ପରପାରିରେ ଗାନ୍ଧୀବାଦୀ ସମାଜସେବୀ ଘାସିରାମ

କୋକସରା,୨୩।୮(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳର ଚିର ପରିଚିତ ଗାନ୍ଧିବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ବରିଷ୍ଠ ସମାଜସେବୀ ଘାସିରାମ ପାଟ୍ଟଯୋଶୀଙ୍କ ମଙ୍ଗଳବାର ସନ୍ଧ୍ୟାରେ ନିଜ ବାସ ଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଗତକିଛ ମାସ ହେବ ସେ ଯକୃତ ଜନିତ ରୋଗରେ ପୀଡିତ ଥିଲେ।

ଘାସିରାମ ଶିକ୍ଷକତାରୁ ଅବସର ନେବାପରେ ସେ ମାନବ ସେବା ହିଁ ମାଧବ ସେବାକୁ ବ୍ରତ କରି ସମାଜସେବା କ୍ଷେତ୍ରରେ ନିଜର ଜୀବନକୁ ଉତ୍ସର୍ଗୀକୃତ କରିଥିଲେ। ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେଉଥିବା ସରକାରୀ ବେସରକାରୀ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦାନ ରହିଥିଲା। ସେ ସାହିତ୍ୟ କ୍ଷେତ୍ରରେ ମଧ୍ୟ ନିପୁଣ ଥିଲେ। ରାଜ୍ୟସ୍ତରୀୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇ ନିଜ ଅଞ୍ଚଳ ପାଇଁ ପ୍ରଶଂସାର ପାତ୍ର ହୋଇଥିଲେ। ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ସେ ପ୍ରତିଷ୍ଠାତା ସଦସ୍ୟ ଥିଲେ । ତେବେ ବୁଧବାର ସକାଳେ ତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମାପନ କରାଯିବା ନେଇ ପରିବାର ପକ୍ଷରୁ ସୂଚନା ମିଲିଛି। ତାଙ୍କ ପରଲୋକରେ କୋକସରା ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।