ଶକ୍ତି ସୁଗାର୍ସ ସ୍ଥାନ ନେଲା ଆଇପିଏଲ୍‌

ଢେଙ୍କାନାଳ ଅଫିସ, ୧୨।୧୧: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ହରିପୁର ଗ୍ରାମ ୫୫ନଂ. ଜାତୀୟ ରାଜପଥ ନିକଟରେ ପ୍ରତିଷ୍ଠିତ ପ୍ରମୁଖ ଚିନି କାରଖାନା ‘ଶକ୍ତି ସୁଗାର୍ସ’ର ସ୍ଥାନ ନେଇଛି ଇଣ୍ଡିଆନ୍‌ ପଟାସ୍‌ ଲିମିଟେଡ୍‌ (ଆଇପିଏଲ୍‌)। ଶୁକ୍ରବାର ନୂଆ କମ୍ପାନୀର ପ୍ରଥମ ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ୨୫୦ କୋଟି ଟଙ୍କା ବ୍ୟୟରେ କାରଖାନା ସମ୍ପ୍ରସାରଣ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିବାବେଳେ ଚାଷୀ ଓ କର୍ମଚାରୀଙ୍କ ସାମଗ୍ରିକ ଉନ୍ନତିକୁ ପ୍ରାଥମିକତା ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ଜିଲାର ଏକମାତ୍ର ଚିନି କାରଖାନା ‘ଶକ୍ତି ସୁଗାର୍ସ’ ଗତ ଜୁନ୍‌ରେ ବିକ୍ରି ହୋଇଯାଇଥିଲା। କମ୍ପାନୀ ଜାଗାରେ ଆଇପିଏଲ୍‌ର ନୂତନ ସୁଗାର ୟୁନିଟ୍‌ ଆରମ୍ଭ ହୋଇଛି। ଏହା ଭାରତରେ ଆଇପିଏଲ୍‌ର ୭ମ ୟୁନିଟ୍‌। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇପିଏଲ୍‌ ପରିଚାଳନା ନିର୍ଦ୍ଦେଶକ ଡ. ପରବିନ୍ଦର ସିଂ ଗେହେଲଟ୍‌ କହିଲେ, ବ୍ୟକ୍ତିଗତ କାରଣରୁ ଶକ୍ତିସୁଗାର୍ସ ଓଡ଼ିଶା ବାହାରକୁ ଯିବାକୁ ଚାହିଁଲା। ତେଣୁ ଉକ୍ତ ୟୁନିଟ୍‌କୁ ପ୍ରଦାନ କରିବା ପାଇଁ ଶକ୍ତି ସୁଗାର୍ସକୁ ଅନୁରୋଧ କରାଯାଇଥିଲା। ଖୁସିର କଥା ଏଠାରେ ଆଇପିଏଲ୍‌ ପକ୍ଷରୁ ନୂତନ ସୁଗାର ୟୁନିଟ୍‌ ଆରମ୍ଭ ହୋଇଛି। କମ୍ପାନୀ ସମ୍ପ୍ରସାରଣ କରିବା ପାଇଁ ୨୫୦ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। କୃଷକଙ୍କ ଉନ୍ନତିକୁ ପ୍ରାଥମିକତା ଦିଆଯିବ। କର୍ମଚାରୀ ଏବଂ ମ୍ୟାନେଜମେଣ୍ଟର ସୁବନ୍ଦୋବସ୍ତ କରାଯିବ। ଲୋକାଲ ମ୍ୟାନେଜମେଣ୍ଟରେ କୌଣସି ପରିବର୍ତ୍ତନ ହେବନାହିଁ। ପୁରୁଣା କମ୍ପାନୀର କର୍ମଚାରୀମାନେ ପୂର୍ବଭଳି କାର୍ଯ୍ୟ କରିବେ। ମାଗିବା ପୂର୍ବରୁ ଚାଷୀଙ୍କ ପ୍ରାପ୍ୟ ଓ କର୍ମଚାରୀଙ୍କ ଦରମା ଦିଆଯିବ। ଠିକ୍‌ ଭାବେ କମ୍ପାନୀ ଚଳାଇବା ପାଇଁ ଲୋକାଲ ମ୍ୟାନେଜମେଣ୍ଟ ଏବଂ ଅଧିକାରୀଙ୍କୁ ସ୍ବାଧୀନତା ମିଳିବ। ପ୍ରଥମେ ବିନିଯୋଗ ପରେ ଯେଉଁ ଲାଭ ହେବ ସେହି ଅର୍ଥକୁ ପୁଣି କମ୍ପାନୀରେ ଲଗାଯିବ। ଗୁଣବତ୍ତାରେ କୌଣସି ସାଲିସ କରାଯିବ ନାହିଁ। କର୍ମଚାରୀ ସଂଖ୍ୟା ବଢ଼ାଯିବ। ସ୍ଥାନୀୟ ଅଞ୍ଚଳର ଉନ୍ନତି, ଶିକ୍ଷାର ବିକାଶ ଦିଗରେ ଧ୍ୟାନ ଦିଆଯିବ। କମ୍ପାନୀ ପରିସରରେ ଗଠନମୂଳକ ପ୍ରସ୍ତାବ ଦେବା ପାଇଁ ସ୍ବତନ୍ତ୍ର ବାକ୍ସ ରହିବ। କର୍ମଚାରୀମାନେ ନିଜର ମତାମତ ଲେଖି କରି ଦେବେ। ପ୍ରତି ସପ୍ତାହରେ ଏହାର ସମୀକ୍ଷା କରାଯିବ। ସମସ୍ତଙ୍କ ମୂଲ୍ୟବାନ ପ୍ରସ୍ତାବକୁ ଦେଖି କାର୍ଯ୍ୟ ହେବ। ଶକ୍ତି ସୁଗାର୍ସ ଭଳି ଆଇପିଏଲ୍‌କୁ ସହଯୋଗ କରିବା ପାଇଁ ନୂତନ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ମାର୍କେଟିଂ ବିଭାଗ ଜିଏମ୍‌ ନୀରଜ ଶର୍ମା କମ୍ପାନୀର ସଫଳତା ପାଇଁ ଆଶାବ୍ୟକ୍ତ କରିଛନ୍ତି। ଆଇପିଏଲ୍‌ କମ୍ପାନୀର ଭୁବନେଶ୍ୱର ମୁଖ୍ୟପରିଚାଳକ ସଞ୍ଜୀବ ଚନ୍ଦ୍ର ସିହ୍ନା ସ୍ବାଗତ ଭାଷଣରେ କହିଲେ, ୧୯୫୫ରେ ଆଇପିଏଲ୍‌ କମ୍ପାନୀ ଆରମ୍ଭ ହୋଇଥିଲା। ଆରମ୍ଭରେ ଏହାର ବ୍ୟବସାୟ ୮୧ କୋଟି ଥିବାବେଳେ ୨୦୦୯ ବେଳକୁ ୩୨ ହଜାର କୋଟି ପାର୍‌ କରିବାରେ ସକ୍ଷମ ହୋଇଛି। ଢେଙ୍କାନାଳ ୟୁନିଟ୍‌ ମୁଖ୍ୟ ଆର୍‌. ରାମଦୁରାଇ କମ୍ପାନୀର ସଫଳ ପରିଚାଳନାରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ମୁନ୍‌ମୁନ୍‌ ସିଂ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଆଇପିଏଲ୍‌ର ଅର୍ଥ ବିଭାଗର ସାଧାରଣ ପରିଚାଳକ ଆର୍‌. ଶ୍ରୀନିବାସନ୍‌ଙ୍କ ସମେତ କମ୍ପାନୀରେ କାର୍ଯ୍ୟରତ ସମସ୍ତ କର୍ମଚାରୀ, ଅଧିକାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଢେଙ୍କାନାଳରେ ୧୯୯୪-୯୫ରେ ଶକ୍ତିସୁଗାର୍ସ କମ୍ପାନୀ ଉତ୍ପାଦନ ଆରମ୍ଭ କରିଥିଲା। ୧୦୦ ଏକର ଜମିରେ ପ୍ରତିଷ୍ଠିତ ଏହି କମ୍ପାନୀରେ ସେହି ସମୟରେ ବ୍ୟୟ ହୋଇଥିଲା ପ୍ରାୟ ୧୦୦ କୋଟି ଟଙ୍କା। ଢେଙ୍କାନାଳ, କଟକ ଓ ଯାଜପୁର ଜିଲାର ଚାଷୀମାନେ ଏଠାରେ ଆଖୁ ପେଡ଼ାଉଥିଲେ। ବାର୍ଷିକ ୧୯,୦୦୦ ଟନ୍‌ ଆଖୁ ପେଡ଼ା ଯାଉଥିବାବେଳେ ୨,୫୦୦ ମେଟ୍ରିକ ଟନ୍‌ ଚିନି ଉପତ୍ାଦନ ହେଉଥିଲା। ଏହାବାଦ୍‌ ମୋଲାସେସ୍‌, ଜୈବଖତ, ସୋୟାବିନ୍‌ ଉପତ୍ାଦନ କରି ଦେଶ ବିଦେଶକୁ ରପ୍ତାନି କରାଯାଉଥିଲା। ପ୍ଲାଣ୍ଟରେ ପ୍ରାୟ ୩୦୦ କର୍ମଚାରୀ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri