Categories: ଜାତୀୟ

ତୃତୀୟ ପର୍ଯ୍ୟାୟ ଟିକାକରଣ: ଅଧିକାଂଶ ରାଜ୍ୟରେ ଟିକା ନାହିଁ

ନୂଆଦିଲ୍ଲୀ, ୩୦।୪: କିଛିଦିନ ହେଲା ଦେଶରେ ୩ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ। ଏନେଇ ଟିକାକରଣର ତୃତୀୟ ପର୍ଯ୍ୟାୟ ଶନିବାରଠାରୁ ଆରମ୍ଭ ହେଉଛି। ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିପାଇଁ ଯୁବବର୍ଗଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ୨ ଦିନରେ ୨.୪୫ କୋଟିରୁ ଊର୍ଦ୍ଧ୍ୱ ଟିକା ନେବା ପାଇଁ ନାମ ପଞ୍ଜୀକରଣ କରିସାରିଛନ୍ତି। ହେଲେ ଅଧିକାଂଶ ରାଜ୍ୟ ହାତରେ ଟିକା ନ ଥିବାରୁ ସେମାନେ ଶନିବାର ତୃତୀୟ ଟିକାକରଣ ଆରମ୍ଭ କରିବା ନେଇ ଅସମର୍ଥ୍ୟ ପ୍ରକାଶ କରିଛନ୍ତି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଭାଜପା ଶାସିତ ମଧ୍ୟପ୍ରଦେଶ, କର୍ନାଟକ ଓ ଗୋଆ ମଧ୍ୟ ଅନ୍ତର୍ଭୁକ୍ତ। ଅନ୍ୟପକ୍ଷେ ରାଜ୍ୟଗୁଡ଼ିକ ନିକଟରେ ୧ କୋଟିରୁ ଊର୍ଦ୍ଧ୍ୱ ଡୋଜ୍‌ ମହଜୁଦ୍‌ ଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା।

Share