Posted inଖେଳ

ସଙ୍କେତ, ବିଶାଲଙ୍କ ଶତକ, ସୋହମ, ମାଧବଙ୍କୁ ୫

ଭୁବନେଶ୍ୱର,୨୩ା୫
(ସ୍ପୋଟର୍‌ସ ବ୍ୟୁରୋ)
ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ୧୬ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଟୁର୍ନାମେଣ୍ଟର ପ୍ରଥମ ଚରଣ ଅନୁଷ୍ଠିତ ହେଉଛି। ସୋମବାର ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ବି, କେନ୍ଦୁଝର, ନୂଆପଡା, ବରଗଡ, ଖୋର୍ଦ୍ଧା ଓ ଗଜପତି ବିଜୟୀ ହୋଇଛନ୍ତି। ଭୁବନେଶ୍ୱର ବିର ସୋହମ ପଟ୍ଟନାୟକ ଓ ମାଲକାନଗିରିର କୋଟଲା ମାଧବା ୫ ଉଇକେଟ ସଫଳତା ହାସଲ କରିଥିବା ବେଳେ କେନ୍ଦୁଝରର ସଙ୍କେତ ପଣ୍ଡା ଓ ନୂଆପଡାର ବିଶାଲ କୁମ୍ଭାର ଶତକ ହାସଲ କରିଛନ୍ତି।
ରେଲଓ୍ବେ ଗ୍ରାଉଣ୍ଡ: ଏଠାରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ବି ୫୯ ରନରେ ମାଲକାନଗିରିକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭୁବନେଶ୍ୱର ୪୬.୧ ସଭରରେ ୨୦୩ ରନରେ ଅଲଆଉଟ ହୋଇଥିଲା। ପ୍ରୟାନ୍‌ ସାମଲ ସର୍ବାଧିକ ୪୭ ରନ୍‌ କରିଥିଲେ। ଜବାବରେ ସୋହମ ପଟ୍ଟନାୟକ ୨୫ ରନରେ ୫ ଉଇକେଟ ନେବାରୁ ମାଲକାନଗିରି ୩୨.୧ ଓଭରରେ ୧୪୪ ରନ୍‌ରେ ଅଲଆଉଟ ହୋଇଥିଲା।
ଟାଉନ୍‌ କ୍ଲବ୍‌(ଭୁବନେଶ୍ୱର): ଏଠାରେ ଅନୁଷ୍ଠିତ ମ୍ୟାଚରେ କେନ୍ଦୁଝର ୨୫୬ ରନ୍‌ର ବିଶାଳ ବ୍ୟବଧାନରେ ଜଗତସିଂହପୁରକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି କେନ୍ଦୁଝର ୪୯ ଓଭରରେ ୫ ଉଇକେଟରେ ୨୯୦ ରନ୍‌ କରିଥିଲା। ଜବାବରେ ସନ୍ତୋଷ ରାଉତ ୪ ରନରେ ୪ ଉଇକେଟ ନେବାରୁ ଜଗତସିଂହପୁର ୩୪ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
ଅଡଶପୁର ଗ୍ରାଉଣ୍ଡ: ଏଠାରେ ଅନୁଷ୍ଠିତ ମ୍ୟାଚରେ ନୂଆପଡା ୧୯ ରନ୍‌ରେ କନ୍ଧମାଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବିଶାଲ କୁମ୍ଭାରଙ୍କ ଶତକ ବଳରେ ନୂଆପଡା ୩୨.୩ ଓଭରରେ ସମସ୍ତ ଉଇକେଟ ହରାଇ ୨୦୩ ରନ୍‌ କରିବାରେ ସମର୍ଥ ହୋଇଥିଲା। ଜବାବରେ କନ୍ଧମାଳ ୪୫ ଓଭରରେ ୮ ଉଇକେଟ ହରାଇ ୧୮୪ ରନ କରିଥିଲା।
ବିଜେଏଚ୍‌ଏସ୍‌ ଗ୍ରାଉଣ୍ଡ (ଖୋର୍ଦ୍ଧା): ଏଠାରେ କଟକ- ବି’କୁ ୬ ଉଇକେଟରେ ହରାଇଛି ବରଗଡ। ପ୍ରଥମେ ବ୍ୟାଟିଂ କରି କଟକ ସମସ୍ତ ଉଇକେଟ ହରାଇ ୧୪୩ ରନ୍‌ କରିଥିଲା। ଜବାବରେ ବରଗଡ ୩୭.୩ ଓଭରରେ ୪ ଉଇକେଟ ହରଇ ୧୪୫ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri