Posted inଖେଳ

ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ନୂଆଦିଲ୍ଲୀ,୨୮ା୨: ରଣଜୀ ଟ୍ରଫି ୨୦୨୪ର ସେମିଫାଇନାଲ ଲାଇନଅପ୍‌ ଚୂଡାନ୍ତ ହୋଇଛି। ମାର୍ଚ୍ଚ ୨ ତାରିଖରେ ବିଦର୍ଭ ଓ ମଧ୍ୟପ୍ରଦେଶ ମଧ୍ୟରେ ପ୍ରଥମ ସେମିଫାଇନାଲ ଓ ମୁମ୍ବାଇ ଓ ତାମିଲନାଡୁ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। କ୍ୱାର୍ଟର ଫାଇନାଲରେ ବିଦର୍ଭ ୧୨୭ ରନ୍‌ରେ କର୍ନାଟକକୁ ପରାସ୍ତ କରିଥିବା ବେଳେ ବରୋଦା ବିପକ୍ଷରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ମୁମ୍ବାଇ ସେମିରେ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ତାମିଲନାଡୁ ଏକ ଇନିଂସ ଓ ୩୩ ରନ୍‌ରେ ସୌରାଷ୍ଟ୍ରକୁ ହରାଇଥିବା ବେଳେ ମଧ୍ୟପ୍ରଦେଶ ୪ ରନ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା।
ମୁମ୍ବାଇ ବନାମ ବରୋଦା
ମୁଶିର୍‌ ଖାନଙ୍କ ଦ୍ୱିଶତକ ଓ ଶାମ୍ସ ମୁଲାନୀଙ୍କ ୪ ଉଇକେଟ ସଫଳତା ବଳରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିବା ମୁମ୍ବାଇ ସେମି ଫାଇନାଲରେ ପ୍ରବେଶ କରିଛି। ମୁମ୍ବାଇ ପ୍ରଥମ ଇନିଂସରେ ୩୮୪ ରନ୍‌ କରିଥିବା ବେଳେ ବରୋଦା ୩୪୮ ରନ୍‌ରେ ସୀମିତ ରହିଥିଲା। ଦ୍ୱିତୀୟ ଇନିଂସରେ ହାର୍ଦ୍ଦିକ ତାମୋରଙ୍କ ୧୧୪, ତନୁଷ କୋଟିଆନଙ୍କ ଅପରାଜିତ ୧୨୦ ଓ ତୁଷାର ଦେଶପାଣ୍ଡେଙ୍କ ୧୨୩ ରନ୍‌ ବଳରେ ମୁମ୍ବାଇ ୫୬୯ ରନ୍‌ ସ୍କୋର କରିଥିଲା। ୩୦ ଓଭରରେ ବରୋଦା ୩ ଉଇକେଟରେ ୧୨୧ ରନ୍‌ କରିଥିବା ବେଳେ ମ୍ୟାଚ୍‌ ଅମୀମାଂସିତ ରହିଥିଲା।
କର୍ନାଟକ ବନାମ ବିଦର୍ଭ
ଆଦିତ୍ୟ ସରଓ୍ବତେ ଓ ହର୍ଷ ଦୁବେଙ୍କ ବୋଲିଂ ସଫଳତା ବଳରେ କର୍ନାଟକକୁ ୧୨୭ ରନ୍‌ରେ ପରାସ୍ତ କରିଛି ବିଦର୍ଭ। ୩୭୧ ରନ୍‌ ଲକ୍ଷ୍ୟର ପିଛା କରୁଥିବା କର୍ନାଟକ ୨୪୩ ରନ୍‌ରେ ଅଲଆଉଟ ହୋଇଥିଲା। ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ୭୦ ରନ୍‌ ସ୍କୋର କରିଥିବା ବେଳେ ଆଦିତ୍ୟ ସରଓ୍ବତେ ଓ ହର୍ଷ ଦୁବେ ୪ଟି ଲେଖାଏ ଉଇକେଟ ନେଇଥିଲେ।
ମଧ୍ୟପ୍ରଦେଶ ବନାମ ଆନ୍ଧ୍ରପ୍ରଦେଶ
ଆନ୍ଧ୍ରପ୍ରଦେଶ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ୪ ରନ୍‌ରେ ବିଜୟୀ ହେବା ସହ ସେମିରେ ପ୍ରବେଶ କରିଛି ମଧ୍ୟପ୍ରଦେଶ। ଅନୁଭବ ଅଗ୍ରଓ୍ବାଲଙ୍କ ୬ ଉଇକେଟ ସଫଳତା କାରଣରୁ ଆନ୍ଧ୍ର ପ୍ରଦେଶ ୧୬୫ ରନ୍‌ରେ ଅଲଆଉଟ ହୋଇଥିଲା। ହନୁମା ବିହାରୀ ଆନ୍ଧ୍ର ପକ୍ଷରୁ ସର୍ବାଧିକ ୫୫ ରନ୍‌ ସ୍କୋର କରିଥିଲେ।
ସୌରାଷ୍ଟ୍ର ବନାମ ତାମିଲନାଡୁ
ସୌରାଷ୍ଟ୍ରକୁ ଏକ ଇନିଂସ ଓ ୩୩ ରନ୍‌ରେ ପରାସ୍ତ କରି ସେମି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି ତାମିଲନାଡୁ। ସୌରାଷ୍ଟ୍ର ପ୍ରଥମ ଇନିଂସରେ ୧୮୩ ରନ୍‌ କରିଥିବା ବେଳେ ତାମିଲନାଡୁ ୩୩୮ ରନ୍‌ କରିଥିଲା। ସୌରାଷ୍ଟ୍ର ଦ୍ୱିତୀୟ ଇନିଂସ ମାତ୍ର ୧୨୨ରେ ସୀମିତ ରହିଥିଲା। ଚେତେଶ୍ୱର ପୂଜାରା ପ୍ରଥମ ଇନିଂସ୍‌ରେ ମାତ୍ର ୨ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri