ଭୁବନେଶ୍ୱର,୧୨ା୫(ସୁଚିସ୍ମିତା ସାହୁ):ଜାତୀୟ ଶିକ୍ଷାନୀତି (ଏନ୍ଇପି) ୨୦୨୦ ଆଧାରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକ ବଦଳିଛି। ହେଲେ ଏଯାଏ ପାଠ୍ୟ ପୁସ୍ତକ ସବୁ ପିଲାଙ୍କ ପାଖରେ ପହଞ୍ଚତ୍ପାରି ନ ଥିବାବେଳେ ପଞ୍ଚମ ଶ୍ରେଣୀର ‘ବିଚିତ୍ର ଆମ ବିଶ୍ୱ’ ବହିରେ ତ୍ରୁଟି ସାମ୍ନାକୁ ଆସିଛି, ଯାହାକୁ ନେଇ ଶିକ୍ଷାବିତ୍, ଅଭିଭାବକ ଓ ବୁଦ୍ଧିଜୀବୀମାନେ ଅଭିଯୋଗ ଉଠାଇଛନ୍ତି। ଉକ୍ତ ବହିର ପୃଥିବୀ ଆମ ବାସସ୍ଥାନ ବିଷୟର ଦ୍ୱିତୀୟ ପାରାର ଶେଷ ଲାଇନ୍ରେ ଲେଖାଯାଇଛି, ‘ଶୁଭ୍ରାଂଶୁ ଶୁକ୍ଳା ଜୁଲାଇ ୨୦୨୫ ମସିହାରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନକୁ ଯାଇଥିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ’। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଯିଏ ଅଛନ୍ତି ୨୦୨୫ ମସିହାରେ ସେ ମଧ୍ୟ ଥିଲେ। କିନ୍ତୁ ତତ୍କାଳୀନ କାହିଁକି ଲେଖାଯାଇଛି ଓ ଏହା ଅନୁଚିତ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।