ଏମ୍‌ପିଙ୍କୁ ଭେଟି ବିଭିନ୍ନ ଦାବି ଜଣାଇଲେ ବରିଷ୍ଠ ନାଗରିକ

ଅମରପାଲି,୨୯ା୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନର କର୍ମକର୍ତ୍ତାମାନେ ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂ ଦେଓଙ୍କୁ ଭେଟି ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଏମ୍‌ପି ଶ୍ରୀମତୀ ସିଂ ଦେଓ ବୀରମହାରାଜପୁର ଗସ୍ତ ସମୟରେ ବରିଷ୍ଠ ନାଗରିକ ସଂଗଠନର ସଦସ୍ୟମାନେ ଆଲୋଚନା କରି ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବୀରମହାରାଜପୁର ବଲାଙ୍ଗୀର ଏମ୍‌ପି କ୍ଷେତ୍ରର ଉପାନ୍ତ ଅଞ୍ଚଳ। ଉକ୍ତ ଅଞ୍ଚଳରୁ ଶତାଧିକ ଛାତ୍ରୀଛାତ୍ର ସୋନପୁରକୁ ଶିକ୍ଷାଲାଭ ପାଇଁ ଯାଇଥାନ୍ତି। ଫଳରେ ଛାତ୍ରୀଛାତ୍ର ଓ ତାଙ୍କ ଅଭିଭାବକ ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଅଞ୍ଚଳର ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ବୀରମହାରଜପୁରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନର ଆବଶ୍ୟକ ରହିଛି। ଏଣୁ ବୀରମହାରାଜପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯିବାକୁ ଦାବି କରିଛନ୍ତି। ଏହା ସହିତ ଅଞ୍ଚଳରେ ଅନେକ ଅସହାୟ ବୃଦ୍ଧାବୃଦ୍ଧ ଦୁସ୍ଥ ଜୀବନଯାପନ କରୁଛନ୍ତି। ତେଣୁ ବୀରମହାରାଜପୁରରେ ଏକ ଜରାନିବାସର ଆବଶ୍ୟକ ରହିଛି। ବୀରମହାରାଜପୁରର ବରିଷ୍ଠ ନାଗରିକ ସଙ୍ଗଠନର ସଦସ୍ୟମାନେ ଏକ ଜରାନିବାସ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ତେଣୁ ଏହାର ସ୍ଥାପନ କରିବାକୁ ସେମାନେ ଏମ୍‌ପିଙ୍କୁ ଦାବି କରିଛନ୍ତି। ବରିଷ୍ଠ ନାଗରିକ ସଙ୍ଗଠନ ସଭାପତି ଡା.ପ୍ରଫୁଲ୍ଲଙ୍କ ନେତୃତ୍ୱରେ ସଙ୍ଗଠନର ପୂର୍ବତନ ସଭାପତି ଭଗବାନ ମିଶ୍ର,ସଂପାଦକ ସନ୍ତୋଷ କୁମାର ଷଡ଼ଙ୍ଗୀ,କୋଷାଧ୍ୟକ୍ଷ ଦୟାନିଧି ହୋତା, ସଦସ୍ୟ କୃଷ୍ଣଚନ୍ଦ୍ର ପାଢ଼ୀ, ଧନୁ ପଧାନ,ବଳରାମ କାଣ୍ଡ,ଚନ୍ଦ୍ରକୁମାର ବିଶି ପ୍ରମୁଖ ଏମ୍‌ପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପାପଡ଼ାହାଣ୍ଡି, ୨୮।୩(ସ୍ବପ୍ନଜିତ ପଟ୍ଟନାୟକ)ନବରଙ୍ଗପୁର ଜିଲା ମଇଦଲପୁର ହାଟପଦାଠାରେ ବୁଧବାର ଭାଜପାର ନବରଙ୍ଗପୁର ଲୋକ ସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବଳଭଦ୍ର...

ସିସି କ୍ୟାମେରାରେ କାଦୁଅ ଲଗାଇ କରୁଥିଲେ ବ୍ୟାଙ୍କ ଚୋରି: ସାଇରନ ବାଜିବାରୁ…

ଉମରକୋଟ, ୨୨।୩(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ସହର ମାଁ ପେଣ୍ଡ୍ରାଣୀ ମନ୍ଦିର ନିକଟରେ ଥିବା ଉତ୍କର୍ଷ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କରେ କିଛି ଦୁର୍ବୁତ୍ତ ଲୁଟ୍‌...

ପିଇବା ପାଣି ପାଇଁ ପ୍ରକୃତି ସାହା

ତେନ୍ତୁଳିଖୁଣ୍ଟି,୨୨।୩(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ପାତ୍ରପୁଟ ପଞ୍ଚାୟତ କଳାହାଣ୍ଡି ସୀମାନ୍ତ ପାହାଡ଼ ତଳି ଗାଁ ଝରଣଗୁଡ଼ା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ ପ୍ରକୃତି...

ଶିକ୍ଷକଙ୍କ ମାଡ଼ରେ ନର୍ସରି ଛାତ୍ର ଲହୁଲୁହାଣ

ରାଇଘର,୨୨ା୩(କିରଣ ପଟ୍ଟନାୟକ):ନବରଙ୍ଗପୁର ଜିଲା କୁନ୍ଦେଇ ଥାନା ଅଧୀନ କାନାଡିହି ଗ୍ରାମର ଜଣେ ଛାତ୍ର ସ୍କୁଲ ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ନାମରେ ଛାତ୍ରଙ୍କ...

କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାରକଲେ

ଉମରକୋଟ, ୨୦।୩(ସନ୍ତୋଷ ଶତପଥୀ): ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ମଙ୍ଗଳବାର ଉମରକୋଟ ଗସ୍ତ କରିଥିଲେ। ସେ ପ୍ରଥମେ ସ୍ଥାନୀୟ ଏକ ଚା’ ଦୋକାନରେ ଦଳୀୟ କର୍ମୀଙ୍କ...

ପରୀକ୍ଷା ଦେବାକୁ ଯାଉଥିଲେ ୨ ଛାତ୍ର: ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ

ପାପଡ଼ାହାଣ୍ଡି,୧୯।୩(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି-ନବରଙ୍ଗପୁର ରାସ୍ତା ମୃଗବିହାର ନିକଟରେ ମଙ୍ଗଳବାର ଏକ ଗାଡ଼ି ଧକ୍କାରେ ଜଣେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ...

ମାଟି ତଳୁ ମୃତଦେହ କାଢ଼ି ତଦନ୍ତ

ଝରିଗାଁ,୧୨।୩(କିଶୋର ଚନ୍ଦ୍ର ମଣ୍ଡଳ):୪ ଦିନ ତଳେ ଜଣେ ବୃଦ୍ଧା ନିଖୋଜ ହୋଇଯାଇଥିଲେ। ସେ ଗୁଣିଗାରେଡ଼ି କରୁଥିବା ନେଇ ଗାଁର କେତେଜଣ ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ବୋଲି...

ଭାଇ ପରେ ଚାଲିଗଲା ଭଉଣୀର ଜୀବନ

ଝରିଗାଁ,୧୦।୩(କିଶୋର ଚନ୍ଦ୍ର ମଣ୍ଡଳ): ମାସେ ତଳେ କାମୁଡ଼ି ଥିଲା କୁକୁର। ପରିବାର ଲୋକେ କିନ୍ତୁ ଡାକ୍ତରଙ୍କୁ ନ ଦେଖାଇ ଜଡ଼ିବୁଟି ଚିକତ୍ସା କରାଇଥିଲେ। ଏବେ କୁକୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri