Categories: ଖେଳ

ଦକ୍ଷିଣ ଆଫ୍ରିକାକୁ ୧୯୭ରେ ରୋକି ଦେଲେ

ସେଞ୍ଚୁରିଆନ,୨୮।୧୨: ପ୍ରଥମ ଇନିଂସରେ ୩୨୭ ରନ୍‌ କରିଥିବା ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୧୯୭ ରନ୍‌ରେ ରୋକି ଦେଇଛି। ଫଳରେ ପ୍ରଥମ ଇନିଂସରେ ୧୩୦ ରନ୍‌ ଅଗ୍ରଣୀ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ। ଭାରତୀୟ ବୋଲରଙ୍କ ମହମ୍ମଦ ଶାମି ସଫଳତମ ବୋଲର ସାବ୍ୟସ୍ତ ହୋଇଥିଲେ। ସେ ସର୍ବାଧିକ ୫ ଉଇକେଟ ନେବା ସହ ଟେଷ୍ଟ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। କ୍ୟାରିୟରରେ ୬ଷ୍ଠ ଥର ପାଇଁ ସେ ୫ ଉଇକେଟ ସଫଳତା ହାତେଇଛନ୍ତି। ତାଙ୍କ ବ୍ୟତୀତ ଯଶପ୍ରୀତ ବୁମରା ଓ ଶାର୍ଦ୍ଦୁଳ ଠାକୁର ୨ ଲେଖାଏ ଉଇକେଟ ନେଇଥିଲେ। ପୂର୍ବରୁ ୨୭୨/୩ରୁ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆ ତା’ର ବଳକା ୭ ଉଇକେଟରେ ମାତ୍ର ୫୫ ରନ୍‌ ଯୋଡ଼ି ପାରିଥିଲା। ତୃତୀୟ ଦିନ ଉଭୟ ଦଳର ୧୭ ଉଇକେଟ ପଡ଼ିବାରୁ ମ୍ୟାଚ୍‌ ରୋମାଞ୍ଚକ ମୋଡ଼ରେ ପହଞ୍ଚିଛି।

ଘରୋଇ ବ୍ୟାଟରଙ୍କ ମଧ୍ୟରେ ତେମ୍ବା ବାଭୁମା ୫୨ (୧୦ ଚୌକା) ଓ କୁଇଣ୍ଟନ ଡି’କକ୍‌ (୩୪)ଙ୍କ ବ୍ୟତୀତ ଅନ୍ୟ କେହି ଆଖିଦୃଶିଆ ସ୍କୋର କରି ପାରି ନ ଥିଲେ।

Share