ମୁହଁ,ହାତରେ ବନ୍ଧା ହୋଇଛି ବ୍ୟାଣ୍ଡେଜ୍‌: ଆହତ ଅବସ୍ଥାରେ ନଜର ଆସିଲେ ଶାହରୁଖ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପ୍ରଂଶସକ ପାଇଁ ଏକ ଖୁସି ଖବର। ଶେଷରେ ସାଉଥ୍‌ ଫିଲ୍ମ ନିର୍ମାତା ଏଟଲିଙ୍କ ସହ ସହଯୋଗିତାରେ କିଙ୍ଗ୍‌ ଖାନ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ଏକ ବଡ଼ ଘୋଷଣା କରିଛନ୍ତି। ଏଟଲିଙ୍କ ନିର୍ଦ୍ଦେଶିତ ଓ ରେଡ୍‌ ଚିଲ୍ଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ ଏବଂ ଏସ୍‌ଆରକେ ପ୍ରଡକ୍ସନ ହାଉସ୍‌ରେ ନିର୍ମିତ ହୋଇଥିବା ଫିଲ୍ମ ଯବାନର ଟିଜର ଶୁକ୍ରବାର ରିଲିଜ୍‌ ହୋଇଛି। ଏଥିରେ ଶାହରୁଖଙ୍କ ମୁଣ୍ଡ, ମୁହଁ ଓ ହାତରେ ଏକ ବ୍ୟାଣ୍ଡଜ୍‌ ବନ୍ଧା ହୋଇଥିବା ବେଳେ ତାଙ୍କୁ ଆହତ ଅବସ୍ଥାରେ ଦେଖିବାକୁ ମିଳିଛି। କିଙ୍ଗ୍‌ ଖାନଙ୍କ ଏହି ଭୟଙ୍କର ଲୁକ୍‌କୁ ଦେଖିଲେ ଯେକେହିବି ଡ଼ରିଯିବେ। ସବୁବେଳେ ଲଭର ବୟ ଓ ରୋମାଣ୍ଟିକ୍‌ ଲୁକ୍‌ରେ ନଜର ଆସୁଥିବା ଶାହରୁଖଙ୍କୁ କେବେବି ଏଭଳି ଚରିତ୍ରରେ ଦେଖି ନ ଥିବେ ଦର୍ଶକେ। ଏହି ଦିନକୁ ପ୍ରଶଂସକମାନେ ବହୁ ଉତ୍ସାହର ସହ ଅପେକ୍ଷା କରି ରହିଥିଲେ। ଟିଜରକୁ ଦେଖିବା ପରେ ବହୁ ଉତ୍ସାହର ସହ ଟ୍ରେଲରକୁ ଅପେକ୍ଷା କରିଛନ୍ତି ପ୍ରଶଂସକ। ଏହି ଫିଲ୍ମଟି ୨୦୨୩ ଜୁନ ୨ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। ଏହାକୁ ହିନ୍ଦୀ ସମେତ ତାମିଲ, ତେଲଗୁ, ମଲୟାଲମ ଓ କନ୍ନଡ ଭାଷାରେ ରିଲିଜ୍‌ କରାଯିବ। ଫଲ୍ମ ଯବାନରେ ଶାହରୁଖଙ୍କ ଡବଲ ରୋଲ ଦେଖିବାକୁ ମିଳିବ। ସେହିପରି ତାଙ୍କ ବିପକ୍ଷରେ ଅଭିନୟ କରୁଥିବା ଅଭିନେତ୍ରୀ ନୟନତାରା ଅନୁସନ୍ଧାନକାରୀ ଅଫିସରଙ୍କ ଚରିତ୍ରରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri