Posted inଜାତୀୟ

ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଚାକର

ଯମୁନାନଗର,୧୮।୫: ହରିଆଣାର ଯମୁନାନଗରରେ ଥିବା ନ୍ୟୁ ଜୈନ ନଗର କଲୋନୀରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ହତ୍ୟା କଲେ ଚାକର। ସୂଚନାଯୋଗ୍ୟ, ସେହି କଲୋନୀରେ ରହୁଥିବା ରାଜେନ୍ଦ୍ର ସିକ୍କା ଜଣେ କ୍ରସର ମାଲିକ। ଗୁରୁବାର ଘରେ କେହି ନଥିବା ବେଳେ ତାଙ୍କ ବୋହୁ ରୋଜି ଏକୁଟିଆ ଥିଲେ। ଚାକର ରାଜେଶଙ୍କୁ ଭୋକ ଲାଗୁଥିବା ବେଳେ ତାଙ୍କ ସ୍ବାମୀ ଦିପାଂଶୁ ନ ଆସିବା ପର୍ଯ୍ୟନ୍ତ ରୋଷେଇ ନ କରିବାକୁ ରୋଜି କହିଥିଲେ। ଏଥିରେ ରାଜେଶ ଉତ୍‌କ୍ଷିପ୍ତ ହୋଇ ଘରେ କେହି ନ ଥିବାର ସୁଯୋଗ ନେଇ ତାଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହାପରେ ରାଜେଶ ସମସ୍ତଙ୍କୁ ଭ୍ରମରେ ପକାଇବା ପାଇଁ ରୋଜି କବାଟ ଖୋଲୁନାହାନ୍ତି ବୋଲି ଦିପାଂଶୁଙ୍କୁ ଫୋନ କରି କହିଥିଲେ। ତାଙ୍କ ସ୍ବାମୀ ଘରେ ପହଞ୍ଚିବା ପରେ ରୋଜି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ। ଏନେଇ ଦିପାଂଶୁ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ରାଜେଶଙ୍କ ଉପରେ ସନ୍ଦେହ ଉପୁଜିଥିଲା। ପୋଲିସ ଶକ୍ତ ଭାବେ ପଚାରା କରିବାରୁ ନିଜ ଦୋଷ ସ୍ବୀକାର କରିଥିଲେ ରାଜେଶ। ରୋଜିଙ୍କ ବିବାହ ପୂର୍ବରୁ ରାଜେଶ ତାଙ୍କ ଘରେ ରହି କାମ କରୁଥିବା ବେଳେ ପୂର୍ବରୁ ସେ ପେଟପୁରା ଖାଉଥିଲେ। ହେଲେ ରୋଜି ଆସିବା ଦିନରୁ ତାଙ୍କୁ ଅଧା ପେଟ ଖାଇବାକୁ ପଡ଼ୁଥିଲା। ସେ ୭ରୁ ୮ ରୁଟି ଖାଇବାକୁ ଚାହୁଁଥିବା ବେଳେ ରୋଜି ତାଙ୍କୁ ୩ଟି ରୁଟି ଖାଇବାକୁ ଦେଉଥିଲେ ବୋଲି ରାଜେଶ ପୋଲିସ ନିକଟରେ ବୟାନ ଦେଇଛନ୍ତି। ଫଳରେ ସେ ବହୁ ଦିନରୁ ରାଗ ରଖି ନିଜର ପ୍ରତିଶୋଧ ନେଇଥିଲେ ବୋଲି ପୋଲିସ ସୂଚନା ଦେଇଛି। ରୋଜିଙ୍କ ୫ ମାସର ପିଲାଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍‌ପିମାନେ ନେବେ କରୋନା ଟିକା!

ନୂଆଦିଲ୍ଲୀ,୨୧ ।୧: ଦେଶରେ କରୋନା ବିରୋଧରେ ଲଢିବାକୁ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ ହୋଇସାରିଛି । ଭ୍ୟାକ୍ସିନେଶନର ପ୍ରଥମ ପର୍ଯ୍ୟାୟରେ ହେଲ୍‌ଥ ୱାର୍କର ଓ ଫ୍ରଣ୍ଟ ଲାଇନ୍...

ନିଜ ସାଥୀଙ୍କ ଗୁଳିରେ ହାଇବ୍ରିଡ୍‌ ଆତଙ୍କବାଦୀ ନିହତ…

ଶ୍ରୀନଗର,୧୯।୧୦ : ଜମ୍ମୁ-କଶ୍ମୀରର ଶୋପିଆନରେ ଗ୍ରେନେଡ ଆକ୍ରମଣରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଗିରଫ ହୋଇଥିବା ହାଇବ୍ରିଡ ଆତଙ୍କବାଦୀ ଇମ୍ରାନ ବଶିର ଘନିଙ୍କୁ ମଧ୍ୟ...

ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗା ଗିରଫ

ନୂଆଦିଲ୍ଲୀ,୬।୫:ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ପଞ୍ଜାବ ପୋଲିସ ଦିଲ୍ଲୀରୁ ଗିରଫ କରିଛି। ଉତ୍ତେଜନାମୂଳକ ବିବୃତ୍ତି ତଥା ଅପରାଧିକ ଭୟଭୀତତା ସୃଷ୍ଟି କରିବା ଅପରାଧରେ...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛିି। ସୋମବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ରେ...

ଭାଇରାଲ ହେଉଛି ଭାଜପା ନେତାଙ୍କ ବିବାଦୀୟ ବୟାନ

ହରିୟାଣା,୨୦।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏହା ପୂର୍ବରୁ ଜଣେ ଭାଜପା ନେତାଙ୍କ ବିବାଦୀୟ ବୟାନ ଭାଇରାଲ...

କଂଗ୍ରେସରେ ଗାନ୍ଧୀ ପରିବାରରୁ କେହି ହେବେ ନାହିଁ ଅଧ୍ୟକ୍ଷ, ତିନି ବର୍ଷ ପୂର୍ବରୁ ସ୍ପଷ୍ଟ କରିଥିଲେ ରାହୁଲ

ନୂଆଦିଲ୍ଲୀ,୨୪ ।୯: କଂଗ୍ରେସକୁ ଆଉ ଅଳ୍ପଦିନ ମଧ୍ୟରେ ନୂଆ ଅଧ୍ୟକ୍ଷ ମିଳିଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ଅଧ୍ୟକ୍ଷ ପଦ ଗାନ୍ଧୀ ପରିବାରରୁ...

ଗୁଜରାଟ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଅହମଦାବାଦ,୧୫।୨: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରବିବାର ଏକ କାର୍ଯ୍ୟକ୍ରମରେ ସେ ମଞ୍ଚ ଉପରେ ଚେତା ହରାଇ...

ଜଲିକାଟ୍ଟୁର ଆଇନଗତ ବୈଧତା କାଏମ…

ଚେନ୍ନାଇ,୧୮।୫ : ଜଲିକାଟ୍ଟୁଙ୍କୁ ଏକ ଖେଳ ଭାବରେ ସ୍ବୀକୃତି ଦେଇଥିବା ତାମିଲନାଡୁ ସରକାରଙ୍କ ଆଇନକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଅଦାଲତ ଦର୍ଶାଇଛନ୍ତି ତାମିଲନାଡୁ କ୍ରୁଏଲିଟି ଟୁ...

Advertisement
Archives

Model This Week