ମିଠା ନାଁରେ ଜହର ବିକ୍ରି

ରାଉରକେଲା ଅଫିସ,୪।୩: ରାଉରକେଲାରେ ଶତାଧିକ ଫାଷ୍ଟ୍‌ଫୁଡ୍‌, ଜଳଖିଆ, ବେକେରୀ ଓ ମିଠା ଦୋକାନ ରହିଛି। ତେବେ ଅଧିକାଂଶ ଦୋକାନରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ସହରରେ ଥିବା କେତେକ ମିଠା ଦୋକାନରେ ଏଭଳି ଚାଲିଛି। ବହୁ ମିଠା ଦୋକାନୀ ସରକାରୀ ନିୟମକୁ ନ ମାନି ମନଇଛା ମିଠାକୁ ମାସ ମାସ ଧରି ରଖି ବିକ୍ରି କରୁଥିବା ପରିଲକ୍ଷିତ ହେଉଛି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କେବେ କେମିତି ଚଢାଉ କରାଯାଉଛି। ଅମାନିଆ ଦୋକାନୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ସେମାନେ ମନଇଛା ବହୁଦିନର ମିଠାଗୁଡିକୁ ବିଭିନ୍ନ ସମୟରେ ଗରାଖଙ୍କୁ ବିକ୍ରି କରୁଛନ୍ତି।
୨୦୨୦ ଫେବୃଆରୀ ୨୪ରେ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ପକ୍ଷରୁ ମିଠା ମିଠା ପ୍ୟାକେଟ୍‌ରେ ପ୍ରସ୍ତୁତି ଏବଂ ବ୍ୟବହାରର ଅବଧି (ଏକ୍ସପାଏରି ତାରିଖ) ଉଲ୍ଲେଖ କରିବା ବାଧ୍ୟତାମୂଳକ କରାଯାଇଥିଲା। ଜୁନ ୧ ତାରିଖରୁ ଏହି ନିୟମ କଡାକଡା ଭାବେ ପାଳନ ପାଇଁ ନିର୍ଦ୍ଦେଶ ଥିଲା। ନିୟମ ଲାଗୁ ହେବାରୁ କିଛିଦିନ ପରେ ସହରରେ କେତେକ ହାତଗଣତି ମିଠା ଦୋକାନ ଉପରେ ଚଢ଼ାଉ କରି ପରବର୍ତ୍ତୀ ସମୟରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଚଳିତବର୍ଷ ରାଉରକେଲାରେ ହକି ବିଶ୍ୱକପ ଖେଳାଯିବା ପୂର୍ବରୁ ଆର୍‌ଏମ୍‌ସି ଖାଦ୍ୟ ବିଭାଗ ପକ୍ଷରୁ କିଛି ଫାଷ୍ଟପୁଡ, ଗୁଟ୍‌ଖା, ନକଲି ସସ୍‌ ଓ ଘରୋଇ ହୋଟେଲରେ ଚଢାଉ ହୋଇଥିଲା। କିନ୍ତୁ କୌଣସି ମିଠା ଦୋକାନ ଉପରେ ଚଢାଉ ହୋଇ ନ ଥିଲା। ଫଳରେ ବିଭିନ୍ନ ଦୋକାନରେ ଏକ୍ସପାଏରି ମିଠା ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ଆମ୍ବଗାନ, ଡେଲିମାର୍କେଟ, ଏସ୍‌ଟିଆଇ, ପାନପୋଷ, ଛେଣ୍ଡ ଅଞ୍ଚଳରେ ବହୁ ବହୁ ବ୍ୟବସାୟୀ ପ୍ରସ୍ତୁତି ଓ ବ୍ୟବହାର ଅବଧି ନ ଲେଖି ସିଧାସଳଖ କିଲୋ ହିସାବରେ ମିଠା ବିକ୍ରି କରୁଛନ୍ତି। ଏସ୍‌ଟିଆଇ ଓ ପାନପୋଷ ଅଞ୍ଚଳରେ ଥିବା କିଛି ମିଠା ଦୋକାନୀ ସାଲେପୁର ଓ ପାହାଳ ଅଞ୍ଚଳରୁ ମିଠା ଟିଣ ବସ୍‌ ଯୋଗେ ଆଣି ବିକ୍ରି କରୁଛନ୍ତି। ଏହି ମିଠା ବଳିପଡିଲେ ତାକୁ ଗରମ କଢେଇରେ ଚିନି ରସ ଓ ମଇଦା ସହ ମିଶାଇ ବର୍ଫି ମିଠା କରି ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି।
ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ନିୟମ ଅନୁଯାୟୀ, ବଟର, ସ୍କଚ୍‌, ଚକ୍‌ଲେଟ ଭଳି ମିଠା ପ୍ରସ୍ତୁତିର ଦୁଇଦିନ ଯାଏ ବ୍ୟବହାର କରାଯାଇପାରିବ। ସେହିପରି କ୍ଷୀରରୁ ତିଆରି ମିଠା, ବାଦାମ ମିଲ୍‌କ, ରସଗୋଲା, ରସମଲେଇ, ରାବିଡି, ରାଜଭୋଗ, ସନ୍ଦେଶ, ମଲାଇରେଲ, ସାହି ଟେଷ୍ଟ ଭଳି ମିଠା ଦୁଇରୁ ପାଞ୍ଚଦିନ ଭିତରେ ଖାଇହେବ। ଖୁଆରୁ ପ୍ରସ୍ତୁତି ମିଠା ୪ରୁ ୭ ଦିନ ବ୍ୟବହାର ହୋଇପାରିବ। ଘିଅ ଓ ଡ୍ରାଏଫୁଡ୍‌ ମିଠା ୭ରୁ ୧୨ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ। କିନ୍ତୁ ରାଉରକେଲା ସହରରେ ଥିବା କେତେକ ଦୋକାନୀ ମନଇଛା ଏସବୁ ମିଠାକୁ ମାସ ମାସ ଧରି ଗଚ୍ଛିତ ରଖି ବିକ୍ରି କରୁଛନ୍ତି। ଏ ନେଇ ଆର୍‌ଏମ୍‌ସିର ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ବାଗତିକା ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ରାଉରକେଲା ସହରରେ ଏକାଧିକ ମିଠା ଦୋକାନ ରହିଛି। ବର୍ତ୍ତମାନ ସୁଦ୍ଧା ୪୮ଟି ଦୋକାନ ଆର୍‌ଏମ୍‌ସି ଖାଦ୍ୟ ନିରାପତ୍ତା ବିଭାଗ ଅଧୀନରେ ପଞ୍ଜୀକୃତ ହୋଇଛି। ବିଭିନ୍ନ ସମୟରେ ମିଠା ଦୋକାନରେ ଚଢାଉ କରି ବର୍ତ୍ତମାନ ସୁଦ୍ଧା ୩୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଆର୍‌ଏମ୍‌ସି ଖାଦ୍ୟ ନିରପତ୍ତା ବିଭାଗ ପକ୍ଷରୁ ସହରର ବିଭିନ୍ନ ମିଠା ଦୋକାନୀଙ୍କୁ ନୋଟିସ ଜାରି ହୋଇଛି। ଯଦି କୌଣସି ମିଠା ଦୋକାନୀ ଏହି ଆଇନକୁ ଅବମାନନା କରନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେହେରା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri