ଆଡିଲେଡ୍, ୩୦ା୧(ଏପି)-ଆଡିଲେଡ ପ୍ରଦର୍ଶନୀ ଟୁର୍ନାମେଣ୍ଟରେ ସେରେନା ଓ୍ବିଲିୟମ୍ସ, ରାଫାଲ ନାଡାଲ ଓ ସିମୋନା ହାଲେପ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆର କୋଭିଡ୍ ନିୟମ ଅନୁସାରେ ୧୪ ଦିନ କ୍ୱାରାଣ୍ଟାଇନ୍ରେ ରହିବା ପରେ ଏମାନେ ଏହି ଟୁର୍ନାମେଣ୍ଟରେ ଭାଗ ନେଇଛନ୍ତି। ନାଓମି ଓସାକାଙ୍କୁ ସେରେନା ୬-୨, ୨-୬, ୧୦-୭ ସେଟ୍ରେ ହରାଇ ଦେଇଛନ୍ତି। ପ୍ରତିଯୋଗିତାରେ ଖେଳିବା ପୂର୍ବରୁ ୨୩ ଗ୍ରାଣ୍ଡସ୍ଲାମ ବିଜୟିନୀ ତାଙ୍କ ଝିଅକୁ ସ୍ଥାନୀୟ ଏକ ଚିଡ଼ିଆଖାନା ବୁଲାଇ ଦେଖାଇଥିଲେ। ଏହା ତାଙ୍କ ପାଇଁ ଟନିକ୍ ଭଳି କାର୍ଯ୍ୟ କରିଥିଲା ବୋଲି ସେରେନା କହିଛନ୍ତି। ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ରାଫାଲ ନାଡାଲ ୟୁ.ଏସ. ଓପନ ଚାମ୍ପିୟନ ଡୋମିନିକ୍ ଥିମ୍ଙ୍କୁ ୭-୫, ୬-୪ ସେଟରେ ପରାସ୍ତ କରିଛନ୍ତି। ସେହିପରି ଦ୍ୱିତୀୟ ର଼୍ୟାଙ୍କିଙ୍ଗପ୍ରାପ୍ତ ସିମୋନା ହାଲେପ୍ ୩-୬, ୬-୧, ୧୦-୮ରେ ନମ୍ବର ଓ୍ବାନ ଖେଳାଳି ଆଶଲେ ବାର୍ଟିଙ୍କୁ ହରାଇ ଦେଇଛନ୍ତି। କରୋନା ଭାଇରସ ଜନିତ ଗମନାଗମନ କଟକଣା ଯୋଗୁ ୧୧ ମାସ ବ୍ୟବଧାନରେ ବାର୍ଟିଙ୍କର ଏହାଥିଲା ପ୍ରଥମ ମ୍ୟାଚ। ଗତବର୍ଷ ବିଳମ୍ବରେ ହୋଇଥିବା ଫ୍ରେଞ୍ଚ୍ ଓପନ୍ରେ ସେ ତାଙ୍କ ୨୦୧୯ ଟାଇଟଲ ବଜାୟ ରଖିବାକୁ ଚାହିଁ ନ ଥିଲେ। ଶୁକ୍ରବାର ପ୍ରାରମ୍ଭରେ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ନୋଭାକ ଜୋକୋଭିଚ୍ ଇଟାଲୀର ପ୍ରତିଭାସମ୍ପନ୍ନ ଜାନିକ ସିନରଙ୍କ ସହିତ ମୁକାବିଲା କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଜୋକୋଭିଚ୍ଙ୍କ ଡାହାଣ ହାତରେ ସମସ୍ୟା ଦେଖାଦେବାରୁ ନାଡାଲଙ୍କ କ୍ୱାରାଣ୍ଟାଇନ୍ ପ୍ରାକ୍ଟିସ ପାର୍ଟନର ସିନରଙ୍କୁ ଫିଲିପ୍ କ୍ରାଜିନୋଭିଚ୍ଙ୍କ ସହ ଖେଳିବାକୁ ହୋଇଥିଲା। କିନ୍ତୁ ୮ଥର ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ଦ୍ୱିତୀୟ ସେଟ୍ ଖେଳ ପୂର୍ବରୁ କୋର୍ଟରେ ପହଞ୍ଚତ୍ୟାଇଥିଲେ। ଦର୍ଶକ ତାଙ୍କୁ ଉତ୍ସାହିତ କରିଥିଲେ। କ୍ରାଜିନୋଭିଚ୍ ସେତେବେଳକୁ ପ୍ରଥମ ସେଟ୍ ୬-୩ରେ ଜିତିସାରିଥିଲେ। ଜୋକୋଭିଚ୍ ଦ୍ୱିତୀୟ ସେଟ୍ ସମାନ ସ୍କୋରରେ ଜିତିଥିଲେ। ଫଳରେ ଏହି ମ୍ୟାଚରେ ସର୍ବୀୟ ଟ୍ୟାଗ୍ ଟିମ୍କୁ ବିଜୟୀ ଘୋଷଣା କରାଯାଇଥିଲା। ମେଲବୋର୍ନରେ ଖେଳାଯାଉଥିବା ଆଡିଲେଡ୍ ଟୁର୍ନାମେଣ୍ଟ ହେଉଛି ଏକମାତ୍ର ଅଷ୍ଟ୍ରେଲିଆନ ଓପନ୍ ଟ୍ୟୁନ୍ ଅପ୍ ଟୁର୍ନାମେଣ୍ଟ। ଏଟିପି କପ୍ ଓ ୩ ଡବ୍ଲ୍ୟୁଟିଏ ଇଭେଣ୍ଟ ସମେତ ଅନ୍ୟଗୁଡ଼ିକ ରବିବାରଠାରୁ ଆରମ୍ଭ ହେବ। ଅଷ୍ଟ୍ରେଲିଆନ ଓପନ୍ ଫେବୃୟାରୀ ୮ରୁ ଆରମ୍ଭ ହେବ।
Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ
ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...
ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍
ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...
T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ
ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...
ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା
ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...
ଅଚାନକ ଦିଲ୍ଲୀ ଟିମ୍ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…
ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...
ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video
ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...
ମାତ୍ର ୫୬ ବଲରେ କମାଲ୍ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍ ପୂର୍ବରୁ…
ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...
ନ୍ୟୁଜିଲାଣ୍ଡ ସିରିଜ୍ ଖେଳିବା ଆଶାରେ ଶ୍ରେୟସ
ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...
Archives


