ଆଜିଠୁ କାମରେ ଯୋଗଦେବେ ସେବା ପେପର ମିଲ୍‌ ଶ୍ରମିକ

ଜୟପୁର, ୨୧।୪(ନି.ପ୍ର.): ଜୟପୁର ଡିଭିଜନର ଯୁଗ୍ମ ଶ୍ରମ କମିଶନରଙ୍କ ଅଧ୍ୟକ୍ଷତା ଏବଂ କୋରାପୁଟ ଡିଏଲ୍‌ଓଙ୍କ ଉପସ୍ଥିତିରେ ୟୁନିଟ୍‌ ସେବା କାଗଜକଳ ଶ୍ରମିକ କର୍ମଚାରୀ ସଂଘ ଓ ମ୍ୟାନେଜମେଣ୍ଟ ପ୍ରତିନିଧିଙ୍କ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ମ୍ୟାନେଜମେଣ୍ଟ ପକ୍ଷରୁ ବେସିକ୍‌ ଡିଏ ଭିଡିଏ ଓ ଦରମାରେ ମିଳୁଥିବା ଭତ୍ତାରୁ ୪୦୦ ଟଙ୍କା ସହ ଅନ୍ୟ ସୁବିଧା ପ୍ରଦାନ ଓ ଚାକିରି ସର୍ତ୍ତାବଳୀ କାଟ୍‌ଛାଣ୍ଟ୍‌ କରି ପ୍ରସ୍ତାବ ଦେଇଥିଲେ। ତାହାକୁ ଶ୍ରମିକ ସଙ୍ଗଠନ କାର୍ଯ୍ୟକାରୀ କମିଟି ଅଗ୍ରାହ୍ୟ କରି ଦେଇଛନ୍ତି। କିନ୍ତୁ ଉତ୍ପାଦନ ଆରମ୍ଭ କରିବା ପାଇଁ ସବୁ ପ୍ରକାର ସହଯୋଗ କରିବାକୁ ଘୋଷଣା କରାଯାଇଛି। ଗୁରୁବାରଠାରୁ ଶ୍ରମିକ, କର୍ମଚାରୀମାନେ ନିଜ ଶିଫ୍ଟରେ କାର୍ଯ୍ୟ କରିବେ।
ମାର୍ଚ୍ଚ ୨୦ରେ କାଗଜକଳ ମ୍ୟାନେଜମେଣ୍ଟ ଜବରଦସ୍ତ ଓଭର ଟାଇମ୍‌ କରିବାକୁ ଶ୍ରମିକଙ୍କୁ ବାଧ୍ୟ କରିବା ସହ ପୁରୁଣା ଦରମା କାଟିକୁଟି ସରକାରୀ ଘୋଷିତ ସର୍ବନିମ୍ନ ମଜୁରି ହାରରେ ବେତନ ଏବଂ ଓଭରଟାଇମ୍‌ ଦେବାକୁ ନୋଟିସ ଦେଇଥିଲେ। ତାହାକୁ ଶ୍ରମିକମାନେ ବିରୋଧକରି କାର୍ଯ୍ୟବନ୍ଦ କରିଥିଲେ। ଫଳରେ ଉତ୍ପାଦନ ବାଧାପାଇଥିଲା। ପୂବର୍ର୍ରୁ ୨୦୦ ଟନ୍‌ ଦୈନିକ ଉତ୍ପାଦନ ପାଇଁ ୬୦୦ ଶ୍ରମିକ ଥିବାବେଳେ ଏବେ ୩୦୦ ଅଛନ୍ତି। ଶ୍ରମିକଙ୍କ ଉପରେ କାର୍ଯ୍ୟଭାର ବଢ଼ିବା ସହ ୨୦୧୪ ରେ ହୋଇଥିବା ଦରମାରୁ ମଧ୍ୟ କାଟିବା ପାଇଁ ଜିଦ୍‌ କରୁଛି ମ୍ୟାନେଜମେଣ୍ଟ। ଶ୍ରମିକଙ୍କ ଯିବା ଆସିବା ପାଇଁ ତିନି ଚାରି ଦିନ ମଧ୍ୟରେ ମ୍ୟାନେଜମେଣ୍ଟ ପରିବହନ ସେବା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛି। ଶ୍ରମିକ ସଙ୍ଗଠନଗୁଡ଼ିକ ମ୍ୟାନେଜମେଣ୍ଟର ଦରମା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଆଲୋଚନା ଜାରି ରଖିବା ସହ ଆଇନଗତ ଭାବେ ଅଧିକାର ସୁରକ୍ଷିତ ରଖିବା ପାଇଁ ଘୋଷଣା କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଏହାର ସମାଧାନ ବାଟ ବାହାର କରାଯିବ ବୋଲି ଶ୍ରମିକ ସଙ୍ଗଠନ କହିଛନ୍ତି। ପ୍ରକାଶ ଯେ, ବିଜିପିପିଏଲ୍‌ର ମାଲିକ ହାଇଦ୍ରାବାଦସ୍ଥିତ ମଦର ଆର୍ଥ ରିସୋର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ କମ୍ପାନୀକୁ ସେବା କାଗଜକଳକୁ ୨୦୨୦ ଫେବୃୟାରୀରେ ବିଜ୍‌ନେସ୍‌ ଟ୍ରାନ୍ସଫର ଏଗ୍ରିମେଣ୍ଟ ଅନୁସାରେ ହସ୍ତାନ୍ତର କରିଛନ୍ତି। ଉକ୍ତ ନୂଆ କମ୍ପାନୀ ୨୦୨୦ ଜୁନ୍‌ ୮ରେ ଏହି କାଗଜକଳ ଚଲେଇବା ପାଇଁ ବ୍ୟାଙ୍କରୁ ୧୫୦ କୋଟି ଟଙ୍କା ଋଣ ନେଇଛନ୍ତି। ଅବସରପ୍ରାପ୍ତ ଶ୍ରମିକଙ୍କ ଇପିଏଫ୍‌ ଜମା କରିବା, ସେମାନଙ୍କ ସମସ୍ତ ପାଉଣା, ବକେୟା ଦରମା ବିଷୟ ସମାଧାନ ହେବାକୁ ଥିବାବେଳେ ଶ୍ରମିକମାନେ ଉତ୍ପାଦନରେ ସହଯୋଗ କରୁନାହାନ୍ତି ଏବଂ ସେଥିପାଇଁ ଦରକାର ପଡ଼ିଲେ କ୍ଲୋଜର ବା ବନ୍ଦ କରିବା ପାଇଁ କମ୍ପାନୀ ନୋଟିସ ଜାରି କରିଛି। ନୂଆ କମ୍ପାନୀକୁ ଏଭଳି କୌଣସି ସୁଯୋଗ ନ ଦେଇ ସ୍ଥାନୀୟ ଅଞ୍ଚଳର ସ୍ବାର୍ଥକୁ ଜଗି କାମ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରମିକମାନେ କହିଛନ୍ତି। ବୈଠକରେ ମ୍ୟାନେଜମେଣ୍ଟ ପକ୍ଷରୁ ଏସ୍‌.ଏସ୍‌. ପାଲ୍‌, ମନୋଜ ଗୁପ୍ତା, ରମେଶ ଯାଦବ, ଲବ୍‌ ଶର୍ମା ଓ ଶ୍ରମିକ ସଂଗଠନ ପକ୍ଷରୁ ପ୍ରମୋଦ ମହାନ୍ତି, ଜୟନ୍ତ ସାନ୍ତ୍ରା, ସୁନୀଲ ପ୍ରହରାଜ, ଧୀରେନ୍ଦ୍ର ମହାନ୍ତି , ପ୍ରଦୀପ ପାଞ୍ଜିଆ, ସରୋଜ ସୁଆର, ବାଳକୃଷ୍ଣ ପ୍ରଧାନ , ଅମନ୍‌ ଉଜବିନ୍‌ ନାୟକ, ସଞ୍ଜୀବ ଦାଶ , ବନମାଳୀ ପାତ୍ର , ସନ୍ଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri