ସେନ୍‌କୋର ପ୍ରଥମ ଭର୍ଚୁଆଲ୍‌ ଶୋ’ରୁମ୍‌ ‘ସେନ୍‌କୋଭର୍ସ’

ଭୁବନେଶ୍ୱର,୨୨।୯:ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ପ୍ରଥମ ଭର୍ଚୁଆଲ୍‌ ଶୋ’ରୁମ୍‌ ‘ସେନ୍‌କୋଭର୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି କମ୍ପାନୀ (ବ୍ରାଣ୍ଡ୍‌) ମେଟାଭର୍ସରେ ପ୍ରବେଶ ସହ ଭାରତର ପ୍ରଥମ ଗହଣା ଶୋ’ରୁମ୍‌ ଭାବେ ନୂଆ ପିଢ଼ିର ଗ୍ରାହକମାନଙ୍କ ସହ ବେଶ୍‌ ଯୋଡ଼ି ହୋଇପାରିବ ଓ ସେମାନଙ୍କୁ ସୁହାଇବା ଭଳି ଏବଂ ନିରବଚ୍ଛିନ୍ନ ଶପିଙ୍ଗ୍‌ ଅନୁଭୂତି ପ୍ରଦାନ କରି ଶପିଙ୍ଗ୍‌ରେ ପରିବର୍ତ୍ତନ ଆଣିବ ବୋଲି ସେନ୍‌କୋ ପକ୍ଷରୁ କୁହାଯାଇଛି। ଏପରିକି ଭର୍ଚୁଆଲ୍‌ ଦୁନିଆରେ ବ୍ରାଣ୍ଡ୍‌ର ଗହଣାଗୁଡ଼ିକୁ ଜୀବନ୍ତ ଭାବେ ଉପସ୍ଥିତ କରିବା ପାଇଁ ସେନ୍‌କୋଭର୍ସରେ ପ୍ରଯୁକ୍ତି ଓ କଳାକାରର ଏକ ଦୃଢ଼ ସମ୍ମିଶ୍ରଣ ରହିଛି। ଏହା ଗ୍ରାହକମାନଙ୍କୁ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଶପିଙ୍ଗ୍‌ ଅନୁଭୂତି ପ୍ରଦାନ କରିବ। ସେହିଭଳି ଗ୍ରାହକମାନେ ନିରବଚ୍ଛିନ୍ନ ଭାବେ ଭର୍ଚୁଆଲ ଶୋ’ରୁମ୍‌ରେ ବ୍ରାଉଜିଂ କରିବା ସହ ନିଜ ପସନ୍ଦର ଗହଣାକୁ ଚୟନକରି ଘରେ ଡେଲିଭରି ପାଇପାରିବେ। ବିଶେଷକରି ଗ୍ରାହକମାନେ ନିଜ ଡିଜିଟାଲ ଡିଭାଇସ୍‌ରେ ଆରାମରେ ଯେକୌଣସି ସ୍ଥାନରେ ରହି ପରିଦର୍ଶନ କରି ସେନ୍‌କୋଭର୍ସରେ ପହଞ୍ଚତ୍ପାରିବେ। ଏ ସମ୍ପର୍କରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶୁଭଙ୍କର ସେନ୍‌ କହିଛନ୍ତି, ଆମର ଡିଜିଟାଲ ରୂପାନ୍ତରଣ ଯାତ୍ରା ଓ ଆମ ମୂଲ୍ୟବାନ୍‌ ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ଓ ଚିନ୍ତାମୁକ୍ତ ଶପିଙ୍ଗ୍‌ ଅନୁଭୂତି ପ୍ରଦାନ କରିବା ପାଇଁ ଆମର ରହିଥିବା ପ୍ରତିବଦ୍ଧତା ଦିଗରେ ସେନ୍‌କୋଭର୍ସର ଶୁଭାରମ୍ଭ ଏକ ବଡ଼ ପଦକ୍ଷେପ। ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ନିର୍ଦ୍ଦେଶିକା ଓ ଡିଜାଇନ୍‌ ତଥା ମାର୍କେଟିଂ ମୁଖ୍ୟ ଜୋଇତା ସେନ୍‌ କହିଛନ୍ତି, ମେଟାଭର୍ସରେ ଭାରତର ପ୍ରଥମ ଗହଣା ଶୋ’ରୁମ୍‌ ସେନ୍‌କୋଭର୍ସର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri