ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଭିନ୍ନକ୍ଷମ କମିଶନ

ଭୁବନେଶ୍ୱର,୨୫।୧(ବ୍ୟୁରେ): ରାଜଧାନୀର ଏକ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ମହିଳା ଓ ଯୁବତୀଙ୍କୁ ଯୌନ ଶୋଷଣ କରାଯାଉଥିବା ନେଇ ଭିଡିଓ ଭାଇରାଲ ପରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ଭିନ୍ନକ୍ଷମ କମିଶନ। ଏଥିସହ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ କହିଛନ୍ତି। ସୋମବାର ଉକ୍ତ ତାଲିମ କେନ୍ଦ୍ରକୁ ଯାଇ ଭାଇରାଲ ଭିଡିଓର ତର୍ଜମା କରାଯିବା ସହ ଅଭିଯୋଗକାରୀଙ୍କ ବୟାନ ରେକର୍ଡ ହେବ। ଏହାର ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାସ କହିଛନ୍ତି।
ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ପୂର୍ବରୁ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଚୁପ୍‌ ବସିଥିବାରୁ ନିର୍ଯାତନାରେ ଅତିଷ୍ଠ ହୋଇ ପୀଡିତାମାନେ ଏଭଳି ଭିଡିଓ ଭାଇରାଲ୍‌ କରିଥିବା କୁହାଯାଉଛି। ପଳାଶପଲ୍ଲୀ ଅଞ୍ଚଳରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ ତାଲିମକେନ୍ଦ୍ରର ସାଧାରଣ ସମ୍ପାଦକ ସୁରେଶ ବେହେରାଙ୍କ ବିରୋଧରେ ଥାନା ଓ ଭିଡିଓରେ ଏଭଳି ସଙ୍ଗୀନ ଅଭିଯୋଗ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଏହି ସଂସ୍ଥାରେ ଭିନ୍ନକ୍ଷମ ଯୁବକ ଯୁବତୀମାନେ କମ୍ପ୍ୟୁଟର, ସିଲେଇ ଏବଂ ବିୟୁଟି ପାର୍ଲର ଆଦି ତାଲିମ ନେଉଛନ୍ତି। ସଂସ୍ଥାର ମୁଖ୍ୟ ସରକାରୀ ଅର୍ଥ ହଡ଼ପ କରିବା ସହ କାର୍ଯ୍ୟ ତଦାରଖ କରିବାକୁ ଆସୁଥିବା ବାବୁଙ୍କୁ ଖୁସି କରିବାକୁ କଲ୍‌ଗାର୍ଲ ଯୋଗାଇ ଦେଉଛନ୍ତି। କର୍ଲଗାର୍ଲ ନ ମିଳିଲେ ଟ୍ରେନିଂ ନେଉଥିବା କିମ୍ବା ଅଫିସ୍‌ରେ କାର୍ଯ୍ୟରତ ଯୁବତୀଙ୍କୁ ରାତି କାଟିବାକୁ ବାଧ୍ୟ କରାଯାଉଛି। ଭିଡିଓରେ ଜଣେ ଯୁବତୀଙ୍କ ସହ ସଂସ୍ଥାର ମୁଖ୍ୟ ସୁରେଶ ଓ ଅନ୍ୟ କେତେଜଣ ବ୍ୟକ୍ତିଙ୍କର ଏ ସଂକ୍ରାନ୍ତ ବାର୍ତ୍ତାଳାପ ରହିଛି। ପରେ ଯୁବତୀଙ୍କୁ ଏକ କୋଠରିରେ ଛାଡ଼ିବା ପରେ ବାହାର ପଟୁ ତାଲା ପକାଯାଉଛି। ଏଥିସହିତ ଭିଡିଓରେ କିଛି ଅଶ୍ଳୀଳ କଥାବାର୍ତ୍ତା ସହ ଇଙ୍ଗିତ ମଧ୍ୟ ରହିଛି। ଗତ ନଭେମ୍ବର ୨୩ରେ ଉକ୍ତ ସଂସ୍ଥାରେ କାମ କରୁଥିବା ଜଣେ ଯୁବତୀ ଯୌନ ଶୋଷଣ ନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ସଂସ୍ଥାରେ ବିୟୁଟିପାର୍ଲର ଇନ୍‌ଷ୍ଟ୍ରକ୍ଟର ପଦ ଖାଲି ଅଛି କହି ସୁରେଶ ତାଙ୍କୁ ମାସିକ ୭ ହଜାର ୨ଶହ ଟଙ୍କାରେ ଚାକିରିରେ ରଖିଥିଲେ। ହେଲେ ଦରମା ନ ଦେଇ ସମୟ ଗଡ଼ାଇଥିଲେ। କରୋନା ସମୟରେ ତାଙ୍କୁ ମାଗଣାରେ ଅଫିସରେ ରହିବାକୁ ଦିଆଯାଇଥିଲା। ସେତେବେଳେ ସୁରେଶ ତାଙ୍କୁ ରାତିରେ ଅସଦାଚରଣ କରିବା ସହ ବଳାତ୍କାର ଉଦ୍ୟମ ମଧ୍ୟ କରିଥିଲେ। ଏହାପରଠୁ ଯୁବତୀ ଜଣକ ସାମନ୍ତରାପୁର ଅଞ୍ଚଳରେ ରହିଥିଲେ। ସେଠାରେ ମଧ୍ୟ ସୁରେଶ ତାଙ୍କ ବନ୍ଧୁଙ୍କ ସହ ପହଞ୍ଚତ୍ ଦୁର୍ବ୍ୟବହାର କରି ଧମକ ଦେଇଥିଲେ। ଏନେଇ ଯୁବତୀ ଜଣକ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଏନେଇ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ କହିଛନ୍ତି, ତଦନ୍ତ ଚାଲିଛି। ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri