Posted inଫୁରସତ

ହୃଦୟକୁ ବ୍ୟାଗରେ ରଖି ବଞ୍ଚିଛନ୍ତି ମହିଳା

କୁହାଯାଏ ବଞ୍ଚିଥିବା ମଣିଷର ମୁଖ୍ୟ ଅଙ୍ଗ ହେଉଛି ହାର୍ଟ ବା ହୃଦୟ । ଏହା ଯଦି କିଛି ସେକେଣ୍ଡ ପାଇଁ ବନ୍ଦ ହୋଇଯାଏ ତେବେ ମଣିଷର ମୃତ୍ୟୁ ଘଟିଥାଏ ବୋଲି କୁହାଯାଏ । ହେଲେ ବ୍ରିଟେନରେ ଏମିତି ଜଣେ ମହିଳା ଅଛନ୍ତି ଯିଏ ନିଜ ହାର୍ଟକୁ ବ୍ୟାଗରେ ରଖି ବଞ୍ଚିଛନ୍ତି । ସଲୱା ହୁସେନ ନାମକ ଏହି ମହିଳାଙ୍କ ଜୀବନ ଆଶ୍ଚର୍ଯ୍ୟଠାରୁ କିଛି କମ୍ ନୁହେଁ । ଏକ ବ୍ରିଟିଶ ଖବର କାଗଜର ରିପୋର୍ଟ ଅନୁଯାୟୀ, ୩୯ ବର୍ଷୀୟା ସଲୱା ଏକମାତ୍ର ବ୍ୟକ୍ତି ଯିଏ ନିଜ ହାର୍ଟକୁ ବ୍ୟାଗରେ ରଖି ଜୀବନ ବିତାଉଛନ୍ତି । ଅବଶ୍ୟ ସେ ବିବାହିତା ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ତେବେ ତାଙ୍କ ହୃଦୟଟି ଯେଉଁ ବ୍ୟାଗରେ ରହିଛି ସେ ତାକୁ ସୁବବେଳେ ପାଖରେ ରଖିଥାଆନ୍ତି । ତାଙ୍କ ଛାତିରେ ଏକ ପାୱାର ପ୍ଲାଷ୍ଟିକ ଚାମ୍ବର ଲାଗିଛି । ଏଥିରୁ ୨ଟି ପାଇପ ବାହାରକୁ ବାହାରିଛି । ଏହି ପମ୍ପ ବ୍ୟାଟେରି ମାଧ୍ୟମରେ ଚାଲୁଥିବା ବିଜୁଳି ମୋଟରରେ ଚାଲିବା ସହ ପ୍ଲାଷ୍ଟିମ ଚାମ୍ବରକୁ ବାୟୁ ଯୋଗାଉଛି । ଏହି ବାୟୁ ଦ୍ୱାରା ଚାମ୍ବର ହାର୍ଟଭଳି କାମ କରୁଛି ଓ ସମ୍ପୂର୍ଣ୍ଣ ଶରୀରକୁ ରକ୍ତ ଯୋଗାଉଛି । ଏଥିରେ ଚାମ୍ବର ସଲୱାଙ୍କ ଛାତି ଭିତରେ ଥିବା ବେଳେ ପମ୍ପ, ମୋଟର ଓ ବ୍ୟାଟେରି ବାହାରେ ରହିଛି । ଏହି ୩ଟି ଜିନିଷକୁ ସବୁବେଳେ ସାଙ୍ଗରେ ଧରି ସଲୱା ଚାଲିଥାଆନ୍ତି । ତେବେ ତାଙ୍କ ସ୍ୱାମୀଙ୍କୁ ସବୁବେଳେ ଭୟ ଥାଏ ଯେ କେତେବେଳେ ଯଦି ବ୍ୟାଟେରି କାମ କରିବା ବନ୍ଦ କରିଦେବ ତେବେ ସଲୱାଙ୍କର ମୃତ୍ୟୁ ହେବ । କାରଣ ନୂଆ ବ୍ୟାଟେରି ଲଗାଇବାକୁ ତାଙ୍କ ପାଖରେ ମାତ୍ର ୯୦ ସେକେଣ୍ଡ ସମୟ ରହିଛି । ତେବେ ଏତେ ବଡ ସମସ୍ୟା ପରେ ବି ସଲୱା ଖୁସିରେ ଜୀବନ କାଟୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri