ଭୁବନେଶ୍ୱର,୨୩ା୫
(ସ୍ପୋଟର୍ସ ବ୍ୟୁରୋ)
ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ୧୬ ବର୍ଷରୁ କମ୍ ଆନ୍ତଃଜିଲା କ୍ରିକେଟ ଟୁର୍ନାମେଣ୍ଟର ପ୍ରଥମ ଚରଣ ଅନୁଷ୍ଠିତ ହେଉଛି। ସୋମବାର ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ବି, କେନ୍ଦୁଝର, ନୂଆପଡା, ବରଗଡ, ଖୋର୍ଦ୍ଧା ଓ ଗଜପତି ବିଜୟୀ ହୋଇଛନ୍ତି। ଭୁବନେଶ୍ୱର ବିର ସୋହମ ପଟ୍ଟନାୟକ ଓ ମାଲକାନଗିରିର କୋଟଲା ମାଧବା ୫ ଉଇକେଟ ସଫଳତା ହାସଲ କରିଥିବା ବେଳେ କେନ୍ଦୁଝରର ସଙ୍କେତ ପଣ୍ଡା ଓ ନୂଆପଡାର ବିଶାଲ କୁମ୍ଭାର ଶତକ ହାସଲ କରିଛନ୍ତି।
ରେଲଓ୍ବେ ଗ୍ରାଉଣ୍ଡ: ଏଠାରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ବି ୫୯ ରନରେ ମାଲକାନଗିରିକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭୁବନେଶ୍ୱର ୪୬.୧ ସଭରରେ ୨୦୩ ରନରେ ଅଲଆଉଟ ହୋଇଥିଲା। ପ୍ରୟାନ୍ ସାମଲ ସର୍ବାଧିକ ୪୭ ରନ୍ କରିଥିଲେ। ଜବାବରେ ସୋହମ ପଟ୍ଟନାୟକ ୨୫ ରନରେ ୫ ଉଇକେଟ ନେବାରୁ ମାଲକାନଗିରି ୩୨.୧ ଓଭରରେ ୧୪୪ ରନ୍ରେ ଅଲଆଉଟ ହୋଇଥିଲା।
ଟାଉନ୍ କ୍ଲବ୍(ଭୁବନେଶ୍ୱର): ଏଠାରେ ଅନୁଷ୍ଠିତ ମ୍ୟାଚରେ କେନ୍ଦୁଝର ୨୫୬ ରନ୍ର ବିଶାଳ ବ୍ୟବଧାନରେ ଜଗତସିଂହପୁରକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି କେନ୍ଦୁଝର ୪୯ ଓଭରରେ ୫ ଉଇକେଟରେ ୨୯୦ ରନ୍ କରିଥିଲା। ଜବାବରେ ସନ୍ତୋଷ ରାଉତ ୪ ରନରେ ୪ ଉଇକେଟ ନେବାରୁ ଜଗତସିଂହପୁର ୩୪ ରନ୍ରେ ସମସ୍ତ ଉଇକେଟ ହରାଇଥିଲା।
ଅଡଶପୁର ଗ୍ରାଉଣ୍ଡ: ଏଠାରେ ଅନୁଷ୍ଠିତ ମ୍ୟାଚରେ ନୂଆପଡା ୧୯ ରନ୍ରେ କନ୍ଧମାଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବିଶାଲ କୁମ୍ଭାରଙ୍କ ଶତକ ବଳରେ ନୂଆପଡା ୩୨.୩ ଓଭରରେ ସମସ୍ତ ଉଇକେଟ ହରାଇ ୨୦୩ ରନ୍ କରିବାରେ ସମର୍ଥ ହୋଇଥିଲା। ଜବାବରେ କନ୍ଧମାଳ ୪୫ ଓଭରରେ ୮ ଉଇକେଟ ହରାଇ ୧୮୪ ରନ କରିଥିଲା।
ବିଜେଏଚ୍ଏସ୍ ଗ୍ରାଉଣ୍ଡ (ଖୋର୍ଦ୍ଧା): ଏଠାରେ କଟକ- ବି’କୁ ୬ ଉଇକେଟରେ ହରାଇଛି ବରଗଡ। ପ୍ରଥମେ ବ୍ୟାଟିଂ କରି କଟକ ସମସ୍ତ ଉଇକେଟ ହରାଇ ୧୪୩ ରନ୍ କରିଥିଲା। ଜବାବରେ ବରଗଡ ୩୭.୩ ଓଭରରେ ୪ ଉଇକେଟ ହରଇ ୧୪୫ ରନ୍ କରିଥିଲା।
କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ
ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ...
ଶୀତରେ ଥରୁଛି କଳାହାଣ୍ଡି
ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...
ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ
ଆଡିଲେଡ୍,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...
୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…
ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...
ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…
ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...
ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍ ପରୀକ୍ଷା
ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...
ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI
ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...
ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ…
ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...
Archives


