ନୂଆ ରୂପ ପାଇବ ଶାଳ ଜଙ୍ଗଲ

କେନ୍ଦୁଝର, ୨୭।୭ (ସ୍ବ.ପ୍ର.)-ଖଣିଖାଦାନରେ ଭରା କେନ୍ଦୁଝର ଜିଲାର ଜଙ୍ଗଲ ସମ୍ପଦକୁ ସମୃଦ୍ଧ କରିଛି ବିସ୍ତୀର୍ଣ୍ଣ ଶାଳ ଜଙ୍ଗଲ। ହେଲେ ରକ୍ଷଣାବେକ୍ଷଣ ଅଭାବ ଏବଂ କାଠଚୋରଙ୍କ ପ୍ରାଦୁର୍ଭାବ ଯୋଗୁ ଏହି ମୂଲ୍ୟବାନ ଜଙ୍ଗଲ ଏବେ ଅବକ୍ଷୟମୁଖୀ। ଏକଦା ଘଞ୍ଚ ଶାଳ ଗଛରେ ଭରପୂର ଜଙ୍ଗଲ ଏବେ ପଦା ହେବାକୁ ବସିଲାଣି। ତେବେ ବିଳମ୍ବରେ ହେଲେ ବି ଧ୍ୱଂସପ୍ରାୟ ଶାଳ ଜଙ୍ଗଲର ଭରଣା କରିବାକୁ ଜିଲା ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ହେଲେ ପ୍ରାକୃତିକ ନୁହେଁ, ଏଣିକି କୃତ୍ରିମ ଉପାୟରେ ନର୍ସରିରେ ଚାରା ଉତ୍ପାଦନ କରି ଶାଳ ଜଙ୍ଗଲ ସୃଷ୍ଟି କରାଯିବ। ଏଥିଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହିତ ଆବଶ୍ୟକ କାର୍ଯ୍ୟ ଆରମ୍ଭ କରିଛି ବନ ବିଭାଗ।
ଶାଳ ଗଛ ବହୁ ମୂଲ୍ୟବାନ। ପ୍ରାକୃତିକ ପରିବେଶ ମଧ୍ୟରେ ଶାଳ ଜଙ୍ଗଲ ସୃଷ୍ଟି ହୋଇଥାଏ। କୁହାଯାଏ ଶାଳ ମଞ୍ଜି ଗଛରୁ ମାଟିରେ ପଡ଼ିବା ପରେ ୨୪ ଘଣ୍ଟା ମଧ୍ୟରେ ଅଙ୍କୁରୋଦଗମ ହେଲେ ଗଛ ହୋଇଥାଏ। ଏଣୁ କୃତ୍ରିମ ଉପାୟରେ ଶାଳ ଜଙ୍ଗଲ ଅସମ୍ଭବ ମନେ କରି ଏହାକୁ ବନୀକରଣରେ ସାମିଲ କରାଯାଉ ନ ଥିଲା। ତେବେ ଏହାକୁ ସଫଳତାର ସହ ବନୀକରଣ କରିବା ପାଇଁ କେନ୍ଦୁଝର ବନଖଣ୍ଡ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ସଦର ବ୍ଲକ ପଦ୍ମପୁର ନିକଟରେ ପ୍ରାୟ ୬ ହେକ୍ଟର ପରିମିତ ଗ୍ରାମ ଜଙ୍ଗଲ କିସମ ଜମିରେ ୧୦ହଜାର ପରୀକ୍ଷାମୂଳକ ଶାଳ ଗଛ ଚାରା ରୋପଣ ନିକଟରେ କରାଯାଇଛି। ଏହି ଶାଳ ଚାରା ବନୀକରଣ ସଫଳ ହେଲେ ଏହା ଏକ ନୂଆ ଦିଗଦର୍ଶନ ଦେବ ବୋଲି ଡିଏଫ୍‌ଓ ସ୍ବୟମ ମଲ୍ଲିକ କହିଛନ୍ତି।
ଏଭଳି ସଫଳତା ଶାଳ ବନୀକରଣ ପାଇଁ ଦେଢବର୍ଷର ଶାଳ ଚାରା, ପାଣିର ବ୍ୟବସ୍ଥା ଏବଂ ସୁରକ୍ଷା ନିମନ୍ତେ ବାଡ଼ ବ୍ୟବସ୍ଥା ଜରୁରୀ। ଡିସେମ୍ବର ପର୍ଯ୍ୟନ୍ତ ଚାରା ବଞ୍ଚିଗଲେ ଜଙ୍ଗଲ ସୃଷ୍ଟି ହୋଇ ପାରିବ, ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ଝାଡ଼ବେଲଦା ନିକଟରେ ଓଡ଼ିଶା ଖଣି ନିଗମ ପକ୍ଷରୁ ହେବାକୁ ଥିବା କ୍ଷତିପୂରଣ ବନୀକରଣରେ ୫୦ ପ୍ରତିଶତ ଏହି ଶାଳ ଚାରାରୋପଣ କରିବା ନେଇ ଚୁକ୍ତି ହୋଇଥିବା ଜଣାପଡ଼ିଛି ା ସେଠାରେ ପାଣି ସହିତ ଜଗାରଖା ବ୍ୟବସ୍ଥା (ସୁରକ୍ଷାବାଡ଼) କରିବା ପାଇଁ ବନ ବିଭାଗ ସ୍ଥିର କରିଛି। ଜିଲାରେ ପଦ୍ମପୁର, ବେଲଦା ସମେତ ଅନ୍ୟାନ୍ୟ ବନ ବିଭାଗ ନର୍ସରିରେ ପାଖାପାଖି ୮୦ ହଜାର ଶାଳ ଚାରା ସୃଷ୍ଟି କରାଯାଇଛି ା ଏସବୁ ଦେଢବର୍ଷ ହେଲେ ଲଗାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। କମ୍‌ ପରିଶ୍ରମରେ ବଞ୍ଚୁଥିବା ଓ କମ ଦିନରେ ବଡ଼ ହେଉଥିବା ଗଛ ଲଗାଇ ସଫଳତା ଦେଖାଇ ଆସୁଥିଲେ ହେଁ ଏହାକୁ ଏବେ ଡିଏଫଓ ମଲ୍ଲିକ ଚ୍ୟାଲେଞ୍ଜ ଭାବେ ନେଇ ଶାଳ ଜଙ୍ଗଲ ସୃଷ୍ଟି କରି ଉଦାହରଣ ସୃଷ୍ଟି କରିବାକୁ ଆଗେଇଛନ୍ତି ା
ଶାଳ ଜଙ୍ଗଲ ସୃଷ୍ଟି କରିବା ଯଦିଓ ସହଜ ନୁହେଁ, ତେବେ ଏଭଳି ଉଦ୍ୟମ ସଫଳ ହେଲେ ପ୍ରକୃତିର ସୁରକ୍ଷା ପାଇଁ ବହୁତ ବଡ ସଫଳତାର ମନ୍ତ୍ର ମିଳିଯିବ ବୋଲି ପରିବେଶବିତ୍‌ ରମେଶ ଚନ୍ଦ୍ର ମିଶ୍ର କହିଛନ୍ତି। ସେହିପରି ପିଲାଦିନରୁ ଶାଳ ଜଙ୍ଗଲ ଦେଖି ଆସିଛୁ ଓ ଏହାର ଉପାଦେୟତା ଶୁଣି ଆସିଛୁ। ଏଥିରେ ବହୁ ଔଷଧୀୟ ଗୁଣ ରହିଛି। ପରିବେଶ ସୁରକ୍ଷାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ତେବେ ଦ୍ରୁତ ଅବକ୍ଷୟ ହେଉଥିବା ଶାଳ ଜଙ୍ଗଲର ପରିପୂରଣ ଏହା ଦ୍ବାରା ହୋଇପାରିବ ବୋଲି ପରିବେଶବିତ୍‌ ହରେକୃଷ୍ଣ ମହାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri