୩୫୫ ପଏଣ୍ଟ ଉଚ୍ଚରେ ସେନ୍‌ସେକ୍ସ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବର୍ତ୍ତମାନ ସାରା ବିଶ୍ୱ ଅପେକ୍ଷା କରିଛି। ଏଭଳି ସ୍ଥିତିରେ ଭାରତୀୟ ଶେୟାର ବଜାର ବୁଧବାର ପ୍ରାୟ ୧% ଉଚ୍ଚରେ ରହି ବନ୍ଦ ହୋଇଛି। ସଦ୍ୟ ସୂଚନା ମୁତାବକ ବାଇଡେନ୍‌ ୨୨୫ ଇଲେକ୍ଟୋରାଲ ଭୋଟ ଗ୍ରହଣ କରିଛନ୍ତି। ଅପରପକ୍ଷରେ ଡୋନାଲ୍ଡ ଟ୍ରମ୍ପ ୨୧୩ ଭୋଟ ଲାଭ କରିଛନ୍ତି। ଆମେରିକା ରାଷ୍ଟ୍ରପତି ହେବା ଲାଗି ୨୭୦ ଇଲେକ୍ଟୋରାଲ ଭୋଟ୍‌ର ଆବଶ୍ୟକତା ରହିଛି। ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ୩୫୫ ପଏଣ୍ଟ ଉଚ୍ଚରେ ରହିଛି। ସେନ୍‌ସେକ୍ସ ୪୦,୬୧୬ ପଏଣ୍ଟ ସ୍ତରରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୧୧,୯୦୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଏଥିରେ ୫୫ ପଏଣ୍ଟ ବୃଦ୍ଧି ପରିଲକ୍ଷିତ ହୋଇଛି। ବିଭିନ୍ନ କ୍ଷେତ୍ରକୁ ଦେଖିଲେ ଆଇଟି ଷ୍ଟକ୍‌ କାରବାର ବେଶ୍‌ ଉନ୍ନତ ରହିଛି। ନିଫ୍ଟିର ଆଇଟି ସୂଚକାଙ୍କ ୧.୮% ଉଚ୍ଚରେ ରହିଛି। ବିଶ୍ୱ ବଜାରର ଶେୟାର କାରବାର ପ୍ରଭାବିତ ରହିଥିବା ବେଳେ ବଣ୍ଡ ଏବଂ ଡଲାର କାରବାର ଉନ୍ନତ ସ୍ଥିତିରେ ରହିଛି।

୧୪ରେ ସ୍ବତନ୍ତ୍ର ଦିଓ୍ବାଲି ମହୁରତ ଟ୍ରେଡିଂ
ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ପକ୍ଷରୁ ଚଳିତ ମାସ ୧୪ରେ ଗୋଟିଏ ଘଣ୍ଟାର ସ୍ପେଶାଲ ମହୁରତ ଟ୍ରେଡିଂ ସେସନ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଇଛି। ଦୀପାବଳି ଅବସରରେ ଏଭଳି ଟ୍ରେଡିଂ ସୁବିଧା ମିଳିବ। ସନ୍ଧ୍ୟା ୬.୧୫ ରୁ ୭.୧୫ ଯାଏ ସେସନ ଟ୍ରେଡିଂ ଚାଲିବ ବୋଲି ଷ୍ଟକ୍‌ ଏକ୍ସଚେଞ୍ଜ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ଟ୍ରେଡିଂ ଧନ ବୃଦ୍ଧି ଦିଗରେ ସହାୟକ ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପରି ବଦଳାନ୍ତୁ ଆଧାରରେ ଥିବା ନିଜ ଭୁଲ୍‌ ଜନ୍ମତାରିଖ

ଆଜିକାଲି ଆଧାରକାର୍ଡ ଆମ ଜୀବନର ଏକ ପ୍ରମୁଖ କାଗଜପତ୍ର ପାଲଟିଲାଣି। ଆଧାର ବିନା ସରକାରୀ ଯୋଜନାର ଲାଭ ଉଠାଇବା ମୁସ୍କିଲ। କାରଣ ସରକାରଙ୍କ ପକ୍ଷରୁ ଅନେକ...

ଅଟୋ ଶିଳ୍ପ ଉପରେ କରୋନା ପ୍ରଭାବ: କାର୍‌ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୨।୩: କରୋନା ସଂକ୍ରମଣର ପ୍ରଭାବ ଧୀରେଧୀରେ ବିଭିନ୍ନ ଶିଳ୍ପସଂସ୍ଥା ଉପରେ ପଡ଼ିବାରେ ଲାଗିଛି। କରୋନା ସଂକ୍ରମଣ ହେବାକୁ ଇତିମଧ୍ୟରେ ଗତ ୨ ମାସରୁ ଅଧିକ ସମୟ...

ରାମ୍‌କୋ ସିମେଣ୍ଟର ଡିଲର ସମ୍ମିଳନୀ

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାମ୍‌କୋ ସିମେଣ୍ଟ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଡିଲର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାୟ ୯୦୦ ଡିଲର ଯୋଗ ଦେଇଥିଲେ। ଗ୍ରାହକଙ୍କ ଚାହିଦାକୁ...

ଏମ୍‌ଏସ୍‌ଏମ୍‌ଇ ଲାଗି ୧.୨୭ ଲକ୍ଷ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ,୨୧।୭: କରୋନା ପାଇଁ ନଗଦ ସମସ୍ୟା ସହ ଜୁଝୁଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଲାଗି ଦେଶର ବ୍ୟାଙ୍କଗୁଡ଼ିକ ୧.୨୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରିଥିବା ଜଣାପଡିଛି।...

ପୂର୍ବତଟ ରେଳପଥର କ୍ଷତି ୧୦ କୋଟି ଟପିଲା

ଭୁବନେଶ୍ୱର,୧୨-୫ (ବ୍ୟୁରୋ): ପ୍ରାରମ୍ଭିକ ଆକଳନ ଅନୁସାରେ ଫନୀ ଯୋଗୁ ପୂର୍ବତଟ ରେଳପଥ ୧୦ କୋଟି ଟଙ୍କାରୁ  ଉର୍ଦ୍ଧ୍ୱ କ୍ଷତି ସହିଛି। କ୍ଷତି ପରିମାଣ ବଢିବ ବୋଲି...

ୟୁନିୟନ ବ୍ୟାଙ୍କ ପକ୍ଷରୁ ନୂଆ ଆଇଏଫ୍‌ଏସ୍‌ସି କୋଡ୍‌

ନୂଆଦିଲ୍ଲୀ,୭ା୩:  ପୂର୍ବ ଆନ୍ଧ୍ର ଏବଂ କର୍ପୋରେଶନ ବ୍ୟାଙ୍କ ଗୁଡିକର ଆଇଏଫଏସସି କୋଡର ପରିବର୍ତ୍ତନ କରାଯାଇଛି।୨୦୨୧ ଏପ୍ରିଲ ୧ରୁ ଏହି ୨ଟି ବ୍ୟାଙ୍କର ପୂର୍ବ ଆଇଏଫଏସସି ଆଉ...

ଗ୍ରାହକଙ୍କ ୪୧ ବର୍ଷର ବିଶ୍ୱାସ ସହ ବଢୁଛୁ

ଆସିଛି ପାର୍ବଣ ଋତୁ। ଏହି ସମୟରେ ବିଭିନ୍ନ ପ୍ରଡକ୍ଟ କ୍ରୟ କଲେ ଶୁଭ ବୋଲି ସାଧାରଣରେ ବିଶ୍ୱାସ ରହିଛି। ବିଭିନ୍ନ ପ୍ରଡକ୍ଟ ମଧ୍ୟରେ କଞ୍ଜ୍ୟୁମର ଡ୍ୟୁରେବଲ୍‌ର...

ତନିଷ୍କର ଅହଲ୍ୟା କଲେକ୍ସନ ପ୍ରଦର୍ଶିତ

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ତନିଷ୍କ ପକ୍ଷରୁ ନୂଆ ଅହଲ୍ୟା କଲେକ୍ସନ ଓଡ଼ିଶାରେ ବଜାର ପ୍ରବେଶ କରିଛି। କମ୍ପାନୀର ଏଭିପି ଏବଂ ରିଟେଲ ମୁଖ୍ୟ ଅରୁଣ ନାରାୟଣ, ଆଞ୍ଚଳିକ...

Advertisement
Archives

Model This Week