ପରଲୋକରେ ବରିଷ୍ଠ ଖବରଦାତା ଅଜିତ ମହାନ୍ତି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଆଉ ନାହାନ୍ତି ବରିଷ୍ଠ ଖବରଦାତା ଅଜିତ ମହାନ୍ତି। ରବିବାର ମଧ୍ୟାହ୍ନରେ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ବେଙ୍ଗାଲୁରୁରେ ଚିକିତ୍ସା ପରେ ତାଙ୍କୁ ୧୫ ଦିନ ତଳେ ଏମ୍ସକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଜିତ ୩୫ ବର୍ଷରୁ ଅଧିକ ସମୟ ଧରି ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିଲେ। ସେ ଦୈନିକ ଧରିତ୍ରୀ ସମେତ ଅନେକ ଗଣମାଧ୍ୟମ ସଂସ୍ଥା ସହ ଜଡ଼ିତ ଥିଲେ।