ନିଜ୍ଜାର ହତ୍ୟା ପାଇଁ ଶାହା ଦେଇଥିଲେ ନିର୍ଦ୍ଦେଶ, କାନାଡା ମନ୍ତ୍ରୀଙ୍କ ଅଭିଯୋଗ

ଓଟ୍ଟାଓ୍ବା,୩୦ା୧୦: କାନାଡାରେ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ ହିଂସା, ଧମକ ଓ ଗୋଇନ୍ଦା ତଥ୍ୟ ସଂଗ୍ରହର ଏକ ଅଭିଯାନ ଚଳାଇବାକୁ ଭାରତର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ନିର୍ଦ୍ଦେଶ ଦେଇଥିବା ଓଟ୍ଟାଓ୍ବା ପକ୍ଷରୁ କୁହାଯାଇଛି। ଏହି ଅଭିଯୋଗ ଭାରତ-କାନାଡା ସମ୍ପର୍କରେ ଆହୁରି ତିକ୍ତତା ଭରିଦେଇପାରେ ବୋଲି ମନେକରାଯାଉଛି।

କାନାଡା ବହିର୍ବ୍ୟାପାର ଉପମନ୍ତ୍ରୀ ଡାଭିଡ୍‌ ମୋରିସନ୍‌ ଜାତୀୟ ସୁରକ୍ଷା କମିଟିର ପାର୍ଲାମେଣ୍ଟ ସଦସ୍ୟମାନଙ୍କୁ କହିଛନ୍ତି ଯେ, ଅଭିଯୋଗ ସମ୍ପର୍କରେ ପ୍ରଥମେ ପ୍ରକାଶ କରିଥିବା ‘ଓ୍ବାଶିଂଟନ୍‌ ପୋଷ୍ଟ’କୁ ସେ ଶାହାଙ୍କ ନାମ ଜଣାଇଦେଇଛନ୍ତି। ଜଣେ ସାମ୍ବାଦିକ ମୋରିସନ୍‌ଙ୍କୁ ଫୋନ୍‌ କରି ‘ଏହା ସେହି ବ୍ୟକ୍ତି କି’ ବୋଲି ପଚାରିଥିଲେ। ମୋରିସନ୍‌ ହଁ ଏହା ସେହି ବ୍ୟକ୍ତି ବୋଲି କନ୍‌ଫର୍ମ କରିଥିଲେ। ତେବେ ଶାହାଙ୍କ ସମ୍ପୃକ୍ତି ନେଇ କାନାଡା କିପରି ଜାଣିବାକୁ ପାଇଲା ତାହା ମୋରିସନ୍‌ ସ୍ପଷ୍ଟ କରିନାହାନ୍ତି।

ବର୍ଷକ ତଳେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିଥିଲେ, ୨୦୨୩ ଜୁନ୍‌ରେ କାନାଡୀୟ ଶିଖ୍‌ ଆକ୍ଟିଭିଷ୍ଟ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟା ମାମଲାରେ ଭାରତ ସରକାରଙ୍କ ଏଜେଣ୍ଟମାନଙ୍କ ସମ୍ପୃକ୍ତି ନେଇ କାନାଡା ପାଖରେ ବିଶ୍ୱସନୀୟ ପ୍ରମାଣ ରହିଛି। କାନାଡା କର୍ତ୍ତୃପକ୍ଷ ଏହି ପ୍ରମାଣ ଭାରତୀୟ ପ୍ରତିପକ୍ଷଙ୍କ ସହ ଶେୟାର କରିଥିବା ସୂଚନା ଦେଇଥିଲେ। କିନ୍ତୁ କାନାଡା ଏଭଳି କୌଣସି ପ୍ରମାଣ ଦେଇଥିବା ବିଷୟକୁ ଭାରତ ସରକାର ଲଗାତର ଖଣ୍ଡନ କରିବା ସହ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଆସିଛନ୍ତି। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୪ରେ କାନାଡା ଭାରତୀୟ ହାଇକମିଶନ ଓ ଅନ୍ୟ ୫ କୂଟନୀତିଜ୍ଞଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ସେମାନଙ୍କୁ ବହିଷ୍କାର କରିଥିଲା।

ବିଦେଶ ମାଟିରେ ଭାରତୀୟ ଅଧିକାରୀମାନେ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ନେଇ ଅଭିଯୋଗ ଆଣିବାରେ କାନାଡା ଏକମାତ୍ର ଦେଶ ନୁହେଁ। ଏହା ପୂର୍ବରୁ ଅକ୍ଟୋବର ମଧ୍ୟଭାଗରେ ଆମେରିକାର ନ୍ୟାୟ ବିଭାଗ ମଧ୍ୟ ଭାରତ ସରକାରଙ୍କ ଜଣେ ଅଧିକାରୀଙ୍କ ବିରୋଧରେ ଅନୁରୂପ ଅଭିଯୋଗ ଆଣିଥିଲା। ନ୍ୟୁୟର୍କରେ ରହୁଥିବା ଜଣେ ଶିଖ୍‌ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା ଉଦ୍ୟମରେ ବିକାଶ ଯାଦବଙ୍କ ସମ୍ପୃକ୍ତି ଥିବା ନେଇ ଆମେରିକା ଆଣିଥିବା ଅଭିଯୋଗକୁ ମଧ୍ୟ ଭାରତ ଖଣ୍ଡନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri