ଅଧ୍ୟକ୍ଷ ପଦ ଲାଗି ୧୭ ପ୍ରାର୍ଥୀ

ବାରିପଦା ଅଫିସ,୮ା୩ ମୟୂରଭଞ୍ଜ ଜିଲା ବାରିପଦା ପୌରାଧ୍ୟକ୍ଷ ପଦବୀ ଲାଗି ମୋଟ ୧୭ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବିଜେଡିି, କଂଗ୍ରେସ, ଭାଜପା, ଜେଏମ୍‌ଏମ୍‌ ଓ ସ୍ବାଧୀନ ପ୍ରାର୍ଥୀମାନେ ଅଧ୍ୟକ୍ଷ ପଦ ନିମନ୍ତେ ସମର୍ଥକଙ୍କ ସହ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ୱାର୍ଡ କାଉନସିଲର ପାଇଁ ମୋଟ ୧୪୧ଜଣ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ବସନ୍ତ କୁମାର ସେଠୀ କହିିଛନ୍ତି ା
ପୌର ପରିଷଦରେ ଥିବା ୨୮ଟି ୱାର୍ଡର ଭୋଟର ସେମାନଙ୍କ ନେତା ବାଛିବେ। ତେବେ ଭୋଟରମାନେ ଏଥର ବିଭିନ୍ନ ସମସ୍ୟା ଉପସ୍ଥାପନ କରିବାକୁ ସୁଯୋଗ ପାଇଥିବା ବେଳେ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ନେତାଙ୍କୁ ପ୍ରତ୍ୟାଖାନ କରିବେ ବୋଲି କହି ବୁଲୁଛନ୍ତି। ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ ନଗରପାଳ ଡ.କୃଷ୍ଣାନନ୍ଦ ମହାନ୍ତି ଓ ଅଭିଜ୍ଞ ରାଜନେତା ଦୀନକୃଷ୍ଣ ମଇଦାନକୁ ଓହ୍ଲାଇଛନ୍ତି। କୃଷ୍ଣାନନ୍ଦ ବିଜେଡିରୁ ଟିକଟ ପାଇଥିବା ବେଳେ ଦୀନକୃଷ୍ଣ ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଦୀନକୃଷ୍ଣ ପୌର ପରିଷଦର ନଗରପାଳ ଓ ଉପନଗରପାଳ ଭାବେ ଦୁଇଥର ନିର୍ବାଚିତ ହୋଇଛନ୍ତି। ଦୁର୍ନୀତିମୁକ୍ତ ଓ ନିରପେକ୍ଷ ଭାବେ ଉପଯୁକ୍ତ ଲୋକଙ୍କୁ ସେବା ଯୋଗାଇବା ତାଙ୍କର ପ୍ରଥମ କତ୍ତର୍ର୍ବ୍ୟ ହେବ ବୋଲି ସେ କହିଛନ୍ତି। କୃଷ୍ଣାନନ୍ଦ ଥରେ ଲେଖାଏ ନଗରପାଳ ଓ କାଉନସିଲର ଦାୟିତ୍ୱରେ ରହି ବହୁ ସମସ୍ୟାର ସମାଧାନ କରିବା ସହିତ ସହରର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ନୂଆ ମୁହଁ ଭାବେ ଭାଜପାର କବି ବିଷ୍ଣୁ ଶତପଥୀ ଓ ଜେଏମ୍‌ଏମ୍‌ର ଚନ୍ଦନ ଶେଜପଡ଼ା ପୌରାଧକ୍ଷ ପଦବୀ ଲାଗି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଭାଜପା ପ୍ରାର୍ଥୀ ଶତପଥୀ ୪୦ବର୍ଷ ଧରି ଆର୍‌ଏସ୍‌ଏସ୍‌ର କର୍ମକର୍ତ୍ତା ରହିଆସିଥିବା ବେଳେ ୮୦ଦଶକରୁ ବିଭିନ୍ନ ପଦପଦବୀରେ ରହି ଆସିଛନ୍ତି। ସହରର ବିକାଶ ଦିଗରେ ସେ ବ୍ୟାପକ ପଦକ୍ଷେପ ଗ୍ରହଣ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଜେଏମ୍‌ଏମ୍‌ର ଯୁବନେତା ଚନ୍ଦନ ବାରିପଦାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ ଆନୁଷଙ୍ଗିକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। କଂଗ୍ରେସ ପ୍ରାର୍ଥୀ ଯୋଗେଶ ଅଗ୍ରୱାଲ ଦଳୀୟ ଟିକଟ ପାଇ ଦୁର୍ନୀତିମୁକ୍ତ ବାରିପଦା ସହର ଗଠନ କରିବା ସହ ପାନୀୟଜଳ, ଆଲୋକୀକରଣ ଓ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ା ତେବେ ଏହି ନେତାମାନଙ୍କ ମଧ୍ୟରୁ ସହରବାସୀ କାହାକୁ ପୌରାଧ୍ୟକ୍ଷ ଆସନରେ ବସାଉଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri