ଚର୍ମରେ ଇନ୍ଦ୍ରିୟବୋଧ

‘ଚଳିତ ବର୍ଷ ପାଇଁ ଶରୀର ବିଜ୍ଞାନ ଏବଂ ଭେଷଜ ବିଜ୍ଞାନ
ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି ଦୁଇଜଣ ଆମେରିକୀୟ ବୈଜ୍ଞାନିକ-ଡେଭିଡ ଜୁଲିୟସ୍‌
ଏବଂ ଆର୍ଡେମ ପାଟାପୌଟିଆନ୍‌।“

କିଏ ପାଇଲେ : ଚଳିତ ବର୍ଷ ପାଇଁ ଶରୀର ବିଜ୍ଞାନ ଏବଂ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି ଦୁଇଜଣ ଆମେରିକୀୟ ବୈଜ୍ଞାନିକ। ଏ ଦୁହେଁ ହେଲେ ଡେଭିଡ୍‌ ଜୁଲିୟସ୍‌ ଏବଂ ଆର୍ଡେମ ପାଟାପୌଟିଆନ୍‌। ୭୫ ବର୍ଷ ବୟସ୍କ ଜୁଲିୟସ୍‌ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଶରୀର ବିଜ୍ଞାନ ପ୍ରଫେସର ଏବଂ ୫୪ବର୍ଷ ବୟସ୍କ ପ୍ରଫେସର ପାଟାପୌଟିଆନ୍‌ ଗବେଷଣାରତ ରହିଛନ୍ତି କାଲିଫର୍ଣ୍ଣିଆର ସ୍କ୍ରିପ୍‌ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ। ଆମେ ଗରମ, ଥଣ୍ଡା ଓ ସ୍ପର୍ଶ ବାରିପାରୁ କିପରି, ତାହାର ରିସିପ୍ଟର ବା ଅଭିଗ୍ରାହକମାନ ଆବିଷ୍କାର କରିବାରେ ଉଭୟେ ଜୁଲିୟସ୍‌ ଏବଂ ପାଟାପୌଟିଆନ୍‌ ସଫଳ ହୋଇଛନ୍ତି। ଏହା ଏକ ଅସାଧାରଣ ଓ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ହୋଇଥିବାରୁ ଉଭୟ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ପ୍ରତ୍ୟେକ ବିଜେତାଙ୍କୁ ପ୍ରଦାନ କରାଯିବ ପାଖାପାଖି ୮ କୋଟି ୨୫ଲକ୍ଷ ଟଙ୍କା, ଗୋଟିଏ ସ୍ବର୍ଣ୍ଣ ପଦକ ଏବଂ ପୁରସ୍କାର ପାଇଥିବାର ପ୍ରମାଣପତ୍ର ବା ନୋବେଲ ଡିପ୍ଲୋମ।
ଆବିଷ୍କାରର ରୂପରେଖ : ଆପଣମାନେ ଜାଣନ୍ତି ଯେ ଆମେ ଗରମ, ଥଣ୍ଡା, ସ୍ପର୍ଶ, ଯନ୍ତ୍ରଣା ଓ କମ୍ପନ ବାରିପାରୁ। ସୁତରାଂ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ତାପ ଓ ସ୍ପର୍ଶ ଇତ୍ୟାଦି ଚର୍ମର ସ୍ନାୟୁରେ ଯେଉଁ ଉଦ୍ଦୀପନା ଜାତ କରିଥାଏ, ସ୍ନାୟୁରେ ସେହି ଉଦ୍ଦୀପନା ଜାତ ହୋଇଥାଏ କିପରି? ଏହି ପ୍ରଶ୍ନଟିର ସମାଧାନ କରିଦେଇଛନ୍ତି ନୋବେଲ ବିଜେତା ଜୁଲିୟସ୍‌ ଓ ପାଟାପୌଟିଆନ୍‌। ଚର୍ମର ସ୍ନାୟୁ ପ୍ରାନ୍ତରେ ଥିବା ରିସିପ୍ଟରକୁ ଚିହ୍ନଟ କରିବା ନିମନ୍ତେ ଜୁଲିୟସ୍‌ କ୍ୟାପ୍‌ସାଇସିନ୍‌କୁ ଉପଯୋଗ କରିଥିଲେ। ପାଟାପୌଟିଆନ୍‌ ଉପଯୋଗ କରିଥିଲେ ସ୍ପର୍ଶ ଅନୁଭବ କରିପାରୁଥିବା ଜୀବକୋଷ। ଏହା ସାହାଯ୍ୟରେ ସେ ଏକ ଅଭିନବ ଗୋଷ୍ଠୀର ‘ରିସିପ୍ଟର’ ଆବିଷ୍କାର କରିଥିଲେ, ଯାହା ଚର୍ମରେ ଏବଂ ଶରୀର ଅଭ୍ୟନ୍ତରରେ ସ୍ପର୍ଶ ଅନୁଭବକୁ ଚିହ୍ନଟ କରିପାରେ।
ତେବେ ଜାଣିରଖିବା ଉଚିତ ଯେ ଗରମ, ଥଣ୍ଡା, ସ୍ପର୍ଶ, ଯନ୍ତ୍ରଣା ଆଦି ପ୍ରତ୍ୟେକ ଅନୁଭବକୁ ବାରିବା ଓ ଏହି ତଥ୍ୟ ମସ୍ତିଷ୍କକୁ ବହନ କରି ନେବା ପାଇଁ ରହିଛି ଭିନ୍ନ ଭିନ୍ନ ସ୍ବତନ୍ତ୍ର ସ୍ନାୟୁ। ସେ ଓ ତାଙ୍କ ସହଯୋଗୀ ଗବେଷକମାନଙ୍କ ଏକନିଷ୍ଠ ନିରବଚ୍ଛିନ୍ନ ଗବେଷଣା ଫଳରେ ସେମାନଙ୍କୁ ଏପରି ଏକ ଜିନ୍‌ର ସନ୍ଧାନ ମିଳିଲା ଯାହା ସ୍ନାୟୁକୋଷକୁ କ୍ୟାପ୍‌ସାଇସିନ୍‌ ପ୍ରତି ସମ୍ବେଦନଶୀଳ କରିଥାଏ। ଏହା ପରର ଗବେଷଣାରୁ ଜଣାପଡ଼ିଗଲା ଯେ ସେହି ଜିନ୍‌ଟି ଟିଆରପିଭି-୧ (TRPV-1) ନାମକ ଆୟନ ଚ୍ୟାନେଲ ପ୍ରୋଟିନ ସଂଶ୍ଳେଷଣ ପାଇଁ ଦାୟୀ। ସେହି ପ୍ରୋଟିନ୍‌ଟି ତାପ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିପାରିବା ପାଇଁ ସମର୍ଥ ବୋଲି ଜାଣିପାରିଲେ ଜୁଲିୟସ୍‌ ଓ ତାଙ୍କ ଗବେଷକ ଗୋଷ୍ଠୀ। ଟିଆରପିଭ-୧ର ଆବିଷ୍କାର ପରେ ଜୁଲିୟସ୍‌ଙ୍କର ହୃଦ୍‌ବୋଧ ହୋଇଗଲା ଯେ ସେ ଶରୀରର ତାପ ବାରିପାରୁଥିବା ରିସିପ୍ଟର ଆବିଷ୍କାର କରିବାରେ ସଫଳ ହୋଇଛନ୍ତି। ଚର୍ମରେ ତାପ ବାଜିଲେ ଏହି ରିସିପ୍ଟରଟି ସକ୍ରିୟ ହୋଇ ସ୍ନାୟୁ ଉଦ୍ଦୀପନା ସୃଷ୍ଟି କରେ ଓ ମସ୍ତିଷ୍କ ଉଦ୍ଦୀପିତ ହୋଇପଡ଼ିବାରୁ ଆମ ଚର୍ମରେ ଗରମ ବାଜିଥିବା କଥା ଆମେ ଜାଣିପାରୁ। ତାପ ଅନୁଭବ କରିପାରିବାର ପଦ୍ଧତି ତ ଜଣାପଡ଼ିଗଲା। ମାତ୍ର ସ୍ପର୍ଶ ତଥା ଚାପ ଅନୁଭବ କରିପାରିବାର ସ୍ନାୟୁପଦ୍ଧତି ପରିଷ୍କାର ଭାବରେ ଜଣାପଡ଼ିଲାନି। ଏହି ରହସ୍ୟ ଉନ୍ମୋଚନ କରିବା ନିମନ୍ତେ ପାଟାପୌଟିଆନ୍‌ ଓ ତାଙ୍କର ସହଯୋଗୀ ଗବେଷକମାନେ ସମାନ ପ୍ରକାରର ଜିନ୍‌ ଥିବା ସାଧାରଣ ପ୍ରକାରର ଜୀବକୋଷକୁ ଏକ ସୂକ୍ଷ୍ମପିପେଟ ଦ୍ୱାରା ସ୍ପର୍ଶ କରିବାରୁ ତାହା ଜଣାପଡ଼ିଲା ଜାଣି ହେଉଥିବା ବିଦ୍ୟୁତ୍‌ ସଂକେତ। ଏଭଳି ପରିଣତି ସମ୍ଭବତଃ ସକ୍ରିୟ ହୋଇପଡ଼ୁଥିବା ରିସିପ୍ଟରର ଆୟନ ଚ୍ୟାନେଲ ଯୋଗୁ ସମ୍ଭବ ବୋଲି ସେମାନେ ଚିନ୍ତା କଲେ।
ଏହି ନୋବେଲ ବିଜେତା ଦ୍ୱୟଙ୍କ ଯୁଗାନ୍ତକାରୀ ଆବିଷ୍କାର ଫଳରେ ଦୀର୍ଘକାଳୀନ ଯନ୍ତ୍ରଣାର ଚିକିତ୍ସା ସମେତ ହୃଦ୍‌ବୋଧ ଉଚ୍ଚରକ୍ତଚାପ ଇତ୍ୟାଦି ଅନେକ ରୋଗର ଚିକିତ୍ସା ସମ୍ଭବ ହୋଇଯିବ। ଏହି ଆବିଷ୍କାର ପରେ ଔଷଧ ବିଜ୍ଞାନ ବା ଫାର୍ମାକୋଲୋଜିର ପ୍ରଶସ୍ତ ଦ୍ୱାରା ଚିକିତ୍ସା ବିଜ୍ଞାନୀମାନଙ୍କ ପାଇଁ ଉନ୍ମୁକ୍ତ ହୋଇପାରିଛି।

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସ୍କେଟର-୬,
ପ୍ଲଟ୍‌ ନଂ. ୧୧୩୧,
ଅଭିନବ ବିଡ଼ାନାସୀ, କଟକ-୧୪
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?