ଏମ୍‌ପିଙ୍କୁ ଭେଟି ବିଭିନ୍ନ ଦାବି ଜଣାଇଲେ ବରିଷ୍ଠ ନାଗରିକ

ଅମରପାଲି,୨୯ା୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନର କର୍ମକର୍ତ୍ତାମାନେ ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂ ଦେଓଙ୍କୁ ଭେଟି ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଏମ୍‌ପି ଶ୍ରୀମତୀ ସିଂ ଦେଓ ବୀରମହାରାଜପୁର ଗସ୍ତ ସମୟରେ ବରିଷ୍ଠ ନାଗରିକ ସଂଗଠନର ସଦସ୍ୟମାନେ ଆଲୋଚନା କରି ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବୀରମହାରାଜପୁର ବଲାଙ୍ଗୀର ଏମ୍‌ପି କ୍ଷେତ୍ରର ଉପାନ୍ତ ଅଞ୍ଚଳ। ଉକ୍ତ ଅଞ୍ଚଳରୁ ଶତାଧିକ ଛାତ୍ରୀଛାତ୍ର ସୋନପୁରକୁ ଶିକ୍ଷାଲାଭ ପାଇଁ ଯାଇଥାନ୍ତି। ଫଳରେ ଛାତ୍ରୀଛାତ୍ର ଓ ତାଙ୍କ ଅଭିଭାବକ ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଅଞ୍ଚଳର ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ବୀରମହାରଜପୁରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନର ଆବଶ୍ୟକ ରହିଛି। ଏଣୁ ବୀରମହାରାଜପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯିବାକୁ ଦାବି କରିଛନ୍ତି। ଏହା ସହିତ ଅଞ୍ଚଳରେ ଅନେକ ଅସହାୟ ବୃଦ୍ଧାବୃଦ୍ଧ ଦୁସ୍ଥ ଜୀବନଯାପନ କରୁଛନ୍ତି। ତେଣୁ ବୀରମହାରାଜପୁରରେ ଏକ ଜରାନିବାସର ଆବଶ୍ୟକ ରହିଛି। ବୀରମହାରାଜପୁରର ବରିଷ୍ଠ ନାଗରିକ ସଙ୍ଗଠନର ସଦସ୍ୟମାନେ ଏକ ଜରାନିବାସ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ତେଣୁ ଏହାର ସ୍ଥାପନ କରିବାକୁ ସେମାନେ ଏମ୍‌ପିଙ୍କୁ ଦାବି କରିଛନ୍ତି। ବରିଷ୍ଠ ନାଗରିକ ସଙ୍ଗଠନ ସଭାପତି ଡା.ପ୍ରଫୁଲ୍ଲଙ୍କ ନେତୃତ୍ୱରେ ସଙ୍ଗଠନର ପୂର୍ବତନ ସଭାପତି ଭଗବାନ ମିଶ୍ର,ସଂପାଦକ ସନ୍ତୋଷ କୁମାର ଷଡ଼ଙ୍ଗୀ,କୋଷାଧ୍ୟକ୍ଷ ଦୟାନିଧି ହୋତା, ସଦସ୍ୟ କୃଷ୍ଣଚନ୍ଦ୍ର ପାଢ଼ୀ, ଧନୁ ପଧାନ,ବଳରାମ କାଣ୍ଡ,ଚନ୍ଦ୍ରକୁମାର ବିଶି ପ୍ରମୁଖ ଏମ୍‌ପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ସ୍ବାମୀଙ୍କ ହାତଗୋଡ଼ ବାନ୍ଧି ସ୍ତ୍ରୀଙ୍କ କାନ ଛିଣ୍ଡାଇ ସୁନାଫୁଲ ଝାମ୍ପିନେଲେ ଦୁର୍ବୃତ୍ତ, ନଗଦ ଟଙ୍କା ସହ ଆହୁରି…

ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri