୧୭ ଘଣ୍ଟା ପରେ ଉଦ୍ଧାର ହେଲା କାଉଡ଼ିଆଙ୍କ ମୃତଦେହ

ଜଗତସିଂହପୁର,୧୭ା୭(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲା ଆଳିପିଙ୍ଗଳ ନିକଟ ଦେବୀ ନଦୀର ଅପରପାର୍ଶ୍ୱ କେତକେଶ୍ୱର ଘାଟରେ ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ଗ୍ରାମର ରମେଶ ପ୍ରଧାନଙ୍କ ପୁଅ ଭୋଳା (୧୪) ରବିବାର ଅପରାହ୍ନରେ ନଦୀରେ ବୁଡି ଯାଇଥିଲେ। ସ୍ଥାନୀୟ ଜନସାଧାରଣ ଓ ଅଗ୍ନିଶମ ବାହିନୀ କର୍ମଚାରୀମାନେ ବହୁ ଖୋଜାଖୋଜି କରି ପାଇ ନ ଥିଲେ। ତେବେ ଦୀର୍ଘ ୧୭ ଘଣ୍ଟା ପରେ ନାବାଳକ ଭୋଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଓଡ୍ରାଫ ଟିମ୍‌ ପକ୍ଷରୁ ପାଣିରେ ବୁଡି ଖୋଜାଖୋଜି କରାଗଲା ପରେ ସେ ବୁଡି ଯାଇଥିବା ସ୍ଥାନରୁ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନାନୁଯାୟୀ, ଭୋଳା ବୁଡି ଗଲାପରେ ଆଉ ଉପରକୁ ଉଠି ନ ଥିଲେ । ନଦୀରେ ବର୍ଷା ଜଳ ଥିଲେ ସୁଦ୍ଧା ଅଧିକ ପାଣି ନ ଥିଲା । କିନ୍ତୁ କେହି ଭୋଳା ବୁଡି ଯାଇଥିବା ସ୍ଥାନରେ ବୁଡି ଖୋଜିବାକୁ ଚେଷ୍ଟା କରି ନ ଥିଲେ। ତେବେ ତାଙ୍କର କିପରି ମୃତ୍ୟୁ ହେଲା ତାକୁ ନେଇ ନାନା କଥା ଆଲୋଚନା ହେଉଛି। କୁହାଯାଉଛି ଏହି ସ୍ଥାନରେ ବାଲି ଘାଟ ଥିବାରୁ ମେଶିନ୍‌ ସାହାଯ୍ୟରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲି ଉତ୍ତୋଳନ ଯୋଗୁ ପୋଖରୀର ଭ୍ରମ ସୃଷ୍ଟି କରିଛି। ବର୍ଷା ଜଳ ପ୍ରବାହ ସମୟରେ ବାଲି ଖାଲ ଆଡକୁ ମାଡି ହାଲକା ଆବରଣ ସୃଷ୍ଟି କରିଛି । ଭୋଳା ଏହି ଧସା ବାଲିରେ ଗୋଡ଼ ପକାଇବା କ୍ଷଣି ଫସି ଯିବାର ଏଭଳି ଅଭାବନୀୟ ଘଟଣା ଘଟିଗଲା। ବାଲିରୁ ଉପରକୁ ଉଠି ନ ପାରି ଜୀବନ ଚାଲିଗଲା।

ସୂଚନାଯୋଗ, ଭୋଳାଙ୍କ ସମେତ ତାଙ୍କ ଗାଁର ଅନ୍ୟ ୪ ଜଣ ଗୋରେଖନାଥ ପୀଠରେ ଜଳାଭିଷେକ ପାଇଁ ଗତ ୧୭ ତାରିଖରେ କେତକେଶ୍ୱର ଘାଟରୁ ପାଣି ଉଠାଇବା ପାଇଁ ପହଞ୍ଚତ୍ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଭୋଗ ଆଣିବାକୁ ଯାଇଥିବା ବେଳେ ଅନ୍ୟ ୪ ଜଣ ନଦୀରେ ସ୍ନାନ କରିବାକୁ ପଶିଥିଲେ। କିନ୍ତୁ ବାଲିଘାଟ ଦ୍ୱାରା କରାଯାଇଥିବା ଖାଲରେ ପଶିଯିବାରୁ ଅଡୁଆରେ ପଡିଥିଲେ। ସୌଭାଗ୍ୟ ଉପସ୍ଥିତ ଅନ୍ୟ କାଉଡିଆମାନେ ୩ ଜଣଙ୍କୁ ଉଦ୍ଧାର କରିବାକୁ ସମର୍ଥ ହୋଇଥିବା ବେଳେ ଭୋଳା ପାଣିରେ ବୁଡି ଯାଇଥିଲେ।ଏହା ପରେ କାଉଡିଆମାନଙ୍କ ସମେତ ଅନ୍ୟ ଲୋକମାନେ ଖୋଜାଖୋଜି କରିଥିଲେ ସୁଦ୍ଧା ସନ୍ଧାନ କରିପାରି ନ ଥିଲେ। ତା ପରେ ଜଗତ୍‌ସିଂହପୁର ଅଗ୍ନିଶମ ବାହିନୀକୁ ଫୋନ୍‌ କରିବାରୁ ୬ ଜଣିଆ ଦଳ ଖୋଜାଖୋଜିରେ ଲାଗିଥିଲେ। ରାତି ହୋଇଯିବାରୁ ଭୋଳାଙ୍କୁ ଖୋଜିବାରେ ବାଧା ସୃଷ୍ଟି ହୋଇଥିଲା। ତେବେ ଉଦ୍ଧାର ୩ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri