ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ ବୁଧବାର ସନ୍ଧ୍ୟାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଶୁଭଖୁଣ୍ଟି ସ୍ଥାପନ ଅବସରରେ ବରୁଣ ପୂଜା, ଇନ୍ଦ୍ର ପୂଜା ଓ ମାଟି ପୂଜା ଆଦି ବିଧିବିଧାନ ସହ ସମ୍ପନ୍ନ ହୋଇଥିଲା। ପୂଜାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଛି।
ମା’ ଭଗବତୀ ଗଜଲକ୍ଷ୍ମୀ ପୂଜା କମିଟିର ଆବାହକ ପ୍ରଭଞ୍ଜନ ନାୟକଙ୍କ ନେତୃତ୍ୱରେ ପୂଜା ଆୟୋଜନର ପ୍ରସ୍ତୁତି ଚାଲିଛି। କମିଟିର ସଭାପତି ତୁଷାର ନାୟକ, ଉପସଭାପତି ଶକ୍ତି ମାଲିକ, ମ୍ୟାନେଜର ବରୁଣ ଦଳବେହେରା, ସମ୍ପାଦକ ରାଜନ ଦଳବେହେରାଙ୍କ ସମେତ ରାହୁଲ ସାହୁ, ମହେଶ୍ୱର ମଲିକ, ଆସ୍ତି ମଲିକ, କାଳିଆନ ମାଲିକ, ଅଜୟ ମାଲିକ, କାହ୍ନା ମଲିକ ଓ ଅନ୍ୟ ଗ୍ରାମବାସୀ ପୂଜା ଆୟୋଜନରେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି।
ଚତୁର୍ଥ ବର୍ଷର ଗଜଲକ୍ଷ୍ମୀ ପୂଜାକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ କମିଟି ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଜାରି ରହିଛି। ପୂଜା ଅବସରରେ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share