ସରୁନି ପରୀକ୍ଷା, ପୋଲିସ କରିଛି ଅପେକ୍ଷା

ସମ୍ବଲପୁର,୨୮ା୫(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡାଥାନା ଅଞ୍ଚଲରେ ଜଣେ ବଳାତ୍କାର ଅଭିଯୁକ୍ତ ଅଧ୍ୟାପକ ସଞ୍ଜିତ ନାୟକ ବୁର୍ଲା ଭିମସାରରେ ଆଶ୍ରିତ ହୋଇଛନ୍ତି। ପ୍ରାୟ ୧୫ ଦିନ ହେବ ସେ ମେଡିକାଲରେ ଥିବାରୁ ପୋଲିସ ଗିରଫ ମଧ୍ୟ କରିପାରୁ ନାହିଁ। ସେପଟେ ଏତେଦିନ ହେଲା ବିଭିନ୍ନ ପରୀକ୍ଷା କରାଯାଇଥିବା ବେଳେ ଡିସଚାର୍ଜ ହେବା ପରେ କୋର୍ଟ ଚାଲାଣ କରିବ ସେନେଇ ପୋଲିସ ଅପେକ୍ଷା କରିଛି। ଏହି ଘଟଣାରେ ପୋଲିସ ଓ ଭିମସାର କର୍ତ୍ତୃପକ୍ଷଙ୍କ ଭିତରେ ଟଣାଓଟରା ଚାଲିଛି। ପୋଲିସ କହୁଛି ମେଡିକାଲରେ ସ୍ବାସ୍ଥ୍ୟବସ୍ଥା ରିପୋର୍ଟ ସହ ଡିସଚାର୍ଜ କଲେ କୋର୍ଟ ଚାଲାଣ କରାଯିବ। ପୋଲିସ ମେଡିକାଲ ବୋର୍ଡ ଗଠନ କରି ରିପୋର୍ଟ ଦେବାକୁ ଭିମସାର କର୍ତ୍ତୃପକ୍ଷଙ୍କୁ ଚିଠି କରିଛି। ଚିଠି କରିବାର ପ୍ରାୟ ୮ ଦିନ ବିତି ଯାଇଥିଲେ ମଧ୍ୟ ମେଡିକାଲ ପକ୍ଷରୁ କୌଣସି ଉତ୍ତର ଆସି ନାହିଁ। ସମ୍ବେଦନଶୀଳ ଘଟଣାରେ ମେଡିକାଲ ପକ୍ଷରୁ ଠିକଭାବେ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି କୁଚିଣ୍ଡା ଥାନା ଅଧିକାରୀ ସୌଭାଗ୍ୟ ସେଠ କହିଛନ୍ତି। ପୋଲିସର କାର୍ଯ୍ୟକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି। ଅଭିଯୁକ୍ତ ପଟେଲଙ୍କୁ ଗିରଫ ନ କରି କିଭଳି ଭାବେ କୋର୍ଟ ଚାଲାଣ କରିବା ପାଇଁ କୁଚିଣ୍ଡା ମେଡିକାଲ ନେଇଥିଲା। ସେଠାରେ ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିବା ଅଭିଯୁକ୍ତ ପଟେଲ କହିବା ପରେ ବୁର୍ଲା ମେଡିକାଲ ନେବା ଭଳି ଘଟଣା ପୋଲିସକୁ ସନ୍ଦେହ ଘେରକୁ ଟାଣି ଆଣିଛି ା ଅନ୍ୟପଟେ ଭିମସାର କର୍ତ୍ତୃପକ୍ଷ କାର୍ଯ୍ୟକୁ ନେଇ ମଧ୍ୟ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା କରାଇବାରେ ଜାଣିଶୁଣି ବିଳମ୍ବ କରାଯାଉଛି। ଆଇସିୟୁ ନୁହେଁ ଅଭିଯୁକ୍ତ ପଟେଲ ହୃଦରୋଗ ବିଭାଗର ସାଧାରଣ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ା ଏଥିରୁ ଜଣାଯାଏ ଯେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି ା ଶୀଘ୍ର ସମ୍ପୂର୍ଣ୍ଣ ରିପୋର୍ଟ ଆଶା ମଧ୍ୟ ଦେଖା ଦେଇଛି ା ଶନିବାର ତାଙ୍କର ଅଲଟ୍ରାସାଉଣ୍ଡ ମଧ୍ୟ କରାଯାଇଥିବା ଜଣାପଡିଛି। ହେଲେ ସାଧାରଣ ରୋଗ ଗୁଡିକରେ ଜୀବନ ପ୍ରତି କମ ବିପଦ ରହିଥାଏ। ଏପର୍ଯ୍ୟନ୍ତ ଏନଜୋଗ୍ରାମ ପରୀକ୍ଷା କରାଯାଇନାହିଁ। ତେଣୁ ଜଣେ ହୃଦରୋଗୀଙ୍କୁ ଚିକିତ୍ସା ଦେବାରେ ମଧ୍ୟ ଅବହେଳା କରାଯାଉଛି। ବଳାତ୍କାର ମାମଲାରେ ଅଭିଯୁକ୍ତ ପାଇଁ କାହାର ବରଦାନରେ ସୁରକ୍ଷା ଦେବାକୁ ପୋଲିସ ଓ ଭିମସାର କର୍ତ୍ତୃପକ୍ଷ ଲାଗି ପଡିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଅନ୍ୟପଟେ ଅଭିଯୁକ୍ତ ପଟେଲ କୁଚିଣ୍ଡା ଅଞ୍ଚଲର ଅଟନ୍ତି। ଭିମସାର କେତେକ ଡାକ୍ତର ମଧ୍ୟ କୁଚିଣ୍ଡା ଅଞ୍ଚଲର। ତେଣୁ ପୂର୍ବ ପରିଚିତ ଥିବା ଯୋଗୁ ଏଭଳି ସୁରକ୍ଷା ଦିଆଯାଉଥିବା ଅଭିଯୋଗ ହେଉଛି। ଯାଞ୍ଚ କରି ଡିସଚାର୍ଜ କରାଯାଉ ବୋଲି ସାଧାରଣରେ ମଧ୍ୟ ଦାବି ହେଉଛି। ହେଲେ ଭିମସାର ହୃଦରୋଗ ବିଭାଗ ମୁଖ୍ୟ ସୁନିଲ ଶର୍ମା କହିଛନ୍ତି ଯେ, ସବୁ ରୋଗୀ ସମାନ ଅଟନ୍ତି। ପୂର୍ବରୁ ଏହି ଘଟଣାକୁ ନେଇ ଫୋନ ଆସିଥିଲା ା ତାଙ୍କର ପରୀକ୍ଷାଗୁଡିକ ପର୍ଯ୍ୟାୟ କ୍ରମେ ଚାଲିଛି। ଅନେକ ଗୁଡିଏ ରୋଗରେ ଥିବା ଲକ୍ଷଣ ଦେଖାଦେଇଛି। ସମସ୍ତ ରିପୋର୍ଟକୁ ଆଧାର କରି ଡିସଚାର୍ଜ କରାଯିବ। ପୋଲିସ ଚିଠି ଅନୁସାରେ ହୃଦରୋଗ ବିଭାଗ, ସର୍ଜରୀ ଓ ମେଡିସିନ ବିଭାଗ ବରିଷ୍ଟ ଡାକ୍ତରମାନଙ୍କୁ ନେଇ ଏକ ମେଡିକାଲ ବୋର୍ଡ ଗଠନ କରାଯାଇଛି। ପୋଲିସକୁ ମେଡିକାଲ ବୋର୍ଡ ଚିଠି କରି ଉତ୍ତର ଦେଇଛି ା ହୁଏତ ତାଙ୍କ ପାଖରେ ପହଞ୍ଚି ନ ଥିବ। ଅଭିଯୁକ୍ତ ପଟେଲଙ୍କୁ ସୁରକ୍ଷା ଦେବାରେ କାହାରି ବ୍ୟକ୍ତିଗତ ଇଚ୍ଛା ନାହିଁ ଅଯଥାରେ ମେଡିକାଲ ଉପରେ ଦୋଷ ଦିଆଯାଉଛି ବୋଲି କହିଥିଲେ। ସୂଚନା ଯୋଗ୍ୟ, ଜଣେ ଉଚ୍ଚ ଶିକ୍ଷିତା ଆଦିବାସୀ ଯୁବତୀଙ୍କ ସହ ସୋନପୁର ଜିଲା ବୀରମହାରାଜପୁର କଲେଜରେ ଅଧ୍ୟାପକ ତଥା କୁଚିଣ୍ଡା ନିବାସୀ ସଞ୍ଜିତ ନାୟକ ପରିଚୟ ହୋଇଥିଲା ା ଆପତ୍ତି ଜନକ ଫଟୋ ଓ ଭିଡିଓ ମଧ୍ୟ ଉଭୟଙ୍କର ରହିଛି ା ଯାହାକୁ ଭାଇରାଲ କରିବାକୁ ଅଭିଯୁକ୍ତ ନାୟକ ଧମକ ଦେଇଆସୁଥିଲେ। ଯୁବତୀଙ୍କ ବିବାହ ସ୍ଥିର ହେବାକୁ ଥିଲେ ସେଠାରେ ମଧ୍ୟ ବିଭ୍ରାଟ ସୃଷ୍ଟି କରୁଥିଲେ। ଯୁବତୀ ଜଣଙ୍କ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧରଙ୍କୁ ଅଭିଯୋଗ କରିଥିଲେ। ପରେ କୁଚିିଣ୍ଡା ଥାନାରେ ଏନେଇ ଏକ ମାମଲା (ନଂ.୯୫/୨୩) ରୁଜୁ ହୋଇଥିଲା ା ଅଭିଯୁକ୍ତ ବିବାହିତ ଏବଂ ତାଙ୍କର ସ୍ତ୍ରୀ ଓ ପିଲାଛୁଆ ମଧ୍ୟ ଅଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri