ ଏହି ସମୟ ମଧ୍ୟରେ ବିଶେଷ କାରବାର କରିବା ସହ ଲାଭ ଅର୍ଜନ କରିବେ ।
କନ୍ୟା: ଶନିଙ୍କ ଗତି ଚଳନରେ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ସେମାନଙ୍କର ଇଚ୍ଛା ପୂରଣ ହେବା ସହିତ କ୍ୟାରିୟରରେ ସଫଳତା ହାସଲ କରିବେ । ଏହି ସମୟ ମଧ୍ୟରେ ସେମାନେ ନୂତନ ଚାକିରି ମଧ୍ୟ ପାଇପାରନ୍ତି ।
ତୁଳା: ଶନିଙ୍କ ଦୃଷ୍ଟିକୋଣରୁ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । କ୍ୟାରିଅରରେ ଲାଭ ହେବା ସହ ସମସ୍ତ ପ୍ରୟାସ ସଫଳ ହେବ । ପଦୋନ୍ନତି ସୂଚନା ମଧ୍ୟ ପାଇପାରନ୍ତି । ବ୍ୟବସାୟରେ ଲାଭ ମିଳିବ ।
ଧନୁ ରାଶି: ଶନିଙ୍କ ଚଳନ ହେତୁ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କୁ ଅନୁକୂଳ ଫଳ ମିଳିବ । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ତାଙ୍କ କ୍ୟାରିୟର ଗଢ଼ିବାର ସୁଯୋଗ ପାଇବେ । କାର୍ଯ୍ୟରେ ଥିବା ଅଧିକାରୀମାନେ ମଧ୍ୟ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ ।
ମକର ରାଶି: ଶନିଙ୍କ ପ୍ରତ୍ୟକ୍ଷ ଗତି ଏହି ରାଶିର ଲୋକଙ୍କ ପାଇଁ ଆର୍ଥିକ ଲାଭ ଆଣିବ । ଏହି ସମୟ ମଧ୍ୟରେ ଆପଣ ଅଧିକ ଅର୍ଥ ରୋଜଗାର କରିବାରେ ସଫଳ ହେବେ । ନୂତନ ଚାକିରିର ସୁଯୋଗ ପାଇପାରିବେ


