ଶବରପଡ଼ା ଗାଁକୁ ନାହିଁ ସବୁଦିନିଆ ରାସ୍ତା

କୋକସରା,୭ା୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତ ଶବରପଡା ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ। ଲୋକଙ୍କୁ ଯାତାୟାତ ପାଇଁ ଜମି ହିଡ ହିଁ ଭରସା ପାଲଟିଛି। ଭଲ ରାସ୍ତା ନ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖିନ ଭୋଗୁଛନ୍ତି। ସରକାରୀ ବାବୁମାନେ ଗାଁ ରାସ୍ତାର ଅବସ୍ଥା ତଦାରଖ କରିଥିଲେ। ଏହାପରେ କିଛି ଦୂର ରାସ୍ତା କାମ ମଧ୍ୟ ଆରମ୍ଭ ହେଲା। କିନ୍ତୁ ଅଧାବାଟରେ ଅଟକି ରହିଲା ରାସ୍ତା। ଏହି ଗାଁରେ ୧୪ ପରିବାରର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। ଗାଁରେ ସରକାରୀ ଯୋଜନାରେ ଆବାସ ଘର, ନଳକୂପ, ବିଜୁଳି, ଭତ୍ତା ଭଳି ଅନେକ ସୁବିଧା ମିଳିଛି। ହେଲେ ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ। ସବୁଦିନିଆ ଭଲ ରାସ୍ତା ନ ଥିବାରୁ ଗତ ବର୍ଷ ପ୍ରସୂତିଙ୍କୁ ଦୋଳାରେ ଡାକ୍ତରଖାନାକୁ ନେବା ସମୟରେ ଅଧାବାଟରେ ଜୀବନ ଯାଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ରାସ୍ତା ସମସ୍ୟା ଯୋଗୁ ଗାଁର ଅଧିକାଂଶ ପିଲା ସ୍କୁଲ ମୁହଁ ମାଡୁନାହାନ୍ତି କି ଅଭିଭାବକ ମଧ୍ୟ ପିଲାଙ୍କୁ ଜଙ୍ଗଲ ରାସ୍ତା ଦେଇ ପ୍ରାୟ ୨ କି.ମି. ଦୂରରେ ଥିବା ବନ୍ଧପଡା ପ୍ରାଥମିକ ବିଦ୍ୟାଳୟ ଯିବାକୁ ସୁରକ୍ଷିତ ମନେ କରୁନାହାନ୍ତି। ବର୍ଷା ଦିନରେ ଗ୍ରାମବାସୀଙ୍କୁ ଗୃହବନ୍ଦୀ ଜୀବନ ଯାପନ କରିବାକୁ ପଡିଥାଏ। ଏହି ସବୁ ସମସ୍ୟା ଭିତରେ ଗ୍ରାମବାସୀ ଦିନ କାଟୁଛନ୍ତି। ଗ୍ରାମବାସୀ ଜିଲା ପ୍ରଶାସନଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କୁ ରାସ୍ତା ପାଇଁ ଗୁହାରି କରି ଥକି ପଡିଥିବା ଶବରପଡା ଗାଁର ସୁରେନ୍ଦ୍ର ସାହୁ, ବିଜୟ ଶବର, ଜିତେନ୍ଦ୍ର ଶବର, ଗଙ୍ଗାଧର ଶବର, ଟଙ୍କଧର ଶବର, କିଶୋର ଶବର, କୋକିଳ ଶବର, ଈଶ୍ୱ ଶବର, ରାମ ପ୍ରସାଦ ଶବର, ଲୀଳାମ୍ବର ଶବର, ଦୁର୍ବଳ କଟା, ଶଙ୍କର ନାଏକ, ବଣୁଆ ନାଏକ ପ୍ରମୁଖ ଗ୍ରାମବାସୀ କହିଛନ୍ତି। ଏ ନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସଙ୍କୁ ପଚାରିବାରୁ ସେହି ଗାଁକୁ ଆମେ କନିଷ୍ଠ ଯନ୍ତ୍ରୀକୁ ପଠେଇ ଥିଲୁ। ଗାଁକୁ ଯିବା ରାସ୍ତାରେ କିଛି ଜମିର ବିବାଦ ରହିଛି, ତାକୁ ଆମେ ଆଗାମୀ ଦିନରେ ଏକ ବୈଠକ କରି ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଏମ୍‌ଜିଏନ୍‌ଆରଇଜିଏ ଯୋଜନାରେ ରାସ୍ତା ତିଆରି କରାଯିବା ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri