ବ୍ରିଟେନ୍‌ରେ ୨୪୦ ମିଲିୟନ ପାଉଣ୍ଡ ନିବେଶ କରିବ ସେରମ ଇନ୍‌ଷ୍ଟିଚ୍ୟୁଟ୍‌

ଲଣ୍ଡନ,୪।୫: ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସ୍‌ଆଇଆଇ) ବ୍ରିଟେନରେ ପୁଞ୍ଜି ନିବେଶ କରିବାକୁ ଯାଉଛି। ଭବିଷ୍ୟତରେ ଟିକା ବ୍ୟବସାୟକୁ ବିସ୍ତାର କରିବା ଏବଂ ବହୁ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରିବା ପାଇଁ କମ୍ପାନୀ ଲଣ୍ଡନରେ ନୂଆ କାର୍ଯ୍ୟାଳୟ ପ୍ରତିଷ୍ଠା କରିବ ବୋଲି ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି। ଏଥିପାଇଁ ୨୪୦ ମିଲିୟନ୍‌ ବ୍ରିଟିଶ୍‌ ପାଉଣ୍ଡ୍‌
(ପ୍ରାୟ ୨୪୦୦ କୋଟି ଟଙ୍କା)ଖର୍ଚ୍ଚ ହେବ। କ୍ଲିନିକାଲ ପରୀକ୍ଷା, ଅନୁସନ୍ଧାନ ଏବଂ ବିକାଶ ଏବଂ ସମ୍ଭବତଃ ଟିକା ଉତ୍ପାଦନ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ଭାରତ-ବ୍ରିଟେନ ବର୍ଦ୍ଧିତ ବାଣିଜ୍ୟ ଯୋଜନାର ଏକ ଅଂଶ ଭାବେ ଏହାକୁ ନିଆଯାଉଛି। ଏହାଦ୍ୱାରା ପ୍ରାୟ ୬,୫୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଙ୍ଗ ଷ୍ଟ୍ରିଟ ପକ୍ଷରୁ ସୂଚନା ଦିଆଯାଇଛି।
ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିଶ୍ୱର ସର୍ବବୃହତ ଟିକା ନିର୍ମାତା ଅଟେ। ବ୍ରିଟେନରେ କରୋନା ଭାଇରସ ପାଇଁ ଗୋଟିଏ ଡୋଜ ନାଜାଲ ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟ ମଧ୍ୟ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିଛି। ମଙ୍ଗଳବାର ଶ୍ରୀ ଜନସନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଭର୍ଚୁଆଲ ଆଲୋଚନା ପୂର୍ବରୁ ଏହା ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଅଦର ପୁନାଓ୍ବାଲା ଏବେ ଲଣ୍ଡନରେ ଅଛନ୍ତି। ଦେଶରେ ଲାଗି ରହିଥିବା ଏହି ଟିକା ଅଭାବ ପରିସ୍ଥିତି ଆସନ୍ତା ଜୁଲାଇ ଯାଏ ଜାରି ରହିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। କାରଣ ତାଙ୍କ ସଂସ୍ଥା ଜୁଲାଇ ବେଳକୁ ହିଁ ନିଜର ଟିକା ପ୍ରସ୍ତୁତି କ୍ଷମତାକୁ ମାସିକ ୬-୭ କୋଟିରୁ ୧୦ କୋଟି ଯାଏ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ସୁତରାଂ ସେତେବେଳକୁ ଏହି ଟିକା ଅଭାବ ଦୂର ହୋଇପାରେ ବୋଲି ସେ ଏପରି ଭବିଷ୍ୟବାଣୀ କରିଛନ୍ତି। ସମ୍ପ୍ରତି ଦେଶରେ ଜାରି ରହିଥିବା ଟିକାକରଣ ପ୍ରକ୍ରିୟାରେ ଗତ ପହିଲାରୁ ୧୮ରୁ ୪୫ ବର୍ଷ ବୟସର ପ୍ରାୟ ୫୯ କୋଟି ସଂଖ୍ୟକ ବୃହତ୍ତମ ଗୋଷ୍ଠୀର ହିତାଧିକାରୀ ସାମିଲ ହେବା ପରେ ପୁନାଓ୍ବାଲାଙ୍କ ଏପରି ଆଶଙ୍କା ପ୍ରକଟ ଗୁରୁତ୍ୱ ବହନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…

ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି।…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri