ଆଜିଠୁ କାମରେ ଯୋଗଦେବେ ସେବା ପେପର ମିଲ୍‌ ଶ୍ରମିକ

ଜୟପୁର, ୨୧।୪(ନି.ପ୍ର.): ଜୟପୁର ଡିଭିଜନର ଯୁଗ୍ମ ଶ୍ରମ କମିଶନରଙ୍କ ଅଧ୍ୟକ୍ଷତା ଏବଂ କୋରାପୁଟ ଡିଏଲ୍‌ଓଙ୍କ ଉପସ୍ଥିତିରେ ୟୁନିଟ୍‌ ସେବା କାଗଜକଳ ଶ୍ରମିକ କର୍ମଚାରୀ ସଂଘ ଓ ମ୍ୟାନେଜମେଣ୍ଟ ପ୍ରତିନିଧିଙ୍କ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ମ୍ୟାନେଜମେଣ୍ଟ ପକ୍ଷରୁ ବେସିକ୍‌ ଡିଏ ଭିଡିଏ ଓ ଦରମାରେ ମିଳୁଥିବା ଭତ୍ତାରୁ ୪୦୦ ଟଙ୍କା ସହ ଅନ୍ୟ ସୁବିଧା ପ୍ରଦାନ ଓ ଚାକିରି ସର୍ତ୍ତାବଳୀ କାଟ୍‌ଛାଣ୍ଟ୍‌ କରି ପ୍ରସ୍ତାବ ଦେଇଥିଲେ। ତାହାକୁ ଶ୍ରମିକ ସଙ୍ଗଠନ କାର୍ଯ୍ୟକାରୀ କମିଟି ଅଗ୍ରାହ୍ୟ କରି ଦେଇଛନ୍ତି। କିନ୍ତୁ ଉତ୍ପାଦନ ଆରମ୍ଭ କରିବା ପାଇଁ ସବୁ ପ୍ରକାର ସହଯୋଗ କରିବାକୁ ଘୋଷଣା କରାଯାଇଛି। ଗୁରୁବାରଠାରୁ ଶ୍ରମିକ, କର୍ମଚାରୀମାନେ ନିଜ ଶିଫ୍ଟରେ କାର୍ଯ୍ୟ କରିବେ।
ମାର୍ଚ୍ଚ ୨୦ରେ କାଗଜକଳ ମ୍ୟାନେଜମେଣ୍ଟ ଜବରଦସ୍ତ ଓଭର ଟାଇମ୍‌ କରିବାକୁ ଶ୍ରମିକଙ୍କୁ ବାଧ୍ୟ କରିବା ସହ ପୁରୁଣା ଦରମା କାଟିକୁଟି ସରକାରୀ ଘୋଷିତ ସର୍ବନିମ୍ନ ମଜୁରି ହାରରେ ବେତନ ଏବଂ ଓଭରଟାଇମ୍‌ ଦେବାକୁ ନୋଟିସ ଦେଇଥିଲେ। ତାହାକୁ ଶ୍ରମିକମାନେ ବିରୋଧକରି କାର୍ଯ୍ୟବନ୍ଦ କରିଥିଲେ। ଫଳରେ ଉତ୍ପାଦନ ବାଧାପାଇଥିଲା। ପୂବର୍ର୍ରୁ ୨୦୦ ଟନ୍‌ ଦୈନିକ ଉତ୍ପାଦନ ପାଇଁ ୬୦୦ ଶ୍ରମିକ ଥିବାବେଳେ ଏବେ ୩୦୦ ଅଛନ୍ତି। ଶ୍ରମିକଙ୍କ ଉପରେ କାର୍ଯ୍ୟଭାର ବଢ଼ିବା ସହ ୨୦୧୪ ରେ ହୋଇଥିବା ଦରମାରୁ ମଧ୍ୟ କାଟିବା ପାଇଁ ଜିଦ୍‌ କରୁଛି ମ୍ୟାନେଜମେଣ୍ଟ। ଶ୍ରମିକଙ୍କ ଯିବା ଆସିବା ପାଇଁ ତିନି ଚାରି ଦିନ ମଧ୍ୟରେ ମ୍ୟାନେଜମେଣ୍ଟ ପରିବହନ ସେବା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛି। ଶ୍ରମିକ ସଙ୍ଗଠନଗୁଡ଼ିକ ମ୍ୟାନେଜମେଣ୍ଟର ଦରମା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଆଲୋଚନା ଜାରି ରଖିବା ସହ ଆଇନଗତ ଭାବେ ଅଧିକାର ସୁରକ୍ଷିତ ରଖିବା ପାଇଁ ଘୋଷଣା କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଏହାର ସମାଧାନ ବାଟ ବାହାର କରାଯିବ ବୋଲି ଶ୍ରମିକ ସଙ୍ଗଠନ କହିଛନ୍ତି। ପ୍ରକାଶ ଯେ, ବିଜିପିପିଏଲ୍‌ର ମାଲିକ ହାଇଦ୍ରାବାଦସ୍ଥିତ ମଦର ଆର୍ଥ ରିସୋର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ କମ୍ପାନୀକୁ ସେବା କାଗଜକଳକୁ ୨୦୨୦ ଫେବୃୟାରୀରେ ବିଜ୍‌ନେସ୍‌ ଟ୍ରାନ୍ସଫର ଏଗ୍ରିମେଣ୍ଟ ଅନୁସାରେ ହସ୍ତାନ୍ତର କରିଛନ୍ତି। ଉକ୍ତ ନୂଆ କମ୍ପାନୀ ୨୦୨୦ ଜୁନ୍‌ ୮ରେ ଏହି କାଗଜକଳ ଚଲେଇବା ପାଇଁ ବ୍ୟାଙ୍କରୁ ୧୫୦ କୋଟି ଟଙ୍କା ଋଣ ନେଇଛନ୍ତି। ଅବସରପ୍ରାପ୍ତ ଶ୍ରମିକଙ୍କ ଇପିଏଫ୍‌ ଜମା କରିବା, ସେମାନଙ୍କ ସମସ୍ତ ପାଉଣା, ବକେୟା ଦରମା ବିଷୟ ସମାଧାନ ହେବାକୁ ଥିବାବେଳେ ଶ୍ରମିକମାନେ ଉତ୍ପାଦନରେ ସହଯୋଗ କରୁନାହାନ୍ତି ଏବଂ ସେଥିପାଇଁ ଦରକାର ପଡ଼ିଲେ କ୍ଲୋଜର ବା ବନ୍ଦ କରିବା ପାଇଁ କମ୍ପାନୀ ନୋଟିସ ଜାରି କରିଛି। ନୂଆ କମ୍ପାନୀକୁ ଏଭଳି କୌଣସି ସୁଯୋଗ ନ ଦେଇ ସ୍ଥାନୀୟ ଅଞ୍ଚଳର ସ୍ବାର୍ଥକୁ ଜଗି କାମ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରମିକମାନେ କହିଛନ୍ତି। ବୈଠକରେ ମ୍ୟାନେଜମେଣ୍ଟ ପକ୍ଷରୁ ଏସ୍‌.ଏସ୍‌. ପାଲ୍‌, ମନୋଜ ଗୁପ୍ତା, ରମେଶ ଯାଦବ, ଲବ୍‌ ଶର୍ମା ଓ ଶ୍ରମିକ ସଂଗଠନ ପକ୍ଷରୁ ପ୍ରମୋଦ ମହାନ୍ତି, ଜୟନ୍ତ ସାନ୍ତ୍ରା, ସୁନୀଲ ପ୍ରହରାଜ, ଧୀରେନ୍ଦ୍ର ମହାନ୍ତି , ପ୍ରଦୀପ ପାଞ୍ଜିଆ, ସରୋଜ ସୁଆର, ବାଳକୃଷ୍ଣ ପ୍ରଧାନ , ଅମନ୍‌ ଉଜବିନ୍‌ ନାୟକ, ସଞ୍ଜୀବ ଦାଶ , ବନମାଳୀ ପାତ୍ର , ସନ୍ଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

କୋର୍ଟରେ ମାମଲା ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଉଥିଲେ ଆଇଆଇସି, ଗିରଫ କଲା ଭିଜିଲାନ୍ସ

ଜୟପୁର,୧୮ା୧୨(ପବନ ପାଣିଗ୍ରାହୀ ): କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri