ଶାହାରୁଖଙ୍କଠାରୁ ସୁସ୍ମିତାଙ୍କ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର ବିଜୟକୁ ନେଇ ପାଳିଲେ ଉତ୍ସବ

ମୁମ୍ବାଇ: କତରର ଲୁସୈଲ ଷ୍ଟାଡିୟମରେ ରବିବାର ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳା ଯାଇଥିବା ଫିଫା ବିଶ୍ୱକପ ଫାଇନାଲରେ ଲିଓନେଲ ମେଶିଙ୍କ ଟିମ ବାଜି ମାରିଛି । ଆର୍ଜେଣ୍ଟିନାର ଏହି ବିଜୟକୁ ନେଇ ଭାରତରେ ବି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ୩୬ ବର୍ଷର ଲମ୍ବା ଅପେକ୍ଷା ପରେ ଆର୍ଜେଣ୍ଟିନା ଫୁଟବଲ ବିଶ୍ୱକପ ଚାମ୍ପିୟାନ ହୋଇଛି । ଆର୍ଜେଣ୍ଟିନାର ଏହି ବିଜୟରେ ବଲିଉଡର ବହୁ ସେଲିବ୍ରିଟି ଉତ୍ସବ ମନାଇଛନ୍ତି ।
ଫିଫା ୱାର୍ଲଡ କପ ଫାଇନାଲ ୨୦୨୨ ଜିତିବା ପରେ ସୋସିଆଲ ମିଡିଆରେ ଆର୍ଜେଣ୍ଟିନାକୁ ଖୁବ୍ ପ୍ରଶଂସା କରାଯାଉଛି । ଏହାରି ଭିତରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଆର୍ଜେଣ୍ଟିନାର ବିଜୟକୁ ନେଇ ଏକ ସ୍ପେଶାଲ ପୋଷ୍ଟ ଶେୟାର କରିଛନ୍ତି । କିଙ୍ଗ ଖାନ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ କରି ଲେଖିଛନ୍ତି, ଆମେ ସର୍ବଶ୍ରେଷ୍ଠ ବିଶ୍ୱକପ ଫାଇନାଲ ବଞ୍ଚିଛୁ । ମୋର ମନେଅଛି ଏକ ଛୋଟ ଟେଲିଭିଜନରେ ମୋ ମାଆ ସହିତ ଏକ ଫାଇନାଲ ଦେଖିବା ।
ଏବେ ସେହି ଏକ୍ସାଇଟମେଣ୍ଟ ମୋ ପିଲାମାନଙ୍କ ସହ । ଟ୍ୟାଲେଣ୍ଟ, ମେହନତ ଓ ସ୍ୱପ୍ନ ଉପରେ ବିଶ୍ୱାସ ଦେଇଥିବା ମେସି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଶାହାରୁଖଙ୍କ ପରେ ଅଭିନେତା ରଣବୀର ସିଂ ମଧ୍ୟ ଆର୍ଜେଣ୍ଟିନାର ବିଜୟକୁ ନେଇ ଲେଖିଛନ୍ତି, ମୁଁ ଏବେ କ’ଣ ଦେଖିଲି, ଏକ ଯାଦୁ, ଐତିହାସିକ ମୁହୂର୍ତ୍ତ ଓ ସ୍ମରଣୀୟ ମୁହୂର୍ତ୍ତ । ଅଭିନେତ୍ରୀ ସୁସ୍ମିତା ସେନ ମଧ୍ୟ ଲେଖିଛନ୍ତି, କେତେ ସୁନ୍ଦର ବିଶ୍ୱକପ ଫାଇନାଲ, ଅନେକ ଅଭିନନ୍ଦନ ଆର୍ଜେଣ୍ଟିନା, ମେସି ଆପଣଙ୍କ ପାଇଁ ଆମେ ଗର୍ବିତ ।

ଏହାସହ ଅନୁପମ ଖେର, ସୋନୁ ସୁଦ, କାର୍ତ୍ତିକ ଆର୍ଯ୍ୟନ ଆଦି କଳାକାର ଆର୍ଜେଣ୍ଟିନାକୁ ଶୁଭେଚ୍ଛା ଜଣାଇଛନ୍ତି ।

Share