Posted inଜାତୀୟ

ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଚାକର

ଯମୁନାନଗର,୧୮।୫: ହରିଆଣାର ଯମୁନାନଗରରେ ଥିବା ନ୍ୟୁ ଜୈନ ନଗର କଲୋନୀରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ହତ୍ୟା କଲେ ଚାକର। ସୂଚନାଯୋଗ୍ୟ, ସେହି କଲୋନୀରେ ରହୁଥିବା ରାଜେନ୍ଦ୍ର ସିକ୍କା ଜଣେ କ୍ରସର ମାଲିକ। ଗୁରୁବାର ଘରେ କେହି ନଥିବା ବେଳେ ତାଙ୍କ ବୋହୁ ରୋଜି ଏକୁଟିଆ ଥିଲେ। ଚାକର ରାଜେଶଙ୍କୁ ଭୋକ ଲାଗୁଥିବା ବେଳେ ତାଙ୍କ ସ୍ବାମୀ ଦିପାଂଶୁ ନ ଆସିବା ପର୍ଯ୍ୟନ୍ତ ରୋଷେଇ ନ କରିବାକୁ ରୋଜି କହିଥିଲେ। ଏଥିରେ ରାଜେଶ ଉତ୍‌କ୍ଷିପ୍ତ ହୋଇ ଘରେ କେହି ନ ଥିବାର ସୁଯୋଗ ନେଇ ତାଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ରାଜେଶ ସମସ୍ତଙ୍କୁ ଭ୍ରମରେ ପକାଇବା ପାଇଁ ରୋଜି କବାଟ ଖୋଲୁନାହାନ୍ତି ବୋଲି ଦିପାଂଶୁଙ୍କୁ ଫୋନ କରି କହିଥିଲେ। ତାଙ୍କ ସ୍ବାମୀ ଘରେ ପହଞ୍ଚିବା ପରେ ରୋଜି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ। ଏନେଇ ଦିପାଂଶୁ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ରାଜେଶଙ୍କ ଉପରେ ସନ୍ଦେହ ଉପୁଜିଥିଲା। ପୋଲିସ ଶକ୍ତ ଭାବେ ପଚାରା କରିବାରୁ ନିଜ ଦୋଷ ସ୍ବୀକାର କରିଥିଲେ ରାଜେଶ। ରୋଜିଙ୍କ ବିବାହ ପୂର୍ବରୁ ରାଜେଶ ତାଙ୍କ ଘରେ ରହି କାମ କରୁଥିବା ବେଳେ ପୂର୍ବରୁ ସେ ପେଟପୁରା ଖାଉଥିଲେ। ହେଲେ ରୋଜି ଆସିବା ଦିନରୁ ତାଙ୍କୁ ଅଧା ପେଟ ଖାଇବାକୁ ପଡ଼ୁଥିଲା। ସେ ୭ରୁ ୮ ରୁଟି ଖାଇବାକୁ ଚାହୁଁଥିବା ବେଳେ ରୋଜି ତାଙ୍କୁ ୩ଟି ରୁଟି ଖାଇବାକୁ ଦେଉଥିଲେ ବୋଲି ରାଜେଶ ପୋଲିସ ନିକଟରେ ବୟାନ ଦେଇଛନ୍ତି। ଫଳରେ ସେ ବହୁ ଦିନରୁ ରାଗ ରଖି ନିଜର ପ୍ରତିଶୋଧ ନେଇଥିଲେ ବୋଲି ପୋଲିସ ସୂଚନା ଦେଇଛି। ରୋଜିଙ୍କ ୫ ମାସର ପିଲାଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଗଲା NDA ସଂସଦୀୟ ଦଳର ନାମ: ଏବେ ‘ମଙ୍ଗଳ ମିଳନ’ ନାମରେ ହେବ ବୈଠକ

ନୂଆଦିଲ୍ଲୀ,୧୭।୭: କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ଶାସକ NDA ମେଣ୍ଟ ସଂସଦୀୟ ବୈଠକର ନାମ ବଦଳାଇ ଦିଆଯାଇଛି। ଏବେ ଏହାକୁ ‘ମଙ୍ଗଳ ମିଳନ’ ନାମ…

ରାଜ୍ୟ ସଭାରେ ପ୍ରଥମେ ‘ବନ୍ଦେ ମାତରମ’ ବିଲ ଆଗତ କରିବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା; ଅସମ୍ମାନ କଲେ କଠୋର ଦଣ୍ଡ

ନୂଆଦିଲ୍ଲୀ,୧୭।୭: ସଂସଦର ମୌସୁମୀ ଅଧିବେଶନରେ ଯାହା ଜୁଲାଇ ୨୦ରୁ ଆରମ୍ଭ ହେଉଛି, ଅନେକ ବିଲ ଉପସ୍ଥାପନ ପାଇଁ ତାଲିକାଭୁକ୍ତ ହୋଇଛି ଯେଉଁଥିରେ ଜାତୀୟ ଗୀତ ‘ବନ୍ଦେ ମାତରମ’କୁ…

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍‌

ଭୁବନେଶ୍ୱର,୧୭।୭: ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଶୁକ୍ରବାର ଓସେପା ଅଫିସ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ…

ସୋନମ ୱାଙ୍ଗଚୁକଙ୍କ ଅନଶନକୁ ନେଇ ସଜାଗ ହେଲେ କେନ୍ଦ୍ର ସରକାର, ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୧୭।୭: ସୋନମ ୱାଙ୍ଗଚୁକଙ୍କ ଅନଶନର ତୃତୀୟ ସପ୍ତାହ ଆରମ୍ଭ ହେବା ପରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ତତ୍ପର ହୋଇଉଠିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦିଲ୍ଲୀର ତିନୋଟି ହସ୍ପିଟାଲକୁ…

‘ସେକେଣ୍ଡ କ୍ଲାସ୍ ପାସେଞ୍ଜର’ କହିବା ବନ୍ଦ କର: ଭାରତୀୟ ରେଳବାଇକୁ ସୁପ୍ରିମ୍ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭।୭: ଭାରତୀୟ ରେଳବାଇରେ ସୁଧାର ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ଏନ୍.…

‘ତୁମ ନାମରୁ ‘ଡାକ୍ତର’ ଶବ୍ଦ ହଟାଅ’: ଚିକିତ୍ସା ନ ମିଳିବାରୁ ୪ ବର୍ଷୀୟା ବଳାତ୍କାର ପୀଡିତାଙ୍କ ମୃତ୍ୟୁ; ଗାଜିଆବାଦର ୨ ହସ୍ପିଟାଲକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୭।୭: ସୁପ୍ରିମକୋର୍ଟ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲ ଏବଂ ସେମାନଙ୍କର ଡାକ୍ତରଙ୍କୁ ଶୁକ୍ରବାର ଜଣେ ଚାରି ବର୍ଷୀୟା ବଳାତ୍କାର ପୀଡିତାଙ୍କୁ ସମୟୋଚିତ ଚିକିତ୍ସା ଯୋଗାଇ ନ ଦେବା…

ଅକାଳରେ ଜନ୍ମିତ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ଜଗି ରହିଲେ ବନ କର୍ମଚାରୀ

ରିଆମାଳ,୧୭ା୭(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ଏକ ଅକାଳରେ ଜନ୍ମିତ ହାତୀ ଶାବକର…

୮ମ ବେତନ ଆୟୋଗ: କେବେଠାରୁ ଲାଗୁ ହେବ ନୂଆ ଦରମା? ୫୦ ଲକ୍ଷ କର୍ମଚାରୀ ଓ ୭୦ ଲକ୍ଷ ପେନସନଭୋଗୀଙ୍କ ପାଇଁ ଜରୁରୀ ଅପଡେଟ୍

ନୂଆଦିଲ୍ଲୀ,୧୭।୭: ଦେଶର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର। ୮ମ ବେତନ ଆୟୋଗ ଗଠନ ହେବାର ପ୍ରାୟ ୯ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri