Categories: ଖେଳ

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ମହାନ ଖେଳାଳି

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି ଆଗଧାଡ଼ିର ଅଲରାଉଣ୍ଡର ଶାକିବ ଅଲ ହାସନ। ମାଂସପେଶୀ ଜନିତ ସମସ୍ୟା କାରଣରୁ ତାଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଏ ନେଇ ବାଂଲାଦେଶର ମୁଖ୍ୟ ଚୟନକର୍ତ୍ତା ମନିହାଜୁଲ ଆବେଦିନ ରବିବାର କହିଛନ୍ତି।

ତେବେ ଆହତ ସମସ୍ୟାର ଗମ୍ଭିରତା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସେ ପାକିସ୍ତାନ ବିପକ୍ଷ ଆଗାମୀ ସିରିଜରେ ଖେଳିବେ ନା ନାହିଁ, ତାହା ଫିଜିଓଥେରାପିଷ୍ଟ ଜୁଲିଆନ କାଲେଫାଟୋଙ୍କ ରିପୋର୍ଟ ଉପରେ ନିର୍ଭର କରେ।

“ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ଫିଲ୍ଡିଂ ବେଳେ ଶାକିବଙ୍କ ବାମ ଗୋଡ଼ର ମାଂସପେଶୀ ଟାଣି ହୋଇ ଯାଇଥିଲା। ଫଳରେ ସେ ବାଂଲାଦେଶର ପରବର୍ତ୍ତୀ ଦୁଇ ସୁପର-୧୨ ମ୍ୟାଚ୍‌ରେ ଖେଳିପାରିବେ ନାହିଁ” ବୋଲି ବିସିବିର ମୁଖ୍ୟ ଫିଜିସିଆନ ଦେବାଶିଷ ଚୌଧୁରି କହିଛନ୍ତି।

Share