ମୁଖ୍ୟମନ୍ତ୍ରୀଙ୍କୁ ବଜେଟ ପ୍ରସ୍ତାବ ଦେଲେ ବରିଷ୍ଠ ନାଗରିକ ମଞ୍ଚ

କେନ୍ଦୁଝର,୧୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାର ବଜେଟ ଆଗତ ପୂର୍ବରୁ ପ୍ରସ୍ତାବ ଆଗତ କରିଥିଲେ ା ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁବର୍ଗର ଲୋକ ଓ ସଙ୍ଗଠନମାନଙ୍କୁ ପ୍ରସ୍ତାବ ଦେବାକୁ କହିଥିଲେ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କେନ୍ଦୁଝର ସହରର ବିକାଶ ପାଇଁ ସମୁଦାୟ ୮୬୪କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। କେନ୍ଦୁଝରର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିଚାଳନା ପାଇଁ ୪୦୦ କୋଟି ଟଙ୍କାର କରପସ୍‌ ଫଣ୍ଡ ଗଠନ ପ୍ରସ୍ତାବ ଦେଇଛନ୍ତି।

ଜିଲା ମୁଖ୍ୟ ଡାକ୍ତରଖାନାରୁ ସିଦ୍ଧମଠ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ପାଇଁ ୨୦ କୋଟି, ବସ୍‌ ଟରମିନାଲର ପୁନରୁଦ୍ଧାର ବାବଦକୁ ୫ କୋଟି, ସିଦ୍ଧମଠ ବାଇପାସ୍‌ ନିକଟରେ ସାନଘାଗରା, ବଡଘାଗରା ତଥା ପୁରୁଣାସହର ଓ ସିଦ୍ଧମଠକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରତିଷ୍ଠା ବାବଦକୁ ୫ କୋଟି ଟଙ୍କା, ସିଦ୍ଧମଠ ନିକଟରେ ଇକୋ ଟୁରିଜିମ୍‌ ସେଣ୍ଟର ବାବଦକୁ ୧୦ କୋଟି, ଶ୍ରୀ ବଳଦେବଜୀଉ ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଉନ୍ନତିକରଣ ସହ ସ୍ବାଗତ ଗେଟ୍‌ ନିର୍ମାଣ ବାବଦକୁ ୫ କୋଟି, ପୁରୁଣାସହରର ବହୁ ପୁରୁଣା ମାର୍କେଟ ଭେଣ୍ଡିଂ ଜୋନର ଉନ୍ନତିକରଣ ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦିଆଯାଇଛି।

କାନଝରୀ ଓ ସାନମାଛକାନ୍ଦଣା ଡ୍ୟାମରୁ ପାନୀୟ ଜଳ ଯୋଗାଣ ଯଥେଷ୍ଟ ହେଉ ନ ଥିବା ଏବଂ ଖରା ଦିନରେ ପାନୀୟ ଜଳ ସଙ୍କଟ ଦେଖାଦେଉଥିବାରୁ ତୁରୁମୁଙ୍ଗା ନିକଟରୁ ବୈତରଣୀ ନଦୀରୁ ଜଳ ଯୋଗାଣ ପାଇଁ ୨୦ କୋଟି ଟଙ୍କା, ଆବର୍ଜନା ସିଦ୍ଧମଠ ଅଞ୍ଚଳରେ ପକା ନ ଯାଇ ଏହାର ପରିଚାଳନା ପାଇଁ ୫କୋଟି ଟଙ୍କା ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି।

କେନ୍ଦୁଝରରେ ମାଷ୍ଟର ପ୍ଲାନ କାର୍ଯ୍ୟକାରୀ କରି ୧ ନମ୍ବର ସହରରେ ପରିଣତ କରିବା ପାଇଁ ୨୦୦ କୋଟି, ଶ୍ରୀ ବାଲୁଙ୍କେଶ୍ୱର ଜମିରେ କେନ୍ଦୁଝର ଷ୍ଟାଡିୟମ ଚାଲିଥିବାରୁ ଆଇନଗତ ସମସ୍ୟା ସୃଷ୍ଟି ହେଉଥିବାରୁ ରାଙ୍କୁ ଅଞ୍ଚଳରେ ନୂତନ ଷ୍ଟାଡିୟମ ନିର୍ମାଣ ପାଇଁ ୨୦୦କୋଟି ଟଙ୍କା, ସହରରେ ଲୋକଙ୍କ ସୁବିଧାରେ ଯାତାୟତ ପାଇଁ ୧୦ଟି ଟାଉନ୍‌ ବସ୍‌ ଚଳାଚଳ କରିବା ପାଇଁ ୪ କୋଟି ଖର୍ଚ୍ଚ କରିବା ନେଇ ପ୍ରସ୍ତାବ ଦେଇଛନ୍ତି।

କେନ୍ଦୁଝର ଜିଲାରୁ ବହୁ ପରିମାଣରେ ଖଣି ରାଜସ୍ବ ସରକାର ପାଉଥିବା ବେଳେ ଜିଲା ଓ ଜିଲାମୁଖ୍ୟାଳୟ ଅବହେଳିତ ହୋଇ ରହିଛି। ଜିଲାର ସଦର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଜିଲା ମୁଖ୍ୟାଳୟର ବିଧାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରହିଛନ୍ତି। ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ରହିଥିବା ମନ୍ଦିର ମାଳିନୀ ଓ ପରିବେଶ ସମୃଦ୍ଧ ଜିଲା ମୁଖ୍ୟାଳୟର ସୌନ୍ଦର୍ଯ୍ୟକରଣ ଓ ବିକାଶ ଜରୁରୀ ହୋଇଥିବା ବିଚାର କରି ଏହି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା ମଞ୍ଚର ସଭାପତି ସରୋଜ କୁମାର ରଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri