ଶକ୍ତି ସୁଗାର୍ସ ସ୍ଥାନ ନେଲା ଆଇପିଏଲ୍‌

ଢେଙ୍କାନାଳ ଅଫିସ, ୧୨।୧୧: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ହରିପୁର ଗ୍ରାମ ୫୫ନଂ. ଜାତୀୟ ରାଜପଥ ନିକଟରେ ପ୍ରତିଷ୍ଠିତ ପ୍ରମୁଖ ଚିନି କାରଖାନା ‘ଶକ୍ତି ସୁଗାର୍ସ’ର ସ୍ଥାନ ନେଇଛି ଇଣ୍ଡିଆନ୍‌ ପଟାସ୍‌ ଲିମିଟେଡ୍‌ (ଆଇପିଏଲ୍‌)। ଶୁକ୍ରବାର ନୂଆ କମ୍ପାନୀର ପ୍ରଥମ ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ୨୫୦ କୋଟି ଟଙ୍କା ବ୍ୟୟରେ କାରଖାନା ସମ୍ପ୍ରସାରଣ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିବାବେଳେ ଚାଷୀ ଓ କର୍ମଚାରୀଙ୍କ ସାମଗ୍ରିକ ଉନ୍ନତିକୁ ପ୍ରାଥମିକତା ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ଜିଲାର ଏକମାତ୍ର ଚିନି କାରଖାନା ‘ଶକ୍ତି ସୁଗାର୍ସ’ ଗତ ଜୁନ୍‌ରେ ବିକ୍ରି ହୋଇଯାଇଥିଲା। କମ୍ପାନୀ ଜାଗାରେ ଆଇପିଏଲ୍‌ର ନୂତନ ସୁଗାର ୟୁନିଟ୍‌ ଆରମ୍ଭ ହୋଇଛି। ଏହା ଭାରତରେ ଆଇପିଏଲ୍‌ର ୭ମ ୟୁନିଟ୍‌। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇପିଏଲ୍‌ ପରିଚାଳନା ନିର୍ଦ୍ଦେଶକ ଡ. ପରବିନ୍ଦର ସିଂ ଗେହେଲଟ୍‌ କହିଲେ, ବ୍ୟକ୍ତିଗତ କାରଣରୁ ଶକ୍ତିସୁଗାର୍ସ ଓଡ଼ିଶା ବାହାରକୁ ଯିବାକୁ ଚାହିଁଲା। ତେଣୁ ଉକ୍ତ ୟୁନିଟ୍‌କୁ ପ୍ରଦାନ କରିବା ପାଇଁ ଶକ୍ତି ସୁଗାର୍ସକୁ ଅନୁରୋଧ କରାଯାଇଥିଲା। ଖୁସିର କଥା ଏଠାରେ ଆଇପିଏଲ୍‌ ପକ୍ଷରୁ ନୂତନ ସୁଗାର ୟୁନିଟ୍‌ ଆରମ୍ଭ ହୋଇଛି। କମ୍ପାନୀ ସମ୍ପ୍ରସାରଣ କରିବା ପାଇଁ ୨୫୦ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। କୃଷକଙ୍କ ଉନ୍ନତିକୁ ପ୍ରାଥମିକତା ଦିଆଯିବ। କର୍ମଚାରୀ ଏବଂ ମ୍ୟାନେଜମେଣ୍ଟର ସୁବନ୍ଦୋବସ୍ତ କରାଯିବ। ଲୋକାଲ ମ୍ୟାନେଜମେଣ୍ଟରେ କୌଣସି ପରିବର୍ତ୍ତନ ହେବନାହିଁ। ପୁରୁଣା କମ୍ପାନୀର କର୍ମଚାରୀମାନେ ପୂର୍ବଭଳି କାର୍ଯ୍ୟ କରିବେ। ମାଗିବା ପୂର୍ବରୁ ଚାଷୀଙ୍କ ପ୍ରାପ୍ୟ ଓ କର୍ମଚାରୀଙ୍କ ଦରମା ଦିଆଯିବ। ଠିକ୍‌ ଭାବେ କମ୍ପାନୀ ଚଳାଇବା ପାଇଁ ଲୋକାଲ ମ୍ୟାନେଜମେଣ୍ଟ ଏବଂ ଅଧିକାରୀଙ୍କୁ ସ୍ବାଧୀନତା ମିଳିବ। ପ୍ରଥମେ ବିନିଯୋଗ ପରେ ଯେଉଁ ଲାଭ ହେବ ସେହି ଅର୍ଥକୁ ପୁଣି କମ୍ପାନୀରେ ଲଗାଯିବ। ଗୁଣବତ୍ତାରେ କୌଣସି ସାଲିସ କରାଯିବ ନାହିଁ। କର୍ମଚାରୀ ସଂଖ୍ୟା ବଢ଼ାଯିବ। ସ୍ଥାନୀୟ ଅଞ୍ଚଳର ଉନ୍ନତି, ଶିକ୍ଷାର ବିକାଶ ଦିଗରେ ଧ୍ୟାନ ଦିଆଯିବ। କମ୍ପାନୀ ପରିସରରେ ଗଠନମୂଳକ ପ୍ରସ୍ତାବ ଦେବା ପାଇଁ ସ୍ବତନ୍ତ୍ର ବାକ୍ସ ରହିବ। କର୍ମଚାରୀମାନେ ନିଜର ମତାମତ ଲେଖି କରି ଦେବେ। ପ୍ରତି ସପ୍ତାହରେ ଏହାର ସମୀକ୍ଷା କରାଯିବ। ସମସ୍ତଙ୍କ ମୂଲ୍ୟବାନ ପ୍ରସ୍ତାବକୁ ଦେଖି କାର୍ଯ୍ୟ ହେବ। ଶକ୍ତି ସୁଗାର୍ସ ଭଳି ଆଇପିଏଲ୍‌କୁ ସହଯୋଗ କରିବା ପାଇଁ ନୂତନ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି। ମାର୍କେଟିଂ ବିଭାଗ ଜିଏମ୍‌ ନୀରଜ ଶର୍ମା କମ୍ପାନୀର ସଫଳତା ପାଇଁ ଆଶାବ୍ୟକ୍ତ କରିଛନ୍ତି। ଆଇପିଏଲ୍‌ କମ୍ପାନୀର ଭୁବନେଶ୍ୱର ମୁଖ୍ୟପରିଚାଳକ ସଞ୍ଜୀବ ଚନ୍ଦ୍ର ସିହ୍ନା ସ୍ବାଗତ ଭାଷଣରେ କହିଲେ, ୧୯୫୫ରେ ଆଇପିଏଲ୍‌ କମ୍ପାନୀ ଆରମ୍ଭ ହୋଇଥିଲା। ଆରମ୍ଭରେ ଏହାର ବ୍ୟବସାୟ ୮୧ କୋଟି ଥିବାବେଳେ ୨୦୦୯ ବେଳକୁ ୩୨ ହଜାର କୋଟି ପାର୍‌ କରିବାରେ ସକ୍ଷମ ହୋଇଛି। ଢେଙ୍କାନାଳ ୟୁନିଟ୍‌ ମୁଖ୍ୟ ଆର୍‌. ରାମଦୁରାଇ କମ୍ପାନୀର ସଫଳ ପରିଚାଳନାରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ମୁନ୍‌ମୁନ୍‌ ସିଂ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଆଇପିଏଲ୍‌ର ଅର୍ଥ ବିଭାଗର ସାଧାରଣ ପରିଚାଳକ ଆର୍‌. ଶ୍ରୀନିବାସନ୍‌ଙ୍କ ସମେତ କମ୍ପାନୀରେ କାର୍ଯ୍ୟରତ ସମସ୍ତ କର୍ମଚାରୀ, ଅଧିକାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଢେଙ୍କାନାଳରେ ୧୯୯୪-୯୫ରେ ଶକ୍ତିସୁଗାର୍ସ କମ୍ପାନୀ ଉତ୍ପାଦନ ଆରମ୍ଭ କରିଥିଲା। ୧୦୦ ଏକର ଜମିରେ ପ୍ରତିଷ୍ଠିତ ଏହି କମ୍ପାନୀରେ ସେହି ସମୟରେ ବ୍ୟୟ ହୋଇଥିଲା ପ୍ରାୟ ୧୦୦ କୋଟି ଟଙ୍କା। ଢେଙ୍କାନାଳ, କଟକ ଓ ଯାଜପୁର ଜିଲାର ଚାଷୀମାନେ ଏଠାରେ ଆଖୁ ପେଡ଼ାଉଥିଲେ। ବାର୍ଷିକ ୧୯,୦୦୦ ଟନ୍‌ ଆଖୁ ପେଡ଼ା ଯାଉଥିବାବେଳେ ୨,୫୦୦ ମେଟ୍ରିକ ଟନ୍‌ ଚିନି ଉପତ୍ାଦନ ହେଉଥିଲା। ଏହାବାଦ୍‌ ମୋଲାସେସ୍‌, ଜୈବଖତ, ସୋୟାବିନ୍‌ ଉପତ୍ାଦନ କରି ଦେଶ ବିଦେଶକୁ ରପ୍ତାନି କରାଯାଉଥିଲା। ପ୍ଲାଣ୍ଟରେ ପ୍ରାୟ ୩୦୦ କର୍ମଚାରୀ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri