ଆଡିଲେଡ୍, ୩୦ା୧(ଏପି)-ଆଡିଲେଡ ପ୍ରଦର୍ଶନୀ ଟୁର୍ନାମେଣ୍ଟରେ ସେରେନା ଓ୍ବିଲିୟମ୍ସ, ରାଫାଲ ନାଡାଲ ଓ ସିମୋନା ହାଲେପ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆର କୋଭିଡ୍ ନିୟମ ଅନୁସାରେ ୧୪ ଦିନ କ୍ୱାରାଣ୍ଟାଇନ୍ରେ ରହିବା ପରେ ଏମାନେ ଏହି ଟୁର୍ନାମେଣ୍ଟରେ ଭାଗ ନେଇଛନ୍ତି। ନାଓମି ଓସାକାଙ୍କୁ ସେରେନା ୬-୨, ୨-୬, ୧୦-୭ ସେଟ୍ରେ ହରାଇ ଦେଇଛନ୍ତି। ପ୍ରତିଯୋଗିତାରେ ଖେଳିବା ପୂର୍ବରୁ ୨୩ ଗ୍ରାଣ୍ଡସ୍ଲାମ ବିଜୟିନୀ ତାଙ୍କ ଝିଅକୁ ସ୍ଥାନୀୟ ଏକ ଚିଡ଼ିଆଖାନା ବୁଲାଇ ଦେଖାଇଥିଲେ। ଏହା ତାଙ୍କ ପାଇଁ ଟନିକ୍ ଭଳି କାର୍ଯ୍ୟ କରିଥିଲା ବୋଲି ସେରେନା କହିଛନ୍ତି। ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ରାଫାଲ ନାଡାଲ ୟୁ.ଏସ. ଓପନ ଚାମ୍ପିୟନ ଡୋମିନିକ୍ ଥିମ୍ଙ୍କୁ ୭-୫, ୬-୪ ସେଟରେ ପରାସ୍ତ କରିଛନ୍ତି। ସେହିପରି ଦ୍ୱିତୀୟ ର଼୍ୟାଙ୍କିଙ୍ଗପ୍ରାପ୍ତ ସିମୋନା ହାଲେପ୍ ୩-୬, ୬-୧, ୧୦-୮ରେ ନମ୍ବର ଓ୍ବାନ ଖେଳାଳି ଆଶଲେ ବାର୍ଟିଙ୍କୁ ହରାଇ ଦେଇଛନ୍ତି। କରୋନା ଭାଇରସ ଜନିତ ଗମନାଗମନ କଟକଣା ଯୋଗୁ ୧୧ ମାସ ବ୍ୟବଧାନରେ ବାର୍ଟିଙ୍କର ଏହାଥିଲା ପ୍ରଥମ ମ୍ୟାଚ। ଗତବର୍ଷ ବିଳମ୍ବରେ ହୋଇଥିବା ଫ୍ରେଞ୍ଚ୍ ଓପନ୍ରେ ସେ ତାଙ୍କ ୨୦୧୯ ଟାଇଟଲ ବଜାୟ ରଖିବାକୁ ଚାହିଁ ନ ଥିଲେ। ଶୁକ୍ରବାର ପ୍ରାରମ୍ଭରେ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ନୋଭାକ ଜୋକୋଭିଚ୍ ଇଟାଲୀର ପ୍ରତିଭାସମ୍ପନ୍ନ ଜାନିକ ସିନରଙ୍କ ସହିତ ମୁକାବିଲା କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଜୋକୋଭିଚ୍ଙ୍କ ଡାହାଣ ହାତରେ ସମସ୍ୟା ଦେଖାଦେବାରୁ ନାଡାଲଙ୍କ କ୍ୱାରାଣ୍ଟାଇନ୍ ପ୍ରାକ୍ଟିସ ପାର୍ଟନର ସିନରଙ୍କୁ ଫିଲିପ୍ କ୍ରାଜିନୋଭିଚ୍ଙ୍କ ସହ ଖେଳିବାକୁ ହୋଇଥିଲା। କିନ୍ତୁ ୮ଥର ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ଦ୍ୱିତୀୟ ସେଟ୍ ଖେଳ ପୂର୍ବରୁ କୋର୍ଟରେ ପହଞ୍ଚତ୍ୟାଇଥିଲେ। ଦର୍ଶକ ତାଙ୍କୁ ଉତ୍ସାହିତ କରିଥିଲେ। କ୍ରାଜିନୋଭିଚ୍ ସେତେବେଳକୁ ପ୍ରଥମ ସେଟ୍ ୬-୩ରେ ଜିତିସାରିଥିଲେ। ଜୋକୋଭିଚ୍ ଦ୍ୱିତୀୟ ସେଟ୍ ସମାନ ସ୍କୋରରେ ଜିତିଥିଲେ। ଫଳରେ ଏହି ମ୍ୟାଚରେ ସର୍ବୀୟ ଟ୍ୟାଗ୍ ଟିମ୍କୁ ବିଜୟୀ ଘୋଷଣା କରାଯାଇଥିଲା। ମେଲବୋର୍ନରେ ଖେଳାଯାଉଥିବା ଆଡିଲେଡ୍ ଟୁର୍ନାମେଣ୍ଟ ହେଉଛି ଏକମାତ୍ର ଅଷ୍ଟ୍ରେଲିଆନ ଓପନ୍ ଟ୍ୟୁନ୍ ଅପ୍ ଟୁର୍ନାମେଣ୍ଟ। ଏଟିପି କପ୍ ଓ ୩ ଡବ୍ଲ୍ୟୁଟିଏ ଇଭେଣ୍ଟ ସମେତ ଅନ୍ୟଗୁଡ଼ିକ ରବିବାରଠାରୁ ଆରମ୍ଭ ହେବ। ଅଷ୍ଟ୍ରେଲିଆନ ଓପନ୍ ଫେବୃୟାରୀ ୮ରୁ ଆରମ୍ଭ ହେବ।
ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ
ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…
ଟି-୨୦ ବିଶ୍ୱକପ୍ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ
ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…
କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ
ଚେନ୍ନାଇ,୧୭।୨: ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…
ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ
ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…
ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…
ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…
ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…
ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…
ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା
ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…
ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି
ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…
Archives

