ରାକେଶଙ୍କଠାରୁ ଅଲଗା ହୋଇଗଲେ ଶମିତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶମିତା ସେଟ୍ଟି ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ ବାପଟ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ଶମିତା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି ଯେ ତାଙ୍କର ବ୍ରେକଅପ ହୋଇଯାଇଛି । ଶମିତାଙ୍କ ଏହି ସୂଚନା ପରେ ତାଙ୍କର ଓ ରାକେଶଙ୍କ ପ୍ରଶଂସକଙ୍କ ମନରେ ଆଘାତ ଆସିଥିବା ନିଶ୍ଚୟ ।
କିଛିଦିନ ପୂର୍ବରୁ ଖବର ଆସିଥିଲା କି ଶମିତା ଓ ରାକେଶଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ । ଉଭୟ ଅଲଗା ହୋଇଯାଇଛନ୍ତି । ହେଲେ ସେତେବେଳେ ଏହି ଖବରକୁ ଶମିତା ଖଣ୍ଡନ କରିଥିଲେ । କହିଥିଲେ ଆମେ ଏବେବି ଏକାଠି ଅଛୁ । ହେଲେ ଏବେ ଅଭିନେତ୍ରୀ ନିଜେ ଆନାଉନ୍ସ କରିଛନ୍ତି କି ତାଙ୍କର ରାକେଶଙ୍କ ସହ ବ୍ରେକଅପ ହୋଇଯାଇଛି ।
ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ଶେୟାର କରି ଶମିତା ସେଟ୍ଟି ଲେଖିଛନ୍ତି, ମୋତେ ଲାଗୁଛି କି ଏହା ସ୍ପଷ୍ଟ କରିଦେବା ଦରକାର କି, ରାକେଶ ଓ ମୁଁ ଏବେ ଏକାଠି ହୋଇ ନାହୁଁ । ହେଲେ ଏହି ମ୍ୟୁଜିକ ଭିଡିଓ ସେହି ସସସ୍ତ ପ୍ରଶଂସକଙ୍କ ପାଇଁ ଯେଉଁମାନେ ଆମକୁ ଏତେ ସମର୍ଥନ ଓ ଭଲ ପାଇବା ଦେଇଛନ୍ତି । ଆମ ଉପରେ ସବୁବେଳେ ଆପଣଙ୍କ ଭଲପାଇବା ଥାଉ । ଆପଣ ସମସ୍ତଙ୍କୁ ମୋର ଭଲ ପାଇବା ଓ ଶୁଭେଚ୍ଛା ।
ଏନେଇ ରାକେଶ ବାପଟ ବି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରିଛନ୍ତି । ସେ ବି ଲେଖିଛନ୍ତି, ଏବେ ଶମିତା ଓ ମୁଁ ଏକାଠି ନାହୁଁ, ଆମ ଭିତରେ ବ୍ରେକଅପ୍ ହୋଇ ଯାଇଛି । ବହୁ ପ୍ରତିକୂଳ ପରିସ୍ଥିତିରେ ଆମେ ଏକାଠି ହୋଇଥିଲୁ । ଉଭୟ ପରିବାରର ସପୋର୍ଟ ବି ଆମ ସହ ଥିଲା । ଏବେ କିନ୍ତୁ ଆମେ ଅଲଗା ହୋଇଯାଇଛୁ । ଏହାଶୁଣି ଯଦିଓ ଆପଣମାନଙ୍କ ମନ ଉଣା ହେଉଥିବ ହେଲେ ଏହି ସୁନ୍ଦର ଗୀତଟି ଆପଣମାନଙ୍କ ପାଇଁ । ଆପଣଙ୍କ ଭଲପାଇବା ଅଲଗା ଅଲଗା ଭାବେ ଆମ ପ୍ରତି ଥାଉ ।
ସୂଚନାଯୋଗ୍ୟ, ଶମିତା ଓ ରାକେଶଙ୍କ ଲଭ ଷ୍ଟୋରୀ ‘ ବିଗ ବସ ଓଟିଟି’ରୁ ଆରମ୍ଭ ହୋଇଥିଲା । ଗତ ବର୍ଷ ଅଗଷ୍ଟରେ ଏହା ଆରମ୍ଭ ହୋଇଥିଲା । ଏହାପରେ ଉଭୟଙ୍କୁ କିଛି ସମୟ ପାଇଁ ‘ବିଗ ବସ ୧୫’ରେ ବି ଦେଖିବାକୁ ମିଳିଥିଲା । ଏହାପରେ କିଛିଦିନ ପାଇଁ ଉଭୟଙ୍କୁ ଏକାଠି ସ୍ପଟ କରାଯାଇଥିଲା । ହେଲେ ଏବେ ଏମାନଙ୍କୁ ଆଉ ଏକାଠି ଦେଖିବାକୁ ମିଳି ନ ଥିଲା । ଏହାରି ଭିତରେ ଦର୍ଶକେ ଅନୁମାନ କରୁଥିଲେ କି ଏମାନଙ୍କର ବ୍ରେକଅପ ହୋଇଯାଇଛି । ଆଉ ଏବେ ଶମିତା ଏହା ଆନାଉନ୍ସ କରିଦେଲେ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri