Posted inଜାତୀୟ

ଏବେବି ବ୍ରିଟିଶ ଅଧୀନରେ ‘ଶକୁନ୍ତଳା ରେଲ୍‌ଓ୍ବେ’

ମୁମ୍ବାଇ, ୧୨। ୩: ଦେଶରେ ରେଳ ଯାତ୍ରାକୁ ସୁଗମ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି। ନୂଆ ଜ୍ଞାନ କୌଶଳରେ ନିର୍ମିତ ଟ୍ରେନ୍‌ ମଧ୍ୟ ଦେଶର ବହୁ ପ୍ରାନ୍ତରେ ଚାଲିବା ଆରମ୍ଭ ହେଲାଣି। ଏପରି କି ଭାରତୀୟ ରେଳ ବ୍ୟବସ୍ଥାକୁ ବିଶ୍ୱରେ ଏକ ନମ୍ବର କରିବା ଦିଗରେ ସରକାର ନାନା ରକମର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏତେସବୁ ସୁବିଧା ପରେ ମଧ୍ୟ ମହାରାଷ୍ଟ୍ରର ଶକୁନ୍ତଳା ରେଲ୍‌ଓ୍ବେ ଏବେ ବି ବ୍ରିଟିଶ୍‌ କମ୍ପାନୀ ଅଧୀନରେ ରହିଛି। ମହାରାଷ୍ଟ୍ରର ୟାଭତମାଲରୁ ମୂର୍ତ୍ତିଜାପୁର ପର୍ଯ୍ୟନ୍ତ ପ୍ରାୟ ୧୯୦ କିଲୋମିଟର ଦୂର ଏହି ରେଳଧାରଣା ଲମ୍ବିଛି। ବ୍ରିଟିଶ୍‌ ସରକାର ଭାରତକୁ ଶାସନ କରିବା ସମୟରେ ଏହି ରେଲ୍‌ଓ୍ବେ ନିର୍ମାଣ କରାଯାଇଥିଲା।

୧୯୫୨ରେ ଭାରତ ସରକାରଙ୍କ ପକ୍ଷରୁ ଦେଶର ସମସ୍ତ ରେଳ ଲାଇନ୍‌କୁ ଜାତୀୟକରଣ କରାଯାଇଥିଲା। ସେ ସମୟରେ ସରକାର ଶକୁନ୍ତଳା ରେଳଷ୍ଟେଶନ୍‌କୁ ତାଲିକା ଭୁକ୍ତ କରି ନ ଥିଲେ, ଯଦ୍ଦ୍ବାରା ଏହି ରେଳଧାରଣାରେ ଟ୍ରେନ୍‌ ଚଳାଚଳ ବାବଦକୁ ସରକାର ବାର୍ଷିକ ୧ କୋଟି ଟଙ୍କା ଦେଉଛନ୍ତି। ୧୯୧୦ ମସିହାରେ କିଲ୍ଲିକ୍‌-ନିକ୍ସୋନ୍‌ ନାମକ ଏକ ଘରୋଇ ପ୍ରାଇଭେଟ୍‌ କମ୍ପାନୀ ଶକୁନ୍ତଳା ରେଲ୍‌ଓ୍ବେ ନିର୍ମାଣ କରିଥିଲା। ଶକୁନ୍ତଳା ଷ୍ଟେସନରୁ ବାହାରି ଅଧିକାଂଶ ଯାତ୍ରୀ ୟଭତମାଲରୁ ଅମରାବତୀ ଜିଲା ଅଚଲପୁର ଗାଁକୁ ଯାତାୟାତ କରିଥାନ୍ତି। ଏଥିରେ ପାଖାପାଖି ୨୦ ଘଣ୍ଟା ସମୟ ଲାଗିଥାଏ। ଏହି ଦୁଇ ଗାଁର ଲୋକଙ୍କ ପାଇଁ ଏହି ରେଳପଥ ଏକମାତ୍ର ମାଧ୍ୟମ। ରେଲ୍‌ଓ୍ବେରେ ଚଳାଚଳ କରୁଥିବା ଟ୍ରେନ୍‌ରେ ବାଷ୍ପଚାଳିତ ଇଞ୍ଜିନ୍‌ ଖଞ୍ଜାଯାଇଥିଲା, ଯାହା ୧୯୨୧ରେ ମନ୍‌ଚେଷ୍ଟରରେ ନିର୍ମାଣ ହୋଇଥିଲା। ଏହାର ୭୦ ବର୍ଷ ପରେ ଅର୍ଥାତ୍‌ ୧୯୯୪ ଏପ୍ରିଲ ୧୫ରେ ଇଞ୍ଜିନ୍‌ ବଦଳାଇ ଟ୍ରେନ୍‌ରେ ଡିଜେଲ୍‌ ଇଞ୍ଜିନ୍‌କୁ ଲଗାଯାଇଥିଲା। ସାଧାରଣ ରେଲ୍‌ଓ୍ବେ ତୁଳନାରେ ଶକୁନ୍ତଳା ରେଲଓ୍ବେ ଅପେକ୍ଷାକୃତ ସଙ୍କୀର୍ଣ୍ଣ। ତେବେ ବ୍ରିଟିଶ ସରକାର ଏହି ରେଳବାଇକୁ ୟଭତମାଲରୁ ମୁମ୍ବାଇ ତୁଳା ଟ୍ରାନ୍ସପୋର୍ଟ ପାଇଁ ନିର୍ମାଣ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ଲୋକ ଯିବାଆସିବା ଆରମ୍ଭ କଲେ। ଶକୁନ୍ତଳା ରେଳ ଷ୍ଟେଶନରେ ଏବେ ୭ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ୟଭତମାଲରୁ ଅଚଲପୁର ଯିବା ପାଇଁ ଟିକେଟ୍‌ ଭଡ଼ା ୧୫୦ ଟଙ୍କା। ଏହି ସଙ୍କୀର୍ଣ୍ଣ ରେଳବାଇର ଉନ୍ନତିକରଣ ପାଇଁ ପୂର୍ବତନ ରେଳମନ୍ତ୍ରୀ ସୁରେଶ ପ୍ରଭୁ ୧୫,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri