ଚନ୍ଦ୍ରପୃଷ୍ଠରେ ସେନ୍‌ସର ଖୋଜିବ ଜଳ

ଓ୍ବାଶିଂଟନ୍‌, ୨ା୧୧: ଚନ୍ଦ୍ରପୃଷ୍ଠରେ ଜୀବସତ୍ତାର ସନ୍ଧାନ ନେଇ ବହୁବର୍ଷ ଧରି ନାସା (ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ୍‌)ର ବୈଜ୍ଞାନିକମାନଙ୍କ ଅଧ୍ୟୟନ ଜାରି ରହିଛି। ଚନ୍ଦ୍ର ସମ୍ବନ୍ଧୀୟ ଅନେକ ତଥ୍ୟ ବୈଜ୍ଞାନିକଙ୍କ ହସ୍ତଗତ ହୋଇସାରିଛି। ଜୀବଜଗତ ପାଇଁ ଜଳର ଆବଶ୍ୟକତା ଥିବାବେଳେ ଚନ୍ଦ୍ରରେ ବରଫ ଆକାରରେ ଥିବା ଜଳ ସମ୍ପର୍କିତ ଅଧିକ ତଥ୍ୟ ସଂଗ୍ରହ ଲାଗି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଚନ୍ଦ୍ର ପୃଷ୍ଠକୁ ଏକ ସାଟେଲାଇଟ୍‌ ବା ଉପଗ୍ରହ ପ୍ରେରଣ କରିବାକୁ ଯାଉଛି। ଆସନ୍ତା ୯ ତାରିଖରେ ନାସା ସ୍ପେସ୍‌ଏକ୍ସ ଫାଲକୋନ-୯ ରକେଟ୍‌ ଜରିଆରେ ଏହି କ୍ଷୁଦ୍ର ଉପଗ୍ରହକୁ ଚନ୍ଦ୍ରକୁ ପଠାଇବ। ବରଫ ଆକାରରେ ଥିବା ଜଳକୁ କିପରି ବିଶୁଦ୍ଧ କରି ବ୍ୟବହାର ଉପଯୋଗୀ କରାଯାଇପାରିବ ଏବଂ ଏଥିରେ କେଉଁ ଉପାଦାନ ସବୁ କେତେ ପରମାଣରେ ରହିଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ସାଟେଲାଇଟ୍‌ ଜରିଆରେ ସଂଗ୍ରହ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଉପଗ୍ରହରେ ସ୍ବତନ୍ତ୍ର ଟର୍ଚ୍ଚ ଲାଇଟ୍‌ ବା ଫ୍ଲସ୍‌ ଲାଇଟ୍‌ର ବ୍ୟବହାର କରାଯିବ। ଏଥିରେ ଲାଗିଥିବା ସେନ୍‌ସର ଚନ୍ଦ୍ରପୃଷ୍ଠରେ ଜଳର ସ୍ଥିତିକୁ ଖୋଜି ବାହାର କରିବାରେ ସହାୟକ ହେବ। ଲୁନାର ଫ୍ଲାସ୍‌ ଲାଇଟ୍‌ରେ ଏକ ଲେଜର ବ୍ୟବହର କରାଯାଇଛି, ଯାହା ଜଳ ଥିବା ସ୍ଥାନରେ ପଡ଼ିବା ମାତ୍ରକେ ଏକ ଚମକ ଉତ୍ପନ୍ନ ହେବ। ପୂର୍ବରୁ ମିଳିଥିବା ତଥ୍ୟ ମୁତାବକ ଚନ୍ଦ୍ରର ଦକ୍ଷିଣ ମେରୁରେ କମ୍‌ ପରିମାଣର ସୂର୍ଯ୍ୟ କିରଣ ପଡ଼ୁଥିବାରୁ ଏଠାରେ ଅଧିକ ମାତ୍ରାରେ ଜଳ ବରଫ ଆକାରରେ ଗଚ୍ଛିତ ହୋଇରହିଛି। ଚନ୍ଦ୍ରପୃଷ୍ଠଠୁ ୭୦,୦୦୦ କି.ମି. ଦୂରରେ ଏହି ସାଟେଲାଇଟ୍‌ ଅବସ୍ଥାପିତ ହେବ, ଯାହା ଲୁନାର ସର୍‌ଫେସ୍‌ଠାରୁ ମାତ୍ର ୧୫ କି.ମି ଦୂରରେ ରହିବ। ଏହି ଉପଗ୍ରହକୁ ସାଇନ୍ସ ଅର୍ବିଟ ନିକଟରେ ପହଞ୍ଚିବାକୁ ୩ ମାସ ସମୟ ଲାଗିବ। ଚନ୍ଦ୍ରପୃଷ୍ଠର ଯେଉଁ ଭାଗରେ ମହାକାଶଚାରୀ ପହଞ୍ଚିବା କଷ୍ଟକର, ସେହି ସ୍ଥାନରୁ ଏହି ସାଟେଲାଇଟ୍‌ ଜଳର ସନ୍ଧାନ କରିବ ବୋଲି ମିଶନ୍‌ ପ୍ରୋଜେକ୍ଟ ମ୍ୟାନେଜର୍‌ ଜନ୍‌ ବ୍ୟାକର୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri