ଆଜି ୧୧ ଜିଲାରେ ଟିକା ବନ୍ଦ

ଭୁବନେଶ୍ୱର, ୪।୫(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। କିନ୍ତୁ ଟିକା ଅଭାବ ଯୋଗୁ ଏହା କେବଳ ଭୁବନେଶ୍ୱରରେ ଚାଲିଛି। ଖୁବ୍‌ଶୀଘ୍ର ରାଜ୍ୟର ଅନ୍ୟ ସ୍ଥାନରେ ଆରମ୍ଭ ହେବ ବୋଲି କୁହାଯାଇଥିଲେ ମଧ୍ୟ ଏଥିରେ ବହୁ ବିଳମ୍ବ ହେବାର ଆଶଙ୍କା ଦେଖାଦେଇଛି। କାରଣ ଟିକା ନ ଥିବାରୁ ଏବେ ବି ବହୁ ଟିକାଦାନ କେନ୍ଦ୍ର ବନ୍ଦ ରହିଛି। ରାଜ୍ୟରେ ଥିବା ୧୫୦୦ ଟିକାକରଣ କେନ୍ଦ୍ର ମଧ୍ୟରୁ ସୋମବାର ମାତ୍ର ୨୫୬ କେନ୍ଦ୍ରରେ ଟିକାକରଣ ହୋଇଥିଲା। ମଙ୍ଗଳବାର ୧୨୩ରେ କେନ୍ଦ୍ରରେ ଟିକାକରଣ ହେବ। ତେବେ ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଗଜପତି, ଜଗତ୍‌ସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଆଦି ୧୧ ଜିଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିବ। ରାଜ୍ୟରେ ଏବେ ୧୯,୯୦୦ ଡୋଜ୍‌ କୋଭିଶିଲ୍ଡ ଓ ୩,୧୫,୫୩୦ ଡୋଜ୍‌ କୋଭାକ୍ସିନ୍‌ ଟିକା ଗଚ୍ଛିତ ରହିଛି। ଏହାଛଡ଼ା ରାଜ୍ୟ ସରକାର ନିଜେ କିଣିଥିବା ୧,୪୩,୫୦୦ ଡୋଜ୍‌ କୋଭାକ୍ସିନ ଟିକା ରହିଛି। ଆଉ ୨୫ଲକ୍ଷ ଡୋଜ୍‌ ଟିକା ପାଇଁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। ଆସନ୍ତା ଦୁଇ ତିନିଦିନ ଭିତରେ ଆଉ ଟିକା ଆସିବାର ସମ୍ଭାବନା ରହିଛି। ଆବଶ୍ୟକ ଟିକା ଆସିଗଲେ ପୁଣି ସବୁ କେନ୍ଦ୍ରରେ ଟିକାକରଣ ବ୍ୟାପକ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି।
ସେପଟେ ରାଜ୍ୟରେ ଆସନ୍ତା ୫ ତାରିଖରୁ ଲକ୍‌ଡାଉନ୍‌ ହେବ। ୧୯ ତାରିଖ ସକାଳ ୫ଟା ପର୍ଯ୍ୟ ଏହା ଲାଗୁ ହେବ। ଏହି ସମୟରେ ପୂର୍ବଭଳି ସପ୍ତାହାନ୍ତ ଶଟ୍‌ଡାଉନ୍‌ ବଳବତ୍ତର ରହିବ। ତେବେ ଏହି ସମୟରେ ଟିକାକରଣ ଜାରି ରହିବ। ରବିବାରକୁ ଛାଡ଼ି ସୋମବାରରୁ ଶନିବାର ଟିକାକରଣ ହେବ। ସରକାରୀ ଛୁଟିଦିନରେ ମଧ୍ୟ ଟିକାକରଣ ହେବ। ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହି ସମୟରେ ନିରବଚ୍ଛିନ୍ନ ଭାବେ ଟିକାକରଣ ଚାଲୁ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଟିକାକରଣ ପାଇଁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ସମୟରେ ଯାତାୟାତ ଅନୁମତି ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ

ଖୋର୍ଦ୍ଧା ଅଫିସ/ ନିରାକାରପୁର,୬ା୫(ଡି.ଏନ୍‌.ଏ.): ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ବସ୍‌ ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ପ୍ରତ୍ୟୁଷରେ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ...

କୋଟପାଡ଼ରେ କଂଗ୍ରେସର ଚନ୍ଦ୍ରଶେଖର ମାଝି ଆଗେଇଲେ

ଜୟପୁର,୨୩ା୫(ନି.ପ୍ର.): କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗରେ ଥିବାବେଳେ ଦ୍ୱିତୀୟ ରାଉଣ୍ଡରେ କଂଗ୍ରେସର ପ୍ରାର୍ଥୀ ଚନ୍ଦ୍ରଶେଖର ମାଝି ବିଜେଡିକୁ ପଛରେ ପକାଇଛନ୍ତି।...

ପ୍ରେମିକାଙ୍କ ଘର ଫ୍ୟାନ୍‌ରେ ଝୁଲୁଛି ପ୍ରେମିକଙ୍କ ମୃତଦେହ

ବ୍ରହ୍ମଗିରି, ୨୬।୫(ଡି.ଏନ.ଏ.) : ପୁରୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାହୁପଡ଼ା ଗ୍ରାମରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମିକାଙ୍କ ଘରେ ପ୍ରେମିକଙ୍କର...

୨ ଥର ଆଲୋଚନା ପରେ ବି ତୁଟିପାରିଲାନି ଅମଲାଙ୍କ ସମସ୍ୟା

ଭୁବନେଶ୍ୱର,୮ା୬(ବ୍ୟୁରୋ): ତୁଟିପାରୁନି ରାଜ୍ୟସ୍ତରୀୟ ଅମଲା କର୍ମଚାରୀଙ୍କ ଦାବି ସମ୍ପର୍କିତ ସମସ୍ୟା। ୨ଥର ଆଲୋଚନା ପରେ ବି ଏ ପର୍ଯ୍ୟନ୍ତ କିଛି ସମାଧାନର ରାସ୍ତା ବାହାରିପାରିନାହିଁ। ଗତ...

ରାଜ୍ୟପାଳଙ୍କୁ କରୋନା

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏବଂ ତାଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ରାଜ୍ୟପାଳ ନିଜେ ସୋମବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।...

ପୁନରୁଦ୍ଧାର ହେଉନି କଣ୍ଡସରା ନାଳ: ଦୁର୍ଦ୍ଦଶାରେ ଚାଷୀ

ରସୁଲପୁର, ୧୧।୬(ଡି.ଏନ୍‌.ଏ.): କୃଷି ଓ କୃଷକର ଉନ୍ନତି ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଏଥିଲାଗି ବିପୁଳ ଟଙ୍କା ସରକାରୀ ତହବିଲରୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ କଲେ ହାଇକୋର୍ଟ

କଟକ ଅଫିସ,୨୨ା୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଲାଗି ରହିଥିବା ସମସ୍ତ ବିବାଦର ଅନ୍ତ ଘଟିଛି। ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ସମସ୍ତ...

ଭାଜପା ହୀନ ରାଜନୀତି କରୁଛି: ବିଜେଡିି

ଭୁବନେଶ୍ୱର,୨୫ା୭ (ଅନିଲ ଦାସ):ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଏକ ଆନ୍ତଃରାଜ୍ୟ ଦଲାଲ ରାକେଟ୍‌ ଧରାପଡ଼ିବା ପରେ ଓଡ଼ିଶା ଭାଜପା ଏହାକୁ...

Advertisement
Archives

Model This Week