ଶାହରୁଖ୍‌ ଶ୍ରେଷ୍ଠ ଅଭିନେତା, ‘ଆନିମଲ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର

ଆବୁଧାବି, ୩୦।୯: ଭାରତୀୟ ଚଳଚ୍ଚିତ୍ର କ୍ଷେତ୍ରରେ ସର୍ବୋତ୍ତମ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ପାଇଁ ଶନିବାର ରାତିରେ ଆବୁଧାବିର ୟସ୍‌ ଆଇଲାଣ୍ଡରେ ଇଣ୍ଟରନ୍ୟାଶ୍‌ନାଲ୍‌ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ(ଆଇଆଇଏଫ୍‌ଏ) ୨୦୨୪ ଆୟୋଜିତ ହୋଇଯାଇଛି। ଏହି ପୁରସ୍କାର ବିତରଣ ଉତ୍ସବରେ ବିଭିନ୍ନ ବର୍ଗରେ ଅଭିନେତ୍ରୀ ଏବଂ ଅଭିନେତାମାନଙ୍କୁ ସମ୍ମାନିତ କରାଯାଇଛି। ‘ଜଓ୍ବାନ’ ଫିଲ୍ମରେ ଦମ୍‌ଦାର ଅଭିନୟ ପାଇଁ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କୁ ଏହି ସମାରୋହରେ ଶ୍ରେଷ୍ଠ
ଶାହରୁଖ୍‌ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯଇଛି। ନିର୍ଦ୍ଦେଶକ ମଣି ରନ୍ତ୍ରମ ଓ ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ ଆର୍‌ ରେହମାନ୍‌ ମଞ୍ଚରେ ଶାହରୁଖ୍‌ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ‘ମିସେସ୍‌ ଚାଟାର୍ଜୀ ଭର୍ସେସ୍‌ ନରଓ୍ବେ’ ଫିଲ୍ମ ପାଇଁ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସନ୍ଦୀପ ରେଡ୍ଡୀ ବଙ୍ଗାଙ୍କ ଫିଲ୍ମ ‘ଆନିମଲ୍‌’କୁ ଏହି ସମାରୋହରେ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନିତ କରାଯାଇଛି। ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବଙ୍ଗା ଓ ପ୍ରଯୋଜକ ଭୂଷଣ କୁମାର ଏହି ସମ୍ମାନ ଗ୍ରହଣ କରିଛନ୍ତି। ସେହିପରି ‘ଆନିମଲ୍‌’ ଫିଲ୍ମ ପାଇଁ ଅଭିନେତା ଅନିଲ କପୁର ଓ ବବି ଦେଓଲଙ୍କୁ ଯଥାକ୍ରମେ ଶ୍ରେଷ୍ଠ ସହାୟକ ଅଭିନେତା ଓ ଶ୍ରେଷ୍ଠ ଖଳନାୟକ ଭାବେ ପୁରସ୍କୃତ କରାଯାଇଛି। ଅଭିନେତା ବବି ପୁରସ୍କାର ଗ୍ରହଣ କରିବା ପରେ ଫିଲ୍ମର ପ୍ରସିଦ୍ଧ ‘ଜମାଲ କୁଡୁ’ ଗୀତର ଲୋକପ୍ରିୟ ଷ୍ଟେପ୍‌କୁ ନିର୍ଦ୍ଦେଶିତ ବଙ୍ଗାଙ୍କ ସହ କରି ଉପସ୍ଥିତ ଅତିଥି ତଥା ଦର୍ଶକଙ୍କର ମନୋରଞ୍ଜନ କରିଥିଲେ। ସେହିପରି ‘ଆନିମଲ୍‌’ ଫିଲ୍ମର ‘ଅର୍ଜନ ଭେଲି’ ଗୀତ ପାଇଁ ସଙ୍ଗୀତଜ୍ଞ ଭୂପିନ୍ଦର ବବ୍ବଲଙ୍କୁ ଶ୍ରେଷ୍ଠ ପ୍ଲେ ବ୍ୟାକ୍‌ ସିଙ୍ଗର(ପୁରୁଷ) ପୁରସ୍କାର ମିଳିଛି। ପରିବାର ସହ ଜନ୍ମଦିନ ପାଳନ କରୁଥିବାରୁ ‘ଆନିମଲ୍‌’ ଫିଲ୍ମର ମୁଖ୍ୟ ଅଭିନେତା ରଣବୀର କପୁର ଏହି ଆଓ୍ବାର୍ଡ ସେରିମୋନିରେ ଯୋଗ ଦେଇ ପାରି ନାହାନ୍ତି। ଅନ୍ୟପକ୍ଷରେ ‘ଟୁଏଲ୍‌ଭଥ୍‌ ଫେଲ୍‌’ ଫିଲ୍ମ ପାଇଁ ଫିଲ୍ମ ନିର୍ମାତା ବିଧୁ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଛି। ଫିଲ୍ମ ‘ରକି ଔର ରାନିକି ପ୍ରେମ୍‌ କାହାନୀ’ରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଜେଜେ ମା’ ଚରିତ୍ରରେ ଅଭିନୟ କରିଥିବା ଭେଟେରାନ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ପୁରସ୍କାର ମିଳିଛି।

ସେହିପରି ଭେଟେରାନ ଅଭିନେତ୍ରୀ ତଥା ଏମ୍‌ପି ହେମାମାଳିନୀଙ୍କୁ ‘ଆଉଟଷ୍ଟାଣ୍ଡିଂ ଆଚିଭ୍‌ମେଣ୍ଟ ଇନ୍‌ ଇଣ୍ଡିଆନ୍‌ ସିନେମା ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ‘ଜଓ୍ବାନ’ ଫିଲ୍ମର ‘ଚଲେୟା’ ଗୀତ ପାଇଁ ସଙ୍ଗୀତଜ୍ଞ ଶିଳ୍ପା ରାଓଙ୍କୁ ଶ୍ରେଷ୍ଠ ପ୍ଲେ ବ୍ୟାକ୍‌ ସିଙ୍ଗର (ମହିଳା) ପୁରସ୍କାର ମିଳିଛି। ତେବେ ଏହି କାର୍ଯ୍ୟକ୍ରମରେ ‘ବ୍ୟାଡ୍‌ ନ୍ୟୁଜ୍‌’ ଫିଲ୍ମର ପ୍ରସିଦ୍ଧ ଗୀତ ‘ତୌବା ତୌବା’ର ଲୋକପ୍ରିୟ ଷ୍ଟେପ୍‌ କରି ଉଭୟେ ଶାହରୁଖ୍‌ ଓ ଅଭିନେତା ଭିକି କୌଶଲ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ସେହିପରି ଭେଟେରାନ ଅଭିନେତ୍ରୀ ରେଖା, ଅଭିନେତା ପ୍ରଭୁ ଦେବା, ଶାହିଦ୍‌ କପୁର, ଅଭିନେତ୍ରୀ ଜାହ୍ନବୀ କପୁର, କ୍ରୀତି ସାନନ୍‌, ନୋରା ଫତେହି , ଅନନ୍ୟା ପାଣ୍ଡେ ପ୍ରମୁଖଙ୍କ ଡ୍ୟାନ୍ସ ପର୍‌ଫର୍‌ମାନ୍ସ ଉପସ୍ଥିତ ଦର୍ଶକଙ୍କୁ ମତୁଆଲା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?