Posted inଖେଳ

ତେନ୍ଦୁଲକରଙ୍କ ୨ଟି ରେକର୍ଡ ଭାଙ୍ଗିସାରିଛନ୍ତି ଏହି ମହିଳା ଖେଳାଳି: ଏକଦା ପୁଅ ସାଜି ନେଇଥିଲେ ଟ୍ରେନିଂ

ଭାରତୀୟ ମହିଳା କ୍ରିକେଟ ଦଳର ସବୁଠାରୁ କନିଷ୍ଠ ବ୍ୟାଟ୍ସମ୍ୟାନ ଶେଫାଲୀ ବର୍ମା ଜାନୁୟାରୀ ୧୮ରେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ହରିୟାଣାର ରୋହତକ ଜିଲାର ଏହି ଖେଳାଳିଙ୍କୁ ଏକଦା କୌଣସି କ୍ରିକେଟ ଏକାଡେମୀରେ ଆଡ୍‌ମିଶନ ମିଳୁ ନ ଥିଲା। ତେଣୁ ତାଙ୍କ ବାପା ଝିଅର କେଶ କାଟି ପୁଅ ବେଶରେ ତାଙ୍କର ଏକାଡେମୀରେ ଆଡମିଶନ କରାଇଥିଲେ। ଏକ ଛୋଟିଆ ଗାଁରୁ ଆସିଥିବା ଏହି ଯୁବ ଖେଳାଳି ମାତ୍ର ୨ ବର୍ଷରେ ୧୯ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଏପରିକି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍‌ ତେନ୍ଦୁଲକରଙ୍କର ୨ଟି ରେକର୍ଡ ମଧ୍ୟ ସେ ଭାଙ୍ଗସାରିଛନ୍ତି।
୨୮ ଜାନୁୟାରୀ, ୨୦୦୪ରେ ହରିୟାଣାର ରୋହତକରେ ଜନ୍ମଗ୍ରହଣ କରିଥିବା ଶେଫାଳୀଙ୍କ ପାଇଁ ପରିଚୟର କୌଣସି ଆବଶ୍ୟକତା ନାହିଁ। ଟମ୍‌ ବୟ ଲୁକ୍‌ ବିଶିଷ୍ଟ ଶେଫାଳୀ ଦେଖିବାକୁ ସମସ୍ତଙ୍କଠାରୁ ଭିନ୍ନ। ୨୪ ସେପ୍ଟେମ୍ବର ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିବା ଶେଫାଳୀ ହେଉଛନ୍ତି ସବୁଠାରୁ କମ୍‌ ବୟସ୍କା ମହିଳା କ୍ରିକେଟର। ସେ କମ୍‌ ବୟସରେ କ୍ରିକେଟରେ ଡେବ୍ୟୁକରି ମାଷ୍ଟର ବ୍ଲାଷ୍ଟର ସଚିନ୍‌ଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ।
ଯେତେବେଳେ ଶେଫାଳୀ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ ସେତେବେଳେ ତାଙ୍କୁ ୧୫ ବର୍ଷ, ୭ ମାସ ୨୭ ଦିନ ହୋଇଥିଲା। ମାତ୍ର ସଚିନ ଯେତେବେଳେ ଡେବ୍ୟୁ କରିଥିଲେ ସେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିଲା। ତେଣୁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସର୍ବକନିଷ୍ଠ ଖେଳାଳି ହେଉଛନ୍ତି ଶେଫାଲୀ।
ଶେଫାଳୀ ସଚିନଙ୍କ ଆଉ ଏକ ରେକର୍ଡ ମଧ୍ୟ ଭାଙ୍ଗିସାରିଛନ୍ତି। ଯେତେବେଳେ ସେ ୧୫ ବର୍ଷ ୨୮୫ ଦିନର ହୋଇଥିଲେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୪୯ ବଲରେ ୭୩ ରନ୍‌ କରିଥିଲେ। ସେହିପରି ସଚିନ୍‌ ଯେତେବେଳେ କ୍ୟାରିୟରର ପ୍ରଥମ ୫୦ ମାରିଥିଲେ ସେତେବେଳେ ତାଙ୍କୁ ୧୬ ବର୍ଷ ୨୧୪ ଦିନ ହୋଇଥିଲା। ଏଭଳି ପରିସ୍ଥିତିରେ ସେ ୫୦+ ରନ୍‌ କରିଥିବା ସର୍ବକନିଷ୍ଠ ଖେଳାଳି ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri