ପ୍ରେମିକାଙ୍କୁ ସମୁଦ୍ର କୂଳରେ ଖୋଜୁଥିଲେ ଏହି ଅଭିନେତା

ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଶାହରୁଖ୍‌ କେବଳ ଅଭିନୟରେ ନୁହେଁ ପ୍ରେମରେ ମଧ୍ୟ ସଫଳ ହୋଇଛନ୍ତି। ଶାହରୁଖ ପିଲାଦିନର ବନ୍ଧୁ ଗୌରୀଙ୍କୁ ବିବାହ କରିଥିଲେ। ଦୁହିଁଙ୍କୁ ବଲିଉଡ୍‌ର ଆଦର୍ଶ ଦମ୍ପତି ବିବେଚନା କରାଯାଏ। ଗୌରୀଙ୍କୁ ପାଇବାକୁ ଶାହରୁଖ ଅନେକ ସଂଘର୍ଷ କରିଥିଲେ। ଦୁହେଁ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ବିବାହରେ ଅନେକ ସମସ୍ୟା ଦେଖାଯାଇଥିଲା। କିନ୍ତୁ କେହି କାହା ହାତ ଛାଡି ନ ଥିଲେ। ଏକ ସାକ୍ଷାତକାରରେ ଶାହରୁଖ କହିଥିଲେ ନୂଆଦିଲ୍ଲୀରେ ରହି କଳେଜ୍‌ରେ ପଢୁଥିବା ସମରେ ଗୌରୀ ତାଙ୍କୁ ଛାଡି ମୁମ୍ବାଇ ପଳାଇ ଆସିଥିଲେ। ତାଙ୍କୁ ଖୋଜିବା ପାଇଁ କିଛି ସାଙ୍ଗଙ୍କ ସହ ମୁମ୍ବାଇ ଆସିଥିଲେ। କିନ୍ତୁ ମୁମ୍ବାଇରେ ଗୌରୀଙ୍କ ଘର କେଉଁଠି ତାଙ୍କୁ ଜଣା ନ ଥିଲା। ତେଣୁ ତାଙ୍କୁ ମୁମ୍ବାଇ ସମୁଦ୍ର କୂଳରେ ଖୋଜି ବୁଲୁଥିଲେ। କାରଣ ଗୌରୀଙ୍କୁ ସୁଇମିଂ ବେଶ୍‌ ପସନ୍ଦ ଥିଲା। ସମୁଦ୍ର କୂଳରେ ଗୌରୀ ନ ମିଳିବାରୁ ଏକ ଟ୍ୟାକ୍ସି ଡ୍ରାଇଭର୍‌ଙ୍କ ସହ ତାଙ୍କର ଭେଟ ହୋଇଥିଲା। ଯେ କି ତାଙ୍କୁ ମୁମ୍ବାଇରେ ଗୋଟିଏ ନୁହେଁ ଅନେକ ସମୁଦ୍ର ଥିବା କଥା କହିଥିଲେ। ପାଖରେ ମାତ୍ର ୪୦୦ ଟଙ୍କା ଥିବାରୁ ସେହି ଟଙ୍କାରେ ଯେତେ ସମୁଦ୍ର କୂଳ ବୁଲି ହେବା ସେତେକି ବୁଲାଇ ଦେବାକୁ ଶାହରୁଖ ଡ୍ରାଇଭର୍‌କୁ କହିଥିଲେ। ଡ୍ରାଇଭର୍‌ ତାଙ୍କ କିଛି ସମୁଦ୍ର କୂଳ ବୁଲାଇଥିଲେ କିନ୍ତୁ ଗୌରୀ ମିଳି ନ ଥିଲେ। ପାଖରୁ ଟଙ୍କା ସରିଯିବାରୁ ସାଙ୍ଗମାନେ ଭୋକରେ ରାଗି ଯାଇଥିଲେ। କିନ୍ତୁ ଶାହରୁଖ ଆଶା ହରାଇ ନ ଥିଲେ। ସେ ଶେଷ ଥର ପାଇଁ ଆଉ ଏକ ସମୁଦ୍ର କୂଳକୁ ଯିବାକୁ କହିଥିଲେ। ଏହି ସମୟରେ ଶାହରୁଖ୍‌ ଜଣେ ଯୁବତୀଙ୍କ ପାଟି ଶୁଣି ତାଙ୍କୁ ଅନୁସରଣ କରଥିଲେ। ସେହି ଯୁବତୀ ଜଣଙ୍କ ଗୌରୀ ହିଁ ଥିଲେ। ଶାହରୁଖଙ୍କୁ ମୁମ୍ବାଇରେ ଦେଖ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତୁମକୁ ଭେଟିବାକୁ ଆସିଥିଲି ବୋଲି ଏହାର ଉତ୍ତରରେ ଶାହରୁଖ କହିଥିଲେ। ଏହାପରେ ଉଭୟଙ୍କ ସମ୍ପର୍କ ବେଶ୍‌ ମଜଭୁତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri