ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। ଓଡିଶାରେ ଭାଜପାକୁ ଗୋଟିଏ ସୁଯୋଗ ଦେବାକୁ ଓଡିଶାବାସୀଙ୍କୁ ଶାହା ନିବେଦନ କରିଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସହ ସାମ୍ନାସାମ୍ନି ଲଢ଼େଇ ହେବ। କୌଣସି ଦ୍ୱନ୍ଦ୍ୱ ନାହିଁ, ସାମ୍ନାସାମ୍ନି ନିର୍ବାଚନ ଲଢ଼ିବୁ। ମୋଦିଙ୍କ ନେତୃତ୍ୱବରେ ରାଜ୍ୟର ବିକାଶ ପାଇଁ ଦାୟିତ୍ୱ ଦେବାକୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛୁ। ମୋଦି ଯେଉଁଠି ବିଜୟୀ ହୋଇଛନ୍ତି ସେଠି ବିକାଶ ଦ୍ରୁତ ଗତିରେ ହୋଇଛି। ଓଡ଼ିଶାରେ ବି ବିକାଶ ଦ୍ରୁତ ଗତିରେ ହେବ କହିଲେ ଶାହ କହିଛନ୍ତି।

Share