ପୁଣିଥରେ ଆଇପିଏଲ୍‌କୁ ଫେରିଲେ ଏହି ଅଷ୍ଟ୍ରେଲିୟ ଅଲରାଉଣ୍ଡର; ଦିଲ୍ଲୀ ଟିମ୍‌ରେ…

ମୁମ୍ବାଇ,୧୫।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରଣରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଶେନ ଓ୍ବାଟ୍‌ସନଙ୍କୁ ନୂତନ ଦାୟତ୍ୱ ମିଳିଛି। ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସହକାରୀ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବେ। ଏହାପୂର୍ବରୁ ୪୦ ବର୍ଷୀୟ ରିକି ପଣ୍ଟିଂଙ୍କୁ(ମୁଖ୍ୟ କୋଚ୍‌), ପ୍ରବୀଣ ଆମ୍ରେ(ସହାୟକ କୋଚ୍‌), ଅଜିତ ଅଗରକର(ସହାୟକ କୋଚ୍‌) ଏବଂ ଜେମ୍ସ ହୋପ୍ସ(ବୋଲିଂ କୋଚ୍‌) ଭାବେ ଦିଲ୍ଲୀର କୋଚିଂ ଷ୍ଟାଫ୍‌ରେ ସାମିଲ ଅଛନ୍ତି।

ନୂତନ ଦାୟିତ୍ୱ ନେଇ ଓ୍ବାଟ୍‌ସନ କହିଛନ୍ତି, ଆଇପିଏଲ୍‌ ହେଉଛି ବିଶ୍ୱର ସର୍ବୋତ୍ତମ ଟି-୨୦ ଟୁର୍ନାମେଣ୍ଟ। ଜଣେ ଖେଳାଳି ଭାବେ ଲିଗ୍‌ରେ ଅନେକ ସ୍ମୃତି ରହିଛି। ବର୍ତ୍ତମାନ କୋଚ୍‌ ଭାବେ ସୁଯୋଗ ମିଳିଛି। ମହାନ ରିକି ପଣ୍ଟିଂଙ୍କ ଅଧୀନରେ କାମ କରିବାର ଏହା ଏକ ଭଲ ସୁଯୋଗ। ମିଳିଥିବା ଦାୟିତ୍ୱକୁ ନେଇ ସେ ବେଶ୍‌ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି।

Share