କଟକରେ ସେକ୍ସ ରାକେଟ୍‌ ଠାବ

କଟକ ଅଫିସ,୨୪।୧: କଟକ ସୂର୍ଯ୍ୟବିହାର ଅଞ୍ଚଳରେ ଚାଲିଥିଲା ସେକ୍ସ ରାକେଟ । ଏନେଇ କୌଣସି ସୂତ୍ରରୁ ଖବର ପାଇ ମଙ୍ଗଳବାର ବାଦାମବାଡ଼ି ଥାନା ପୋଲିସ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉରେ ପୋଲିସ ରାଣୀ ମହୁମାଛି ସମେତ ୫ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଏଥିସହ ୨ ଗ୍ରାହକଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି। ତେବେ ସେଠାରେ କେତେଦିନ ଧରି ଏଭଳି ଦେହ ବେପାର ଚାଲିଥିଲା, ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। କମିଶନରେଟ ପୋଲିସ ବିଭିନ୍ନ ଦିଗକୁ ବିଚାର କରି ତଦନ୍ତ ଆରମ୍ଭ କରିଛି।