‘ବୟକଟ ଟ୍ରେଣ୍ଡ’କୁ ଡରୁଛନ୍ତି କିଙ୍ଗ ଖାନ, ‘ଡନ ୩’କୁ କଲେ ନା

ମୁମ୍ବାଇ: ବଲିଉଡ ନାୟକ ଶାହାରୁଖ ଖାଁ ଏବେ ତାଙ୍କ ଫିଲ୍ମ ‘ପଠାନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏବେ ଏହି ଫିଲ୍ମ ବୟକଟ ହୋଇପାରେ ବୋଲି ଅନୁମାନ କରାଯାଉଛି । କିଛିଦିନ ହେବ ବଲିଉଡରେ କିଛି ଫିଲ୍ମ ଲଗାତାର ଭାବେ ଫ୍ଲପ ହେବାରେ ଲାଗିଛି । ଏପଟେ ପଠାନକୁ ନେଇ ଦର୍ଶକେ ଏବେଠାରୁ ରାଗରେ ଅଛନ୍ତି । କିଛିଦିନ ତଳେ ଫିଲ୍ମର ଟିଜର ଶାହାରୁଖ ତାଙ୍କ ଫ୍ୟାନମାନଙ୍କ ପାଇଁ ରିଲିଜ୍ କରିଥିଲେ । ଏହି ଫିଲ୍ମରେ ଶାହାରୁଖଙ୍କ ସହ ଜନ ଅବ୍ରାହମ ଓ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ରହିଛନ୍ତି ।
ସୂଚନାଯାଗ୍ୟ, ପଠାନ ବ୍ୟତୀତ ଶାହାରୁଖଙ୍କ ନିକଟରେ ‘ଜୱାନ’ ଓ ‘ଡଙ୍କି’ ଭଳି ଫିଲ୍ମ ରହିଛି । ରିପୋର୍ଟ ଅନୁଯାୟୀ, ଶାହାରୁଖଙ୍କୁ ‘ଡନ ୩’ର ଅଫର ବି ମିଳିଥିଲା । କିନ୍ତୁ ଶାହାରୁଖ ଏହାକୁ ମନା କରି ଦେଇଥିବା ଜଣାପଡିଛି । ଏବେ ବକ୍ସ ଅଫିସରେ ବଲିଉଡ ଫିଲ୍ମ ଲଗାତାର ଭାବେ ଅସଫଳ ରହୁଥିବାରୁ ଶାହାରୁଖ ଏଭଳି କରିଥିବା ଜଣାପଡିଛି । ତେବେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଆମିର ଖାଁଙ୍କ ‘ଲାଲ ସିଂ ଚଢା’ ଓ ଅକ୍ଷୟ କୁମାରଙ୍କ ‘ରକ୍ଷା ବନ୍ଧନ’ ମଧ୍ୟରେ ଟକ୍କର ହେବାର ଥିଲା ସତ ହେଲେ ଏହାକୁ ଦର୍ଶକେ ଆଦୌ ପସନ୍ଦ କଲେ ନାହିଁ ।
ଏପଟେ ସୋସିଆଲ ରାଇଟସରେ ଲାଗାତାର ବୟକଟ ଟ୍ରେଣ୍ଡକୁ ଦେଖି ଶାହାରୁଖ ଖାଁ ‘ଡନ ୩’କୁ ମନା କରି ଦେଇଛନ୍ତି । ଆଉ ଏକ ରିପୋର୍ଟରେ କୁହାଯାଇଛି କି ବୟକଟ ଟ୍ରେଣ୍ଡକୁ ଦେଖି ଅଭିନେତା ଫିଲ୍ମ କରିବାକୁ ମନା କରି ଦେଇଛନ୍ତି । ଏହା ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ, କୁହାଯାଉଥିଲା କି ‘ଡନ ୩’କୁ କରିବାକୁ ଶାହାରୁଖ ଉତ୍ସାହିତ ଅଛନ୍ତି । ସୂଚନାଯୋଗ୍ୟ, ଏହି ଫିଲ୍ମର ସ୍କ୍ରିପ୍ଟକୁ ନେଇ ଫରହାନ ଅଖତର ବେଶ କିଛିଦିନ ହେବ କାମ କରୁଛନ୍ତି । ଏବେ ଶାହାରୁଖ ଏହି ଫିଲ୍ମକୁ ମନା କରି ଦେଇଥିବାରୁ ଆଉ କାହାକୁ ହୁଏତ ନିଆଯାଇ ପାରେ ବୋଲି ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri