ଗେଷ୍ଟ ହାଉସରେ ଦେହବେପାର: ୧୨ ଗିରଫ

ବ୍ରହ୍ମପୁର ଅଫିସ,୨ା୧୧: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ନିକଟ ଟାଟାବେଞ୍ଜ ଛକରେ ଥିବା ତୁଲସୀ ଗେଷ୍ଟ ହାଉସ୍‌ ରୁମ୍‌ ନମ୍ବର ୧୪,୧୬ ଓ ୧୭ରେ ଦେହ ବେପାର ହେଉଥିଲା। ଖବର ପାଇ ବ୍ରହ୍ମପୁର ଏସ୍‌ପି ଡା. ଶ୍ରବଣ ବିବେକ ଏମ୍‌ଙ୍କ ନେତୃତ୍ୱରେ ସୋମବାର ରାତିରେ ସେଠାରେ ଚଢ଼ାଉ କରାଯାଇ ୩ଜଣ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉକ୍ତ ୩ଟି ରୁମ୍‌ରୁ ପୋଲିସ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ, ୧୨ ମୋବାଇଲ ଫୋନ ଓ ୩୧୯୫୦ଟଙ୍କା ଜବତ କରିଥିଲା। ରୁମ୍‌ରୁ ଉଦ୍ଧାର ହୋଇଥିବା ଯୁବତୀମାନେ କଲିକତାରୁ ଆସିଥିବା ଜଣାପଡ଼ିଥିଲା। ସେହିପରି ଏହି ଦେହ କାରବାର ଚଳାଇଥିବା କିଙ୍ଗ୍‌ପିନ୍‌ ସମେତ ୧୨ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫଙ୍କ ମଧ୍ୟରେ କିଙ୍ଗ୍‌ପିନ୍‌ କୁହାଯାଉଥିବା ମୁଖ୍ୟ ଆସ୍କା ବଜାର ସାହି ଏମ୍‌ଜି ରୋଡ୍‌ର ଗୋପୀ ବେହେରା ଓରଫ୍‌ ରଜନୀକାନ୍ତ (୩୮), ଗେଷ୍ଟ ହାଉସକୁ ଲିଜ୍‌ରେ ନେଇ ଚଳାଉଥିବା ସୋରଡ଼ା ବଡ଼ଗଡ଼ ଥାନା ଅଞ୍ଚଳର ରାଜେଶ କୁମାର ବିଶୋଇ(୩୦), ଏଜେଣ୍ଟ ଭାବେ କାମ କରୁଥିବା କେ.ନୂଆଗଁାର ସୁମନ ସାହୁ (୧୮), ପ୍ରଫୁଲ୍ଲ କୁମାର ସାହୁ (୧୮), ରାଜା ପ୍ରଧାନ (୧୮), ଚନ୍ଦନ କୁମାର ସାହୁ (୧୯) ଅଛନ୍ତି। ଗ୍ରାହକ ଭାବେ ଆସିଥିବା ୬ ଜଣ ମଧ୍ୟ ଅଛନ୍ତି। ସେମାନେ ହେଲେ ଗୋଳନ୍ଥରା ଥାନା ଇନ୍ଦ୍ରାକ୍ଷୀ ଅଞ୍ଚଳର କେ.ଦିବାକର ରେଡ୍ଡୀ(୨୨), ନିତେ ଶ ସାହୁ (୧୮), ଏସ୍‌.କିରନ୍‌ ରେଡ୍ଡୀ(୧୮), ଏସ୍‌.ଭାଗୀରଥି ରେଡ୍ଡୀ(୨୨), ସଦର ଥାନା ବାଲିପଡ଼ାର ରବି କୁମାର ସାହୁ (୨୬), ବୈଦ୍ୟନାଥପୁର ଥାନା କମାପଲ୍ଲୀ ରାମନଗରର କେ.ଶଙ୍କର ଆଚାରୀ (୪୮)। ମଙ୍ଗଳବାର ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ବୈଦ୍ୟନାଥପୁର ପୋଲିସ ମାମଲା ନମ୍ବର ୩୮୩/୨୨ରେ କୋର୍ଟ ଚାଲାଣ କରିଛି। ସେହିପରି ଉଦ୍ଧାର ଯୁବତୀଙ୍କୁ ୱାନ୍‌ ଷ୍ଟପ୍‌ ସେଣ୍ଟର୍‌ ପଠାଯାଇଥିବା ନେଇ ଜିଲା ପୋଲିସ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏସ୍‌ପିଙ୍କ ପ୍ରତିକ୍ରିୟା ଅନୁଯାୟୀ, ପ୍ରାୟ ବର୍ଷେ ହେବ ସେହି ଗେଷ୍ଟ ହାଉସରେ ଏଭଳି ବେଆଇନ କାର୍ଯ୍ୟକଳାପ ଚାଲିଥିଲା। ଏହାର କିଙ୍ଗ୍‌ପିନ୍‌ ଅଭିଯୁକ୍ତ ଗୋପୀ କୋଲକାତାରୁ ଯୁବତୀମାନଙ୍କୁ ଆଣୁଥିବା ବେଳେ ଗ୍ରାହକ ଯୋଗାଡ଼ ପାଇଁ ଏଜେଣ୍ଟମାନଙ୍କୁ ନିୟୋଜିତ କରିଥିଲେ। ସେମାନେ ହ୍ବାଟ୍ସଆପ୍‌ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦନ କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଏନେଇ ଖବର ମିଳିବା ପରେ କେତେକ ପୋଲିସ ସାଦା ପୋଷାକରେ ସେଠାରେ ପହଞ୍ଚତ୍ ପ୍ରଥମେ ସ୍ଥିତି ଅନୁଧ୍ୟାନ କରି ସତ୍ୟତା ଜାଣିବା ପରେ ଚଢ଼ାଉ କରିଥିଲା। ଗେଷ୍ଟ ହାଉସକୁ ସିଲ୍‌ କରିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ମଧ୍ୟ ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri