ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ପ୍ରେସ୍ମିଟ୍ କରିଛନ୍ତି। ରେକର୍ଡ ସଂଖ୍ୟକ ଭୋଟିଂ ପାଇଁ ମତଦାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହା। ୧୧୦ ସିଟ୍ରେ ଭାଜପା ବିଜୟ ହାସଲ କରିବା ନେଇ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିରେ ସେ ଏକ ଭବିଷ୍ୟବାଣୀ କରିଛନ୍ତି।
ବିପୁଳ ମାତ୍ରାରେ ଭୋଟିଂ ଦର୍ଶାଉଛି ଯେ, ବେଙ୍ଗଲବାସୀ ପରିବର୍ତ୍ତନ ଚାହୁଁଛନ୍ତି। ପଶ୍ଚିମବଙ୍ଗରେ ଦିଦି ହଟିବେ। ଏଥର ଭାଜପାର ଜଣେ ବେଙ୍ଗଲୀ ନେତା ମୁଖ୍ୟମନ୍ତ୍ରୀ ହେବେ। ଅଙ୍ଗ-ବଙ୍ଗ- କଳିଙ୍ଗରେ ଭାଜପା ସରକାର ଲୋକଙ୍କ ସେବା କରିବ ବୋଲି ଶାହା ଦୃଢ଼ତାର ସହ କହିଛନ୍ତି। ସରକାର ଆସିଲେ ଅନୁପ୍ରେବଶକାରୀଙ୍କୁ ରୋକିବା ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଶାହା ଏହି ପ୍ରେସ୍ମିଟ୍ରେ କହିଛନ୍ତି।