ସେବକ ନ ହୋଇ ମଧ୍ୟ ମହାପ୍ରଭୁଙ୍କ ସେବା

ପୁରୀ ଅଫିସ,୨୯।୬: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ବିଶ୍ୱକର୍ମା, ଭୋଇ ସେବକଙ୍କ ସମତେ ଅନେକ ସେବକ ଓ କାରିଗର ନିୟୋଜିତ ହୋଇଥାନ୍ତି। ମହାପ୍ରଭୁଙ୍କ ଏମିତି କିଛି ସେବା ରହିଛି ଯାହା ଶ୍ରୀମନ୍ଦିର ବାହାରେ ସମ୍ପାଦନ କରାଯାଇଥାଏ। ତେବେ ମହାପ୍ରଭୁଙ୍କ ସେବକ ନ ହୋଇ ମଧ୍ୟ ମହାପ୍ରଭୁଙ୍କ ସେବା କରିବା ପାଇଁ ସୁଯୋଗ ପାଇଥାନ୍ତି କେତେକ ପରିବାରର ବ୍ୟକ୍ତି। ଏହିପରି ଜଣେ ଭାଗ୍ୟବାନ ପରିବାର ହେଉଛି ପୁରୀ ସିଦ୍ଧ ମହାବୀର ଅଞ୍ଚଳର ସାଗର ସାହୁଙ୍କ ପରିବାର। ଶ୍ରୀମନ୍ଦିରର ସେବକ ହୋଇ ନ ଥିଲେ ମଧ୍ୟ ଠାକୁରଙ୍କ ଘୋଷଯାତ୍ରା ସମୟରେ ସାଗରଙ୍କ ପରିବାରକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୋଜାପଡିଥାଏ। ମହାପ୍ରଭୁଙ୍କ ତିନି ରଥରେ ଲାଗୁଥିବା କାରୁକାର୍ଯ୍ୟ ପୂର୍ଣ୍ଣ ପିତ୍ତଳ ସାମଗ୍ରୀଗୁଡିକୁ ପ୍ରତିବର୍ଷ ସଫା କରନ୍ତି ସାଗର ସାହୁଙ୍କ ପରିବାର। ବର୍ଷକୁ ମାତ୍ର ୧୫ ଦିନ ମହାପ୍ରଭୁଙ୍କ ସେବାର ସୁଯୋଗ ପାଇ ସାଗର ଓ ତାଙ୍କ ପରିବାର ନିଜକୁ ଭାଗ୍ୟବାନ ବୋଲି ମନେ କରିଥାନ୍ତି।
T୯୯୦ ମସିହାରୁ ମହାପ୍ରଭୁଙ୍କ ସେବା କରି ଆସୁଛନ୍ତି ସାଗରଙ୍କ ପରିବାର। ପୂର୍ବରୁ ତାଙ୍କ ବାପା ଏହି କାର୍ଯ୍ୟ ଜାରି ରଖିଥିବା ବେଳେ ଏବେ ସେ ମହାପ୍ରଭୁଙ୍କ କାର୍ଯ୍ୟ କରୁଛନ୍ତି ଏବଂ ଏଥିରେ ତାଙ୍କ ପୁଅ ସାହାଯ୍ୟ କରୁଛି। ଘୋଷଯାତ୍ରା ସମୟରେ ମହାପ୍ରଭୁଙ୍କ ରଥ ଗଡିବା ସମୟରେ ଶ୍ରଦ୍ଧାଳୁଙ୍କ ନଜର଼ ରଥକନା ଉପରେ ପଡିଥାଏ। ଏହି ରଥ କନାରେ ପିତ୍ତଳର ସଖୀ, କଦଳୀ ଗଛ ଓ ରାହୁମୁଣ୍ଡ ମଗର, ମାଉ କଳସ ଆଦି ପିତ୍ତଳ ସାମଗ୍ରୀର ସଫା କରିବାର ଦାୟିତ୍ୱ ନେଇଥାନ୍ତି ସାଗର ଓ ତାଙ୍କ ପରିବାର। ଏ ସମ୍ପର୍କରେ ସାଗର କୁହନ୍ତି, ବୃତ୍ତିରେ କଂସାରି, ପିତ୍ତଳ କାର୍ଯ୍ୟ କରେ। ମହାପ୍ରଭୁଙ୍କ ସ୍ନାନଯାତ୍ରା ପରଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଆସେ। ଚିଠି ମୁତାବକ ୯୬ଟି ପିତ୍ତଳ ଜିନିଷ ପ୍ରଦାନ କରାଯାଇଥାଏ। ଯେଉଁଥିରେ ପିତ୍ତଳ କାରୁକାର୍ଯ୍ୟ ପୂର୍ଣ୍ଣ ନିର୍ମିତ ମାଛ, ମଗରମୁଣ୍ଡ, ସଖୀ, ଯୋଡ଼ିହଂସ, ରାହୁମୁଣ୍ଡ, କଦଳୀ ଗଛ ଆଦି ରହିଥାଏ। ଏସବୁକୁ ମେଶିନ ଓ ହାତରେ ସଫା ସହ ଆବଶ୍ୟକ ହେଲେ ମରାମତି କରାଯାଏ। ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସାରି ନେତ୍ରୋତ୍ସବ ପୂର୍ବଦିନ ଏସବୁକୁ ଶ୍ରୀମନ୍ଦିର ପ୍ରଶାସନ ଜିମା ଦିଏ। ଆମ ପରିବାରକୁ ଠାକୁରଙ୍କ ସେବା କରିବାର ସୁଯୋଗ ମିଳିଥିବାରୁ ବହୁତ ଖୁସି ବୋଲି ସାଗର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri