Posted inଜାତୀୟ

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଏନ୍‌ଡିଏ ପ୍ରାର୍ଥୀ ରେଭନ୍ନା କେତେଜଣ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ବହୁଳ ପ୍ରସାରିତ ଭିଡିଓଗୁଡ଼ିକ ଉଭୟ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଲଜ୍ଜାକର ସ୍ଥିତି ସୃଷ୍ଟି କରିଛି। ରେଭନ୍ନା ତାଙ୍କ ଭାବମୂର୍ତ୍ତି ମଳିନ କରିବା ଉଦ୍ଦେଶ୍ୟରେ ଜାଲ୍‌ ଭିଡିଓ ପ୍ରସ୍ତୁତ କରାଯାଇଥିବା ଦର୍ଶାଇ ଥାନାରେ ଏତଲା ଦେଇଦେବା ପରେ ଦେଶ ଛାଡ଼ି ଜର୍ମାନୀକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏହି ସ୍କାଣ୍ଡାଲର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛନ୍ତି।
ଜେଡିଏସ୍‌ ମୁଖ୍ୟ ଦେବେଗୌଡ଼ାଙ୍କ ସାନପୁଅ ଏଚ୍‌.ଡି. କୁମାରସ୍ବାମୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବାବେଳେ ବଡ଼ପୁଅ
ଏଚ୍‌.ଡି ରେଭନ୍ନା ତାଙ୍କ କ୍ୟାବିନେଟରେ ପିଡବ୍ଲ୍ୟୁଡି ମନ୍ତ୍ରୀ ଥିଲେ। ପ୍ରଜ୍ୱଳ ହେଉଛନ୍ତି ଏଚ୍‌.ଡି ରେଭନ୍ନାଙ୍କ ପୁଅ। ୩୩ ବର୍ଷୀୟ ପ୍ରଜ୍ୱଳ ୨୦୧୯ ସାଧାରଣ ନିର୍ବାଚନ ବେଳେ ହାସନ ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଏହି ଆସନରେ ଚଳିତ ମାସ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭୋଟ ଗ୍ରହଣ ଚାଲିଥିବାବେଳେ ପ୍ରଜ୍ୱଳଙ୍କ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ପୋଲିଂ ଏଜେଣ୍ଟ ଏହାକୁ ଜାଲ୍‌ ଭିଡିଓ କହି ଥାନାରେ ଏତଲା ଦେଇଥିଲେ। ଅଭିଯୁକ୍ତମାନେ ଘର ଘର ବୁଲି ଏହି ଭିଡିଓକୁ ଲୋକଙ୍କୁ ଦେଖାଇବା ସହ ପ୍ରଜ୍ୱଳଙ୍କୁ ଭୋଟ ନ ଦେବାକୁ ପ୍ରବର୍ତ୍ତାଇଥିଲେ। ଭିଡିଓରେ ଥିବା ମହିଳାମାନଙ୍କୁ ପ୍ରଜ୍ୱଳ ନିଜେ ଡକାଇବା ସହ ଯୌନସମ୍ପର୍କ ରଖିଥିଲେ। ସେ ସେମାନଙ୍କ ବିନା ଅନୁମତିରେ ଏହାର ଭିଡିଓ ଶୁଟିଂ କରାଇଥିବା ଅଭିଯୋଗ ଆସିଛି। କର୍ନାଟକ ମହିଳା କମିଶନ ଅଧ୍ୟକ୍ଷା ନାଗଲକ୍ଷ୍ମୀ ଚୌଧରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର କଂଗ୍ରେସ ସରକାର ଏହାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିଥିବା ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏକ୍ସ’ରେ ସୂଚନା ଦେଇଛନ୍ତି। ଏହି ଘଟଣାକ୍ରମ ପରେ ପ୍ରଜ୍ୱଳ ଜର୍ମାନୀକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏଭଳି ସମୟରେ ଜେଡିଏସ୍‌ ସହ ମେଣ୍ଟ କରି ଲଢ଼ୁଥିବା ଭାଜପା ଏହି ବିବାଦରୁ ଦୂରତ୍ୱ ଅବଲମ୍ବନ କରିଛି।
ଗତବର୍ଷ ସେପ୍ଟେମ୍ବରରେ ଜେଡିଏସ୍‌ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରି ଭାଜପା ସହିତ ମେଣ୍ଟ କରିଥିଲା। ସେକ୍ସ ଭିଡିଓଗୁଡ଼ିକ ସାମ୍ନାକୁ ଆସିବା ପରେ କଂଗ୍ରେସ ସେହି ସମୟର ଏକ ଫଟୋକୁ ରବିବାର ଏକ୍ସ’ରେ ଶେୟାର କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା, ତାଙ୍କ ଦୁଇପୁଅ ଏବଂ ନାତି ପ୍ରଜ୍ୱଳ ଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରେ କଂଗ୍ରେସ ଉଲ୍ଲେଖ କରିଛି, ପର୍ନ ଭିଡିଓ ଭର୍ତ୍ତି ଏକ ପେନ୍‌ ଡ୍ରାଇଭ୍‌ରୁ ଏମ୍‌ପି ତଥା ଏନ୍‌ଡିଏ ପ୍ରାର୍ଥୀ ପ୍ରଜ୍ୱଳ ଅନେକ ହଜାର ମହିଳାଙ୍କୁ ଯୌନ ଶୋଷଣ କରି ସେମାନଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଭିଡିଓ ରେକର୍ଡ କରିଥିବା ପ୍ରଘଟ ହୋଇଛି। ଏନେଇ ହୋଲେନାରାସିପୁର ଥାନାରେ ପ୍ରଜ୍ୱଳଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କୁମାରସ୍ବାମୀ କହିଛନ୍ତି, ମହିଳାଙ୍କ ପ୍ରତି ଦେବେଗୌଡ଼ା ଓ ତାଙ୍କର ସମ୍ମାନ ରହିଛି। ପ୍ରଜ୍ୱଳଙ୍କୁ ଏସ୍‌ଆଇଟି ବିଦେଶରୁ ଆଣିବ ବୋଲି ସେ ଚିନ୍ତିତ ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?