ମିଠା ନାଁରେ ଜହର ବିକ୍ରି

ରାଉରକେଲା ଅଫିସ,୪।୩: ରାଉରକେଲାରେ ଶତାଧିକ ଫାଷ୍ଟ୍‌ଫୁଡ୍‌, ଜଳଖିଆ, ବେକେରୀ ଓ ମିଠା ଦୋକାନ ରହିଛି। ତେବେ ଅଧିକାଂଶ ଦୋକାନରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ସହରରେ ଥିବା କେତେକ ମିଠା ଦୋକାନରେ ଏଭଳି ଚାଲିଛି। ବହୁ ମିଠା ଦୋକାନୀ ସରକାରୀ ନିୟମକୁ ନ ମାନି ମନଇଛା ମିଠାକୁ ମାସ ମାସ ଧରି ରଖି ବିକ୍ରି କରୁଥିବା ପରିଲକ୍ଷିତ ହେଉଛି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ କେବେ କେମିତି ଚଢାଉ କରାଯାଉଛି। ଅମାନିଆ ଦୋକାନୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ସେମାନେ ମନଇଛା ବହୁଦିନର ମିଠାଗୁଡିକୁ ବିଭିନ୍ନ ସମୟରେ ଗରାଖଙ୍କୁ ବିକ୍ରି କରୁଛନ୍ତି।
୨୦୨୦ ଫେବୃଆରୀ ୨୪ରେ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ପକ୍ଷରୁ ମିଠା ମିଠା ପ୍ୟାକେଟ୍‌ରେ ପ୍ରସ୍ତୁତି ଏବଂ ବ୍ୟବହାରର ଅବଧି (ଏକ୍ସପାଏରି ତାରିଖ) ଉଲ୍ଲେଖ କରିବା ବାଧ୍ୟତାମୂଳକ କରାଯାଇଥିଲା। ଜୁନ ୧ ତାରିଖରୁ ଏହି ନିୟମ କଡାକଡା ଭାବେ ପାଳନ ପାଇଁ ନିର୍ଦ୍ଦେଶ ଥିଲା। ନିୟମ ଲାଗୁ ହେବାରୁ କିଛିଦିନ ପରେ ସହରରେ କେତେକ ହାତଗଣତି ମିଠା ଦୋକାନ ଉପରେ ଚଢ଼ାଉ କରି ପରବର୍ତ୍ତୀ ସମୟରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଚଳିତବର୍ଷ ରାଉରକେଲାରେ ହକି ବିଶ୍ୱକପ ଖେଳାଯିବା ପୂର୍ବରୁ ଆର୍‌ଏମ୍‌ସି ଖାଦ୍ୟ ବିଭାଗ ପକ୍ଷରୁ କିଛି ଫାଷ୍ଟପୁଡ, ଗୁଟ୍‌ଖା, ନକଲି ସସ୍‌ ଓ ଘରୋଇ ହୋଟେଲରେ ଚଢାଉ ହୋଇଥିଲା। କିନ୍ତୁ କୌଣସି ମିଠା ଦୋକାନ ଉପରେ ଚଢାଉ ହୋଇ ନ ଥିଲା। ଫଳରେ ବିଭିନ୍ନ ଦୋକାନରେ ଏକ୍ସପାଏରି ମିଠା ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ଆମ୍ବଗାନ, ଡେଲିମାର୍କେଟ, ଏସ୍‌ଟିଆଇ, ପାନପୋଷ, ଛେଣ୍ଡ ଅଞ୍ଚଳରେ ବହୁ ବହୁ ବ୍ୟବସାୟୀ ପ୍ରସ୍ତୁତି ଓ ବ୍ୟବହାର ଅବଧି ନ ଲେଖି ସିଧାସଳଖ କିଲୋ ହିସାବରେ ମିଠା ବିକ୍ରି କରୁଛନ୍ତି। ଏସ୍‌ଟିଆଇ ଓ ପାନପୋଷ ଅଞ୍ଚଳରେ ଥିବା କିଛି ମିଠା ଦୋକାନୀ ସାଲେପୁର ଓ ପାହାଳ ଅଞ୍ଚଳରୁ ମିଠା ଟିଣ ବସ୍‌ ଯୋଗେ ଆଣି ବିକ୍ରି କରୁଛନ୍ତି। ଏହି ମିଠା ବଳିପଡିଲେ ତାକୁ ଗରମ କଢେଇରେ ଚିନି ରସ ଓ ମଇଦା ସହ ମିଶାଇ ବର୍ଫି ମିଠା କରି ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି।
ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ନିୟମ ଅନୁଯାୟୀ, ବଟର, ସ୍କଚ୍‌, ଚକ୍‌ଲେଟ ଭଳି ମିଠା ପ୍ରସ୍ତୁତିର ଦୁଇଦିନ ଯାଏ ବ୍ୟବହାର କରାଯାଇପାରିବ। ସେହିପରି କ୍ଷୀରରୁ ତିଆରି ମିଠା, ବାଦାମ ମିଲ୍‌କ, ରସଗୋଲା, ରସମଲେଇ, ରାବିଡି, ରାଜଭୋଗ, ସନ୍ଦେଶ, ମଲାଇରେଲ, ସାହି ଟେଷ୍ଟ ଭଳି ମିଠା ଦୁଇରୁ ପାଞ୍ଚଦିନ ଭିତରେ ଖାଇହେବ। ଖୁଆରୁ ପ୍ରସ୍ତୁତି ମିଠା ୪ରୁ ୭ ଦିନ ବ୍ୟବହାର ହୋଇପାରିବ। ଘିଅ ଓ ଡ୍ରାଏଫୁଡ୍‌ ମିଠା ୭ରୁ ୧୨ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ। କିନ୍ତୁ ରାଉରକେଲା ସହରରେ ଥିବା କେତେକ ଦୋକାନୀ ମନଇଛା ଏସବୁ ମିଠାକୁ ମାସ ମାସ ଧରି ଗଚ୍ଛିତ ରଖି ବିକ୍ରି କରୁଛନ୍ତି। ଏ ନେଇ ଆର୍‌ଏମ୍‌ସିର ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ବାଗତିକା ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ରାଉରକେଲା ସହରରେ ଏକାଧିକ ମିଠା ଦୋକାନ ରହିଛି। ବର୍ତ୍ତମାନ ସୁଦ୍ଧା ୪୮ଟି ଦୋକାନ ଆର୍‌ଏମ୍‌ସି ଖାଦ୍ୟ ନିରାପତ୍ତା ବିଭାଗ ଅଧୀନରେ ପଞ୍ଜୀକୃତ ହୋଇଛି। ବିଭିନ୍ନ ସମୟରେ ମିଠା ଦୋକାନରେ ଚଢାଉ କରି ବର୍ତ୍ତମାନ ସୁଦ୍ଧା ୩୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଆର୍‌ଏମ୍‌ସି ଖାଦ୍ୟ ନିରପତ୍ତା ବିଭାଗ ପକ୍ଷରୁ ସହରର ବିଭିନ୍ନ ମିଠା ଦୋକାନୀଙ୍କୁ ନୋଟିସ ଜାରି ହୋଇଛି। ଯଦି କୌଣସି ମିଠା ଦୋକାନୀ ଏହି ଆଇନକୁ ଅବମାନନା କରନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେହେରା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ମହଙ୍ଗା ପଡିଲା ନାବାଳିକାଙ୍କୁ ଗଣବଳାତ୍କାର: ୫ ନାବାଳକଙ୍କୁ ହେଲା…

ବଲାଙ୍ଗୀର,୬।୨ ( ସୁନିଲ କୁମାର ମହାନ୍ତି): ମହଙ୍ଗା ପଡିଲା ସହପାଠିନୀକୁ ଗଣବଳାତ୍କାର କରିବ। ବନ୍ଧାହେଲେ ଛଅ ଜଣ ଅଭିଯୁକ୍ତ । ବାଳସୁଧାର ଗୃହକୁ ପଠାଇଲା ଯୁଭେନାଲ ଜଷ୍ଟିସ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri