୩୫୫ ପଏଣ୍ଟ ଉଚ୍ଚରେ ସେନ୍‌ସେକ୍ସ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବର୍ତ୍ତମାନ ସାରା ବିଶ୍ୱ ଅପେକ୍ଷା କରିଛି। ଏଭଳି ସ୍ଥିତିରେ ଭାରତୀୟ ଶେୟାର ବଜାର ବୁଧବାର ପ୍ରାୟ ୧% ଉଚ୍ଚରେ ରହି ବନ୍ଦ ହୋଇଛି। ସଦ୍ୟ ସୂଚନା ମୁତାବକ ବାଇଡେନ୍‌ ୨୨୫ ଇଲେକ୍ଟୋରାଲ ଭୋଟ ଗ୍ରହଣ କରିଛନ୍ତି। ଅପରପକ୍ଷରେ ଡୋନାଲ୍ଡ ଟ୍ରମ୍ପ ୨୧୩ ଭୋଟ ଲାଭ କରିଛନ୍ତି। ଆମେରିକା ରାଷ୍ଟ୍ରପତି ହେବା ଲାଗି ୨୭୦ ଇଲେକ୍ଟୋରାଲ ଭୋଟ୍‌ର ଆବଶ୍ୟକତା ରହିଛି। ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ୩୫୫ ପଏଣ୍ଟ ଉଚ୍ଚରେ ରହିଛି। ସେନ୍‌ସେକ୍ସ ୪୦,୬୧୬ ପଏଣ୍ଟ ସ୍ତରରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୧୧,୯୦୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଏଥିରେ ୫୫ ପଏଣ୍ଟ ବୃଦ୍ଧି ପରିଲକ୍ଷିତ ହୋଇଛି। ବିଭିନ୍ନ କ୍ଷେତ୍ରକୁ ଦେଖିଲେ ଆଇଟି ଷ୍ଟକ୍‌ କାରବାର ବେଶ୍‌ ଉନ୍ନତ ରହିଛି। ନିଫ୍ଟିର ଆଇଟି ସୂଚକାଙ୍କ ୧.୮% ଉଚ୍ଚରେ ରହିଛି। ବିଶ୍ୱ ବଜାରର ଶେୟାର କାରବାର ପ୍ରଭାବିତ ରହିଥିବା ବେଳେ ବଣ୍ଡ ଏବଂ ଡଲାର କାରବାର ଉନ୍ନତ ସ୍ଥିତିରେ ରହିଛି।

୧୪ରେ ସ୍ବତନ୍ତ୍ର ଦିଓ୍ବାଲି ମହୁରତ ଟ୍ରେଡିଂ
ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ପକ୍ଷରୁ ଚଳିତ ମାସ ୧୪ରେ ଗୋଟିଏ ଘଣ୍ଟାର ସ୍ପେଶାଲ ମହୁରତ ଟ୍ରେଡିଂ ସେସନ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଇଛି। ଦୀପାବଳି ଅବସରରେ ଏଭଳି ଟ୍ରେଡିଂ ସୁବିଧା ମିଳିବ। ସନ୍ଧ୍ୟା ୬.୧୫ ରୁ ୭.୧୫ ଯାଏ ସେସନ ଟ୍ରେଡିଂ ଚାଲିବ ବୋଲି ଷ୍ଟକ୍‌ ଏକ୍ସଚେଞ୍ଜ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ଟ୍ରେଡିଂ ଧନ ବୃଦ୍ଧି ଦିଗରେ ସହାୟକ ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରୁ ଏସବୁ ଜିନିଷ କିଣେ ଭାରତ, ଯୁଦ୍ଧ ଭିତରେ ବଢିଯିବ ଖଜୁରୀ, ପିସ୍ତା ଓ ଫଳ…

ନୂଆଦିଲ୍ଲୀ,୧।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ନୁହେଁ, ବରଂ ସମଗ୍ର ବିଶ୍ୱ ଅର୍ଥନୀତିରେ ଅନୁଭୂତ ହେଉଛି। ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ପେଟ୍ରୋଲ ଦରରେ ନିଆଁ! ଭାରତରେ ମହଙ୍ଗା ହେବ…

ନୂଆଦିଲ୍ଲୀ,୧।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି, ଏବଂ ଏହା ଭାରତର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ଆଶଙ୍କା…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

ଖାମନେଇ ନା ଡୋନାଲ୍ଡ ଟ୍ରମ୍ପ, କାହାର ଟ୍ରେଜେରୀରେ ଅଛି ଅଧିକ ଟଙ୍କା?

ନୂଆଦିଲ୍ଲୀ,୨୮।୨:ଆମେରିକା ଏବଂ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରେ, ଇରାନ ଏକ ପ୍ରତିଆକ୍ରମଣ ଆରମ୍ଭ କରିଛି। ଇରାନ ଏକକାଳୀନ ଇସ୍ରାଏଲ ଏବଂ ଅନ୍ୟ ସାତଟି ଦେଶ ଉପରେ…

ସୁନାରେଟ୍‌ରେ ବଡ଼ ବିସ୍ଫୋରଣ! ଯୁଦ୍ଧ ଭିତରେ ୨୩ହଜାର ବଢିଯିବ ଦର

ନୂଆଦିଲ୍ଲୀ,୨୮।୨: ଆମେରିକା ଇରାନ ଉପରେ ଆକ୍ରମଣ କରିଛି। ଏହି ସମୟରେ, ଇସ୍ରାଏଲ ମଧ୍ୟ ମଧ୍ୟପ୍ରାଚ୍ୟ ଦେଶ ବିରୋଧରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଇରାନ ଆକ୍ରମଣ କରି ପ୍ରତିଶୋଧ…

Sahara Refund: ଆଉ ୫୦ ହଜାର ନୁହେଁ, ଏବେ ୧୦ ଲକ୍ଷ ଟଙ୍କା ଯାଏ ଫେରସ୍ତ ପାଇଁ କରନ୍ତୁ ଆବେଦନ,୪୫ ଦିନରେ ଆସିବ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ସାହାରା ଇଣ୍ଡିଆରେ ଟଙ୍କା ରଖିଥିବା ନିବେଶକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ନିବେଶକମାନେ ନିଜ…

ବାରମ୍ୱାର ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି କି? ସରକାର ଆଣିଲେ କଡ଼ା ନିୟମ…

ନୂଆଦିଲ୍ଲୀ,୨୭।୨: ଏହି ଖବର ଗାଡି ଚାଳନା ନିୟମକୁ ହାଲୁକା ଭାବରେ ନେଉଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏକ ଗମ୍ଭୀର ଚେତାବନୀ। ଏବେ, ଗାଡି ଚାଳନା କେବଳ ଷ୍ଟିଅରିଂ…

୧ ମାର୍ଚ୍ଚରୁ ବନ୍ଦ ହୋଇଯିବ ଏମାନଙ୍କର ହ୍ବାଟ୍ସଆପ! ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ ନୂଆ ନିୟମ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୭।୨: SIM-Binding ନିୟମ ସମ୍ପର୍କରେ ଚିତ୍ର ଏବେ ସ୍ପଷ୍ଟ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ମେସେଜିଂ ଆପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri